ବାର୍ଷିକ ଫାଷ୍ଟାଗ୍ ପାସ୍ ପାଇଁ କିଣିବାକୁ ହେବ କି ନୂଆ ଫାଷ୍ଟାଗ୍ ?

ମାତ୍ର ଛଅ ଦିନରେ ୫ ଲକ୍ଷ ବର୍ଷିକିଆ ଫାଷ୍ଟାଗ୍ ପାସ୍‌ ଜାରି କରାଯାଇଛି। ଗାଡ଼ି ମାଲିକମାନେ ୩୦୦୦ ଟଙ୍କା ଦେଇ ବାର୍ଷିକ ଫାଷ୍ଟାଗ୍ ନେଇପାରିବେ।

କେବଳ ଘରୋଇ ଗାଡ଼ି ଲାଗି ଏହି ପାସ୍‌

ବର୍ଷିକିଆ ପାସ୍ ଜରିଆରେ ଏକ ବର୍ଷ ପର୍ଯ୍ୟନ୍ତ କିମ୍ବା ୨୦୦ ଥର ଟୋଲ୍‌ ପ୍ଲାଜା ଅତିକ୍ରମ କରିପାରିବେ। କେବଳ ଘରୋଇ ଗାଡ଼ି ଲାଗି ଏହି ପାସ୍‌ ଜାରି କରାଯାଇଛି ।

କିଣିବାକୁ ପଡିବ କି ନୂଆ ଫାଷ୍ଟାଗ୍ ?

ଅନେକ ଲୋକଙ୍କ ମନରେ ପ୍ରଶ୍ନ ଅଛି ଯେ ବର୍ଷିକିଆ ପାସ୍ କିଣିବା ପାଇଁ ନୂଆ ଫାଷ୍ଟାଗ୍ କିଣିବାକୁ ପଡିବ ନା ଏହି ପାସ ପୂର୍ବରୁ ଥିବା ଫାଷ୍ଟାଗ୍ ରେ ଉପଲବ୍ଧ ହେବ?

ବର୍ଷିକିଆ ଫାସ୍‌ଟ୍ୟାଗ୍‌ ପାସ୍‌ କେବଳ ପୂର୍ବରୁ ଥିବା ଫାଷ୍ଟାଗ୍ ବ୍ୟବହାର କରି କିଣାଯାଇପାରିବ। ଏଥିପାଇଁ ଆପଣଙ୍କୁ Rajmargyatra ଆପ କିମ୍ବା NHAI ୱେବସାଇଟକୁ ଯିବାକୁ ପଡିବ।

ବର୍ଷିକିଆ ଫାଷ୍ଟାଗ୍ ପାସ୍‌ କିଣିବା ସମୟରେ ଆପଣଙ୍କୁ ମନେ ରଖିବାକୁ ହେବ ଯେ ଆପଣଙ୍କ ଫାଷ୍ଟାଗ୍ ଆକ୍ଟିଭ ଥିବ ଏବଂ ଏହା ବ୍ଲାକଲିଷ୍ଟ ହୋଇନଥିବ, ନହେଲେ ପାସ ଆକ୍ଟିଭ ହେବ ନାହିଁ ।

ଏହି ବାର୍ଷିକ ପାସ୍ କେବଳ ଜାତୀୟ ରାଜପଥ କିମ୍ବା ଏକ୍ସପ୍ରେସୱେରେ ବୈଧ ହେବ। ରାଜ୍ୟ ରାଜପଥ କିମ୍ବା ଏକ୍ସପ୍ରେସୱେରେ ଏହା ପ୍ରଯୁଜ୍ୟ ହେବ ନାହିଁ।