ନୋଏଡା: ବାପା...ବଞ୍ଚାଇଦିଅ ମୋତେ।ମୁଁ ମରିବାକୁ ଚାହୁନି। ମୋତେ କୂଳକୁ ନେଇ ଯାଅ ବାପା...ବଞ୍ଚାଇ ଦିଅ ମୋତେ। ଏହା ଥିଲା ଗୋଟାଏ ପୁଅର କରୁଣ ଚିତ୍କାର। ମୃତ୍ୟୁକୁ ଆଗରେ ଦେଖି ବଢ଼ିଯାଇଥିଲା ବଞ୍ଚିବାର ଲୋଭ। ହାତ ଯୋଡ଼ି ବଞ୍ଚାଇଦିଅ ବୋଲି ନେହୁରା ହେଉଥିଲା ପୁଅ। ସାମ୍ନାରେ ଛାତି ପିଟି କାନ୍ଦୁଥିଲେ ବାପା। ହେଲେ କିଛି କରିପାରିନଥିଲେ। ସେଦିନ ରାତିରେ ଯୁବରାଜଙ୍କୁ ବୁଡ଼ିବାର ଦେଖିଥିଲେ ଉଦ୍ଧାରକାରୀ ଟିମ୍। ହେଲେ ତାଙ୍କୁ ବଞ୍ଚାଇବାର ସାହାସ କାହାର ନଥିଲା। ପାଣି ଭିତରେ ପୁଅ ଓ କୂଳରେ ବାପ...ନିଜ ପୁଅକୁ ପାଣି ଭିତରେ ଅଣନିଶ୍ବାସୀ ହୋଇ ମରିଯିବାର ଦେଖିଥିଲେ ବାପା। ୮୦ମିନିଟ୍ ଧରି ଚିତ୍କାର କରିବା ପରେ ନିରବୀ ଯାଇଥିଲେ ଯୁବରାଜ।
ଆହୁରି ଦେଖନ୍ତୁ:
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)