ଉଜ୍ଜେନ: ପ୍ରେମିକା ପାଇଁ ହଟହଟା ହେଲେ ପ୍ରେମିକ। ମୁସଲିମ୍ ହୋଇ ରୁଦ୍ରାକ୍ଷ ମାଳ ପିନ୍ଧିବା ପଡ଼ିଲା ମହଙ୍ଗା। ପରିଚୟ ଜାଣିବା ପରେ ଛେଚିଲେ ବଜରଙ୍ଗ ଦଳ। ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଉଜ୍ଜେନରେ। ପ୍ରେମିକା ପାଇଁ ମୁସଲିମ୍ ହୋଇ ବି ମନ୍ଦିର ଆସିଥିଲେ ଯୁବକ। କେହି ଜାଣିଦେବାର ଭୟ ଥିବାରୁ ବଦଳାଇ ଦେଇଥିଲେ ନିଜ ବେଶଭୂଷା। ବେକରେ ରୁଦ୍ରାକ୍ଷା ମାଳ, ମୁଣ୍ଡରେ ଚନ୍ଦନ ଓ ଧୋତି କୂର୍ତ୍ତା ପିନ୍ଧି ହିନ୍ଦୁ ବନିଯାଇଥିଲେ ଯୁବକ। ହେଲେ ଏତେ ସବୁ ପରେ ବି ସେ ଧରା ପଡ଼ି ଛେଚା ଖାଇବେ ବୋଲି ତାଙ୍କୁ ଜଣାନଥିଲା। ଏବେ ଯୁବକଜଣଙ୍କ ମାଡ଼ ଖାଉଥିବାର ଭିଡିଓ ଖୁବ ଭାଇରାଲ ହେଉଛି, ଯେଉଁଥିରେ ସେ ପ୍ରେମିକା ପାଇଁ ମନ୍ଦିର ଆସିବାକୁ ସାହସ କରିଥିବା କହୁଛନ୍ତି।
ଆହୁରି ଦେଖନ୍ତୁ:
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)