ବର୍ଷ ୨୦୨୫ରେ ଅନେକ ଲୋକପ୍ରିୟ ଟିଭି ଦମ୍ପତି ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ସେମାନଙ୍କ ଛାଡପତ୍ରର ଖବର ପ୍ରଶଂସକମାନଙ୍କୁ ସ୍ତବ୍ଧ କରିଦେଇଥିଲା।

ଭାଙ୍ଗିଗଲା ୧୫ ବର୍ଷର ସମ୍ପର୍କ...

ଲତା ସବରୱାଲ ଏବଂ ସଞ୍ଜୀବ ସେଠ ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା । ସେମାନେ ବିବାହର ୧୫ ବର୍ଷ ପରେ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ। ତାଙ୍କର ଏହି ନିଷ୍ପତ୍ତି ପ୍ରଶଂସକମାନଙ୍କୁ ସ୍ତବ୍ଧ କରିଦେଇଥିଲା।

ଅଛପା ରହିଲା ଛାଡପତ୍ରର କାରଣ...

ଅମନ ବର୍ମା ଏବଂ ବନ୍ଦନା ଲାଲୱାନି ଜଣେ ଲୋକପ୍ରିୟ ଟିଭି ଦମ୍ପତି । ୯ ବର୍ଷର ବିବାହ ପରେ ୨୦୨୫ରେ ସେମାନେ ଛାଡପତ୍ର ନେଇ ଅଲଗା ରହିବାକୁ ନିଷ୍ପତ୍ତି ନେଇଥିଲେ । ତଥାପି ସେମାନଙ୍କ ଛାଡପତ୍ରର କାରଣ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ ।

ପ୍ରଶଂସକଙ୍କୁ ଲାଗିଲା ଝଟକା..

ଟିଭି ଅଭିନେତ୍ରୀ ସୋନିଆ ଅୟୋଧ୍ୟା ଏବଂ ହର୍ଷ ବିବାହର ୫ ବର୍ଷ ପରେ.. ଚଳିତ ବର୍ଷ ଏପ୍ରିଲରେ ସେମାନେ ଛାଡପତ୍ର ଘୋଷଣା କରି ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ।

ପରକୀୟା ପ୍ରୀତି ଭାଙ୍ଗିଦେଲା ସମ୍ପର୍କ..

ଅଦିତି ଶର୍ମା ଏବଂ ଅଭିନୀତ କୌଶିକ ଗତବର୍ଷ ନଭେମ୍ବରରେ ଗୁପ୍ତ ବିବାହ କରିଥିଲେ। ପରକୀୟା ପ୍ରୀତି ଯୋଗୁ ସମ୍ପର୍କ ଭାଙ୍ଗିଥିବା ଜଣାପଡିଛି। ଚଳିତବର୍ଷ ଆରମ୍ଭରେ ସେମାନେ ଛାଡପତ୍ର ନେଇଥିବା ଘୋଷଣା କରିଛନ୍ତି।

ଛାଡପତ୍ର ପରେ ସାଥୀ ଚାଲିଗଲେ ଆରପାରିକୁ..

ଶୁଭାଙ୍ଗୀ ଆତ୍ରେ ଏବଂ ପୀୟୁଷ ବହୁତ ଦିନ ଧରି ଅଲଗା ରହୁଥିବା ବେଳେ ଚଳିତବର୍ଷ ଫେବୃଆରୀରେ ସେମାନଙ୍କର ଛାଡପତ୍ର ହୋଇଥିଲା। ଶୁଭାଙ୍ଗୀଙ୍କଠାରୁ ଛାଡପତ୍ର ନେବାପରେ ପୀୟୁଷ ଏପ୍ରିଲ ୨୦୨୫ରେ ଲିଭର ସିରୋସିସ୍ ରୋଗରେ ଆରପାରିକୁ ଚାଲିଗଲେ।

ଛାଡପତ୍ର ପାଲଟିଥିଲା ଖବରର ଶିରୋନାମା..

ଧନଶ୍ରୀ ବର୍ମା ଏବଂ ୟୁଜଭେନ୍ଦ୍ର ଚହଲଙ୍କ ଛାଡପତ୍ର ଖବର ଶିରୋନାମା ପାଲଟିଥିଲା। ସେମାନେ ୨୦୨୦ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ, କିନ୍ତୁ ଏହି ବର୍ଷରେ ଧନଶ୍ରୀ ଏବଂ ଚହଲ ଛାଡପତ୍ର ନେଇ ସେମାନଙ୍କ ବୈବାହିକ ସମ୍ପର୍କକୁ ଶେଷ କରିଦେଇଛନ୍ତି।

ସୋସିଆଲ ମିଡିଆରେ ଜଣାଇଲେ ବିଚ୍ଛେଦ କଥା...

ମୁଗ୍ଧା ଚାପେକର ଏବଂ ରବିଶ ଦେଶାଇ ୯ ବର୍ଷ ଧରି ବିବାହ ବନ୍ଧନରେ ଆବଦ୍ଧ ହୋଇ ରହିଥିଲେ। ବର୍ଷବର୍ଷ ଧରି ଏକାଠି ରହିବା ପରେ ସେମାନେ ୨୦୨୫ ମସିହାରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ରବିଶ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଦୁହେଁ ଅଲଗା ହେବାର ଘୋଷଣା କରିଥିଲେ।