ନୂଆଦିଲ୍ଲୀ: ଛାତ୍ରୀଙ୍କ ମରିଯାଇଥିବା ସ୍ବପ୍ନକୁ ମିଳିଲା ନୂଆ ଜୀବନ। ସ୍କୁଲ ଫି’ ଭରି ପଢ଼ିବାର ଆଉ ଏକ ସୁଯୋଗ ଦେଲେ ପ୍ରିନ୍ସିପାଲ। ଉତ୍ତରପ୍ରଦେଶର ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚିତ ହୋଇଛି। ସ୍କୁଲର ଫି’ ଥିଲା ୫୦୦ଟଙ୍କା। ହେଲେ ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ୫୦୦ଟଙ୍କା ଦେବା ସମ୍ଭବ ହୋଇପାରିନଥିଲା। ପରିବାର ଉପରେ ଚାପ ନପକାଇ ନିଜ ସ୍ବପ୍ନକୁ ମାରି ଦେଇଥିଲେ ଛାତ୍ରୀ। ଆଉ ପାଠପଢ଼ା ଛାଡ଼ି କାମ କରିବାକୁ ପହଞ୍ଚିଯାଇଥିଲେ ବିଲରେ। ବହିର ବୋଝ ନୁହେଁ, ଛାତ୍ରୀ ବାଛିଥିଲେ ପରିବାରର ବୋଝ ଉଠାଇବାର ଦାୟିତ୍ବ। ପାଠ ପଢ଼ିବି...ବଡ଼ ହୋଇ ବଡ଼ ଚାକିରି କରିବି ବୋଲି ଯେଉଁ ସ୍ବପ୍ନ ଦେଖିଥିଲି, ତାହା ଆଉ ପୂରଣ ହେବନି ବୋଲି ସେ ନିଜ ମନକୁ ବି ବୁଝାଇ ସାରିଥିଲେ। ହେଲେ ଏତିକି ବେଳେ ତାଙ୍କ ମରିଯାଇଥିବା ଆଶାରେ ଆଲୋକ ଭରିଥିଲେ ସ୍କୁଲର ପ୍ରିନ୍ସିପାଲ।
ଆହୁରି ପଢ଼ନ୍ତୁ: Anant Ambani Gifts Lionel Messi: ଚର୍ଚ୍ଚାରେ ମେସିଙ୍କୁ ଅନନ୍ତ ଦେଇଥିବା ୧୦କୋଟିର ଘଣ୍ଟା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)