ଭଦ୍ରକ: ଗତ ୪ଦିନ ହେଲା ନିଖୋଜ ଅଛନ୍ତି ଓଡ଼ିଆ ପୁଅ ସାର୍ଥକ ମହାପାତ୍ର। ଭଦ୍ରକ ଜିଲ୍ଲାର କେଶପୁର ଅଞ୍ଚଳରେ ତାଙ୍କ ଘର। ଘରର ସୁନା ପୁଅକୁ ଆଜି ଝୁରୁଛି ପରିବାର। ପୁଅ ଫୋନ କରି ମା’ ବୋଲି ଡାକିବ ବୋଲି ଚାତକ ପରି ଚାହିଁ ବସିଛନ୍ତି ସାର୍ଥକଙ୍କ ମା’। ହେଲେ ନା ତାଙ୍କର ଫୋନ ଆସୁଛି, ନା ତାଙ୍କର କୌଣସି ଖୋଜ ଖବର ମିଳୁଛି। ମନରେ କେବଳ ଗୋଟାଏ ପ୍ରଶ୍ନ... ସମୁଦ୍ର ମଝିରୁ ପୁଅ ଗଲା କୁଆଡ଼େ?

Advertisment