ନୂଆଦିଲ୍ଲୀ: ଧନୀକଙ୍କ ପାଇଁ ନୂଆ ହଟ୍ସ୍ପଟ୍ ପାଲଟିଲା ଗ୍ରିନ୍ଲାଣ୍ଡ। ହାତେଇବା ପାଇଁ ପ୍ରତିଦ୍ବନ୍ଦିତା ଆରମ୍ଭ କଲେ ବଡ଼ ବଡ଼ ଦେଶ। ଆଗରେ ରହିଛନ୍ତି ଡୋନାଲ୍ଡ। ଗ୍ରିନ୍ଲାଣ୍ଡ ହେଉଛି ବିଶ୍ୱର ସର୍ବବୃହତ ଦ୍ୱୀପ। ଏଠାରେ ପ୍ରାୟ ୫୭,୦୦୦ ଲୋକ ବସବାସ କରନ୍ତି। ଆମେରିକା ଓ ରୁଷ ମଧ୍ୟରେ ଅବସ୍ଥିତ ଗ୍ରିନ୍ଲାଣ୍ଡ ଧୀରେ ଧୀରେ ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ହେବାରେ ଲାଗିଛି। ବିଶ୍ୱତାପନରେ ବୃଦ୍ଧି ଓ ଆର୍କଟିକ ବରଫ ତରଳିବା ଯୋଗୁ ଗ୍ରିନ୍ଲାଣ୍ଡର ଗୁରୁତ୍ବ ବଢ଼ିଛି। ଏବେ ବିଶ୍ୱତାପନ ପାଇଁ ବରଫ ତରଳିବା ସହିତ ନୂତନ ସମୁଦ୍ର ପଥ ଖୋଲିବାରେ ଲାଗିଛି। ଏହା ସହିତ ବରଫ ତଳେ କୋଟି କୋଟି ବର୍ଷ ଧରି ଲୁଚି ରହିଥିବା ସମ୍ପଦ ସମ୍ପର୍କରେ ସୂଚନା ପ୍ରକାଶ ପାଉଛି। ଏହା ଗ୍ରିନ୍ଲାଣ୍ଡକୁ ସାମରିକ, ବ୍ୟବସାୟିକ ଓ ପ୍ରାକୃତିକ ସମ୍ପଦ ପାଇଁ ପୂର୍ବ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ କରି ବିଶ୍ବର ଏକ ନୂଆ ହଟସ୍ପଟ୍ରେ ପରିଣତ କରିଛି।
ଆହୁରି ପଢ଼ନ୍ତୁ: Firing in Saranda: ସରଣ୍ଡା ଜଙ୍ଗଲରେ ପୁଲିସ–ନକ୍ସଲ ଗୁଳି ବିନିମୟ, ଜଣେ ଇନାମୀ ନକ୍ସଲ ସହ ଅନେକ ନିହତ ହୋଇଥିବା ସୂଚନା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)