ମୋଟାପଣ କମାଇବା ପାଇଁ କ'ଣ କହିଛନ୍ତି ବାବା ରାମଦେବ ଜାଣନ୍ତୁ...
ମୋଟାପଣ କମାଇବା ପାଇଁ କ'ଣ କହିଛନ୍ତି ବାବା ରାମଦେବ ଜାଣନ୍ତୁ...
ମୋଟାପଣ କମାଇବା ପାଇଁ କ'ଣ କହିଛନ୍ତି ବାବା ରାମଦେବ ଜାଣନ୍ତୁ...
ଯୋଗଗୁରୁ ରାମଦେବ ବାବା ସବୁବେଳେ ଲୋକଙ୍କୁ ସୁସ୍ଥ ଏବଂ ଅନୁଶାସିତ ଜୀବନ ବଞ୍ଚିବାକୁ ନିର୍ଦେଶ ଦେଇଥାଆନ୍ତି । ସବୁପ୍ରକାର ରୋଗର ମୌଳିକ ସମାଧାନ ଯୋଗ ମାଧ୍ୟମରେ କରିହେବ ବୋଲି ସେ କୁହନ୍ତି ।
ନିକଟରେ ବାବା ରାମଦେବ ଏକ ଜାତୀୟ ଗଣମାଧ୍ୟମ ସଂସ୍ଥାରେ ଇଣ୍ଟରଭିୟୁ ଦେଇଥିଲେ। ଯେଉଁଠାରେ ସେ ସ୍ବାସ୍ଥ୍ୟ ସଂପର୍କିତ ଅନେକ ଟିପ୍ସ ସେୟାର କରିଥିଲେ।
ଯେତେବେଳେ ରାମଦେବ ବାବାଙ୍କୁ ଓଜନ କାମାଇବା ପାଇଁ ମାର୍କେଟରେ ମିଳୁଥିବା ନାନାଦି ପ୍ରକାର ମେଡିସିନ ଏବଂ ଇଞ୍ଜେକ୍ସନ ନେବା ଭଲ ନା ମନ୍ଦ ବୋଲି ପଚରାଗଲା ସେ ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଥିଲେ ।
ବାବା ରାମଦେବ କହିଥିଲେ ଯେ, ଓଜନ କମାଇବା ପାଇଁ ମାର୍କେଟରେ ମିଳୁଥିବା ମେଡିସିନ ଏବଂ ଇଞ୍ଜେକ୍ସନ ସଂପୁର୍ଣ୍ଣ ଖରାପ ଅଟେ। ଏହା ଶରୀରକୁ ଅନେକ କ୍ଷତି ପହଁଞ୍ଚାଇଥାଏ।
ପ୍ରାକୃତିକ ଏବଂ ଘରୋଇ ଉପାୟ ଅବଲମ୍ବନ କରି ବାବା ରାମଦେବ ନିଜର ମୋଟାପଣକୁ କମେଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା କ'ଣ କଲେ ଘରୋଇ ଉପାୟରେ ନିଜ ମୋଟାପଣ କମିବ ସେ ବିଷୟରେ ସେ କହିଛନ୍ତି।
ଲାଉର ରସକୁ ସାମାନ୍ୟ ଗରମ କରି ତାର ରସକୁ ପିଇଲେ ମୋଟାପଣରୁ ନିସ୍ତାର ମିଳିପାରିବ ବୋଲି ରାମଦେବ ବାବା କହିଛନ୍ତି।
ବାବା ରାମଦେବ ମୋଟାପଣ କମାଇବାକୁ ନେଇ ପ୍ରତ୍ୟେହ ସକାଳୁ ଦୌଡ଼ିବାକୁ କହିଛନ୍ତି । ଏହାସହ ସେ ବିଭିନ୍ନ ପ୍ରକାର ଯୋଗ ଏବଂ ପ୍ରାଣାୟାମ କରିବାକୁ କହିଛନ୍ତି ।
ସୁସ୍ଥ ଜୀବନଯାପନ ପାଇଁ ବାବା ମଝିରେ ମଝିରେ ଉପବାସ ରହିବାକୁ କହିଛନ୍ତି । ସେ ନିଜେ ବହୁବର୍ଷ ଥରି ଏହି ନିୟମକୁ ପାଳନ କରିଆସୁଛନ୍ତି । ପେଟ, ହୃଦୟ ଏବଂ ମସ୍ତିଷ୍କ ପାଇଁ ଉପବାସ ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି ।
ରାମଦେବ ବାବାଙ୍କ ଦ୍ବାରା ଦିଆଯାଇଥିବା ଏହି ସରଳ ଉପାୟକୁ ପାଳନ କଲେ ଆପଣ ନିଜର ମୋଟାପଣରୁ ନିସ୍ତାର ପାଇବା ସହ ସବୁବେଳେ ସୁସ୍ଥ ମଧ୍ୟ ରହିବେ ।