ଅଁଳାରେ ତିଆରି କରନ୍ତୁ ଚା'

ଅଁଳା ଶରୀର ପାଇଁ ବହୁତ ହିତକାରୀ ଅଟେ। ଅଁଳାରେ ଭିଟାମିନ୍ ଏ, ଭିଟାମିନ୍ ବି, ଆଇରନ୍ , କ୍ୟାଲସିୟମ, ପୋଟାସିୟମ ପରି ଅନେକ ପୋଷକ ତତ୍ତ୍ୱ ରହିଥାଏ। ଯାହା ଆମ ଶରୀର ପାଇଁ ଅନେକ ଉପଯୋଗୀ ଅଟେ ।

Photo Credit : sambad.in

ଶରୀର ପାଇଁ ହିତକର ଅଁଳା

ଆୟୁର୍ବେଦ ଅନୁସାରେ ଅଁଳା ଆମ ଶରୀର ପାଇଁ ଅନେକ ଉପଯୋଗୀ ଅଟେ। ଅଁଳା ଚା ପିଇବା ଦ୍ବାରା ଏହା ଶରୀରକୁ ଅନେକ ଲାଭ ପ୍ରଦାନ କରିଥାଏ। ଏହା ଶରୀରରେ ଥିବା ଅମ୍ଳପିତ୍ତ , ଅଜୀର୍ଣ୍ଣ, ଅନିଦ୍ରା ପରି ଅନେକ ରୋଗରୁ ଉପଶମ କରିଥାଏ।

ଅଁଳା ଚା ପାଇଁ କଣ ଆବଶ୍ୟକ ହୋଇଥାଏ ?

ଅଁଳା ଚା ଖୁବ୍ କମ୍ ସମୟ ମଧ୍ୟରେ ପ୍ରସ୍ତୁତ ହୋଇଥାଏ। ଅଁଳା ଚା କରିବା ପାଇଁ ଅଁଳା, ଅଦା, ମହୁ, ପାଣିର ଆବଶ୍ୟକତା ପଡିଥାଏ।

କେମିତି କରିବେ ଅଁଳା ଚା ?

ପ୍ରଥମେ ଗ୍ୟାସ ଅନ୍ କରି ପାଣି ଗରମ କରନ୍ତୁ। ଏହାପରେ ଅଁଳାକୁ ଛୋଟଛୋଟ କରି କାଟି ଫୁଟୁଥିବା ପାଣିରେ ପକାନ୍ତୁ। ଭଲରେ ଅଁଳା ପାଣିରେ ଫୁଟିଗଲା ପରେ ସେଥିରେ ଅଦାକୁ ଛେଚି ପକାନ୍ତୁ । ଅଁଳା ଏବଂ ଅଦା ପାଣିରେ ଭଲଭାବରେ ଫୁଟାନ୍ତୁ। ୫ ମିନିଟ୍ ସବୁକିଛି ଫୁଟିଗଲା ପରେ ସେଥିରେ ମହୁ ମିଶାଇ ସେବନ କରନ୍ତୁ।