ଭୁବନେଶ୍ବର: ଆସନ୍ତା ୩୧ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପରବର୍ତ୍ତୀ ସମୟରେ ତାହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ତେବେ ଜାନୁଆରି ୩ ବେଳକୁ ଏହାର ଦକ୍ଷିଣରେ (ବିଷୁବରେଖା ନିକଟ ଦକ୍ଷିଣ ଗୋଲାର୍ଦ୍ଧ) ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହାଦ୍ବାରା ସମ୍ଭବତଃ ବଙ୍ଗୋପସାଗରର ସମ୍ଭାବ୍ୟ ଲଘୁଚାପ ବିଶେଷ ଘନୀଭୂତ ହୋଇ ନପାରେ।

Advertisment

Encounter:କନ୍ଧମାଳ ପୁଲିସକୁ ବଡ଼ ସଫଳତା,ଦୁଇ ଦିନରେ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ସମେତ ୬ ମାଓ ନେତା ନିହତ

ତେବେ ଏହା ଦକ୍ଷିଣ ବଙ୍ଗୋପସାଗରରେ ସପ୍ତାହେ ପର୍ଯ୍ୟନ୍ତ ସ୍ଥିର ରହିବ। ତେଣୁ କେତେ ଘନୀଭୂତ ହେବ, ତୀବ୍ରତା କିଭଳି ରହିବ, ଗତିପଥ ଏବେଠାରୁ ଆକଳନ କରିବା ସମ୍ଭବପର ନୁହେଁ। ହୁଏତ ଏହା ପୂର୍ବରେ ଇଣ୍ଡୋନେସିଆ କିମ୍ବା ପଶ୍ଚିମରେ ଶ୍ରୀଲଙ୍କା ଆଡ଼କୁ ଯାଇପାରେ। ବର୍ତ୍ତମାନଠାରୁ ଏହା ଉପରେ ବିଶେଷ କିଛି କହି ହେବ ନାହିଁ ବୋଲି ପାଣିପାଗ ବି‌ଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ତେଣୁ ଲଘୁଚାପ କଥା ଶୁଣି ଏବେଠାରୁ ବିଚଳିତ ହେବାର ଆବଶ୍ୟକତା ନାହିଁ ବୋଲି ପରାମର୍ଶ ଦେଇଛନ୍ତି।

Gulua-Barsha: ବିବାଦରେ ହସ ବିକୁଥିବା ଦମ୍ପତି: ଗୁଲୁଆଙ୍କୁ ‘ଚିତାକଟା’ କହି ପ୍ରବଳ ବର୍ଷିଲେ ବର୍ଷା, ହୋଟେଲରୁ ପାଣ୍ଡରା ଛକ ସବୁ ପ୍ରମାଣ ଅଛି… ସବୁ ସତ କହିବି...