ନୂଆଦିଲ୍ଲୀ: ସ୍ବପ୍ନକୁ ସତ କରିବେ ମସ୍କ। ଜହ୍ନ ରାଇଜରେ ଘ‌ର ତୋଳିବା ହେବ ସହଜ। ଏବେ ଜହ୍ନରେ ରହିବେ ଲୋକେ। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ସ୍ବପ୍ନ ଭଳି ଲାଗୁଥିବା ଏ କଥାଟି ସତ ହେବାକୁ ଯାଉଛି। ପୃଥିବୀ ଛାଡ଼ି ଲୋକେ ଆଗକୁ ଜହ୍ନରେ ଯାଇ ରହିବେ। ସେଠାକୁ ଯିବା ପାଇଁ ୨ଦିନ ସମୟ ଲାଗିବ। କମ୍ ସମୟ ସହ ଲୋକଙ୍କୁ ଏକ ନୂଆ ସ୍ଥାନରେ ରହିବାର ମିଳିବ ସୁଯୋଗ। ଏଥିପାଇଁ ସବୁ ଯୋଜନା କରିସାରିଛନ୍ତି ମସ୍କ। ଆଗାମୀ ୧୦ବର୍ଷ ମଧ୍ୟରେ ଚନ୍ଦ୍ରପୃଷ୍ଠରେ ଘର ତୋଳି ସେଠାରେ ବସବାସ କରିହେବ ବୋଲି କହିଛନ୍ତି ମସ୍କ। ଏଥିପାଇଁ ସେ ମଙ୍ଗଳ ଗ୍ରହରେ ଜନବସତି ସ୍ଥାପନ କରିବାର ଲକ୍ଷ୍ୟ ଉପରେ ବ୍ରେକ୍ ଲଗାଇ ଏବେ ଚନ୍ଦ୍ର ଉପରେ ଧ୍ୟ‌ାନ ଦେବା ଆରମ୍ଭ କରିଛନ୍ତି।

Advertisment

ଆହୁରି ପଢ଼ନ୍ତୁ: Trump on India-Pakistan War: ଭାରତ-ପାକିସ୍ତାନ ସଂଘର୍ଷ ବେଳେ ଶୁଳ୍କ ଧମକ ଦେଇ ପରମାଣୁ ଯୁଦ୍ଧକୁ ରୋକିଥିଲି: ଟ୍ରମ୍ପ