ବାରାଣସୀ: ନମାମି ଗଙ୍ଗେ ଯୋଜନା। ୨୦୧୪ରେ ବଡ଼ ବଡ଼ ପ୍ରତିଶ୍ରୁତି ସହିତ ଆରମ୍ଭ ହୋଇଥିଲା ଏହି ଯୋଜନା।ଗଙ୍ଗା ଜଳକୁ ବିଶୁଦ୍ଧ କରିବା ଥିଲା ଏହି ଯୋଜନାର ଲକ୍ଷ। ହେଲେ ଲାଗୁଛି ଏହି ଯୋଜନା ଏବେ ଦିଶାହୀନ ହୋଇପଡ଼ିଛି। ଭାଇରାଲ ହେଉଥିବା ଭିଡିଓ ଚିତ୍କାର କରି କହୁଛି, ଗଙ୍ଗା ଜଳ କେତେ ବିଶୁଦ୍ଧ। ପବିତ୍ର ବୋଲି ଭାବି ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଗଙ୍ଗା ନଦୀରେ ବୁଡ଼ ପକାଉଛନ୍ତି। ହେଲେ ଏହାର ଅସଲ ଚିତ୍ର ଏବେ ଲୋକଙ୍କୁ ଭାବିବାକୁ ବାଧ୍ୟ କରିଛି। ଯୋଜନା ହୋଇଛି ସତ। ହେଲେ ଏହା କେତେ ଦୂର ଫଳପ୍ରଦ ହୋଇଛି, ତାହା ଏବେ ବଡ଼ ପ୍ରଶ୍ନ। 

Advertisment

ଆହୁରି ଦେଖନ୍ତୁ: