କଦଳୀ ଖାଇସାରିବା ପରେ କିମ୍ବା ପୂଜାରେ ଭୋଗ ଲଗେଇ ସାରିବା ପରେ ଆମେ କଦଳୀର ଚୋପାକୁ ଫିଙ୍ଗିଦେଉ । ଅନେକ ଲୋକ ଏମିତି କରନ୍ତି ଆଉ ଏହା ଏକ ଅଭ୍ୟାସ ମଧ୍ୟ ।

ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କଦଳୀ ଚୋପା ବି କମାଲ କରିପାରେ, କଦଳୀ ଚୋପା ମଣିଷ ଶରୀରରେ ଚମତ୍କାର ପ୍ରଭାବ ପକାଏ, ସୁନ୍ଦର ତ୍ୱଚା ପାଇଁ ରାମବାଣ ସାଜେ ।

କଦଳୀ ଚୋପାକୁ ଅନେକ ଡଷ୍ଟବିନକୁ ଫିଙ୍ଗି ନଷ୍ଚ କରିଦେଉଥିବା ବେଳେ କଦଳୀ ଚୋପାର ଭିତର ଅଂଶକୁ ଧିରେଧିରେ ମୁହଁରେ ମାରିଲେ ଏହା ମୁହଁକୁ ଶୁଖିଲା ହେବାକୁ ଦିଏନି ତା ସହ ମୁହଁର ଚମଡାକୁ ନରମ ଏବଂ ମୁଲାୟମ ରଖେ ।

କଦଳୀ ଚୋପାକୁ ମୁହଁରେ ପ୍ରତିଦିନ ଲଗାଇଲେ ଏହା ମୁହଁର ନାଲି ପଡୁଥିବା ଅଂଶକୁ କମାଇବାରେ ସାହାଯ୍ୟ କରେ ଏବଂ ମୁହଁରେ ହେଉଥିବା ଜଳାପୋଡା ବି କମାଏ ।

ମୁହଁରେ କଳାଦାଗ ଥିଲେ, କଦଳୀ ଚୋପାକୁ ଭଲରେ ଲଗାନ୍ତୁ ଏବଂ 15 ମିନିଟ୍ ଛାଡି ଦିଅନ୍ତୁ । ଦେଖିବେ ଏହାର ଚମତ୍କାରିତା ।

ଆଖି ତଳେ ପଡିଥିବା କଳା ଦାଗ ଦୂର କରିବାରେ କଳଦୀ ଚୋପା ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । କଦଳୀ ଚୋପାକୁ ଆଖି ଉପରେ 10ରୁ 15 ମିନିଟ୍ ଧରି ରଖିଲେ ଏହାର ଜଳୀୟ ଅଂଶ ଆଖିକୁ ଥଣ୍ଡା ରଖେ ।

ହାତ କଟିଗଲେ କିମ୍ବା ଛୋଟ ଖଣ୍ଡିଆ ହେଲେ କିମ୍ବା କେଉଁଠି ଆଞ୍ଚୁଡି ଗଲେ କଦଳୀ ଚୋପା ଔଷଧ ଭଳି କାମ କରେ । ଯେଉଁମାନଙ୍କର ତେଲିଆ ତ୍ୱଚା ସେମାନେ କଦଳୀ ଚୋପା ବ୍ୟବହାର କରିପାରିବେ ।