ଶୀତଦିନେ ଚେହେରା କିପରି ରଖିବେ ସତେଜ ?

ଶୀତଦିନେ ଆର୍ଦ୍ରତା କମ୍ ଥିବାରୁ ଚର୍ମ ଶୁଷ୍କ ହେବାକୁ ଆରମ୍ଭ ହୋଇଥାଏ। ଏହି ଶୁଷ୍କ ପବନ ଆପଣଙ୍କ ଚର୍ମରୁ ପାଣି ଟାଣି ନେଇଥାଏ,ଫଳରେ ଚର୍ମ ଫାଟିବା ସହ ଶୁଖିଲା ଦେଖାଯାଇଥାଏ। ତେବେ କଣ କଲେ ଚର୍ମ ଠିକ ରହିଥାଏ ? ଆସନ୍ତୁ ଜାଣିବା ।

Photo Credit : Sambad.in

ଶୀତଦିନେ ପିଅନ୍ତୁ ଅଧିକ ପାଣି

ଶୀତଦିନେ ଅଧିକ ପାଣି ପିଅନ୍ତୁ। ଏହା ଶରୀରକୁ ହାଇଡ୍ରେଡ ରଖିଥାଏ। ପାଣି ସହ ହର୍ବାଲ୍ ଚା, କମ୍ ଲୁଣ ଥିବା ସୁପ୍ ଏବଂ କାକୁଡି, ଟମାଟୋ ପରି ଫଳକୁ ବ୍ୟବହାର କରନ୍ତୁ।

ମଦ୍ୟପାନ କରନ୍ତୁ ନାହିଁ

ଶୀତଦିନେ କ୍ୟାଫିନ୍ ଏବଂ ମଦ୍ୟପାନକୁ ବନ୍ଦ କରନ୍ତୁ। ଏହା ଉଭୟ ତରଳ ପଦାର୍ଥ ହ୍ରାସକୁ ବୃଦ୍ଧି କରିଥାଏ। ଏବଂ ଶରୀରକୁ ଡିହାଇଡ୍ରେସନ୍ କରିଥାଏ ।

ଗରମ ପାଣିରେ ଗାଧାନ୍ତୁ ନାହିଁ

ଶୀତଦିନେ ଗାଧୋଇବା ବେଳେ ଗରମ ପାଣି କମ ବ୍ଯବହାର କରନ୍ତୁ। ଗରମ ପାଣିରେ ଗାଧୋଇବା ଦ୍ବାରା ଏହା ଚର୍ମକୁ ଲାଲ କରିଥାଏ। ସେଥିପାଇଁ ନଖ ଉଷୁମ ଗରମ ପାଣିରେ ଗାଧାନ୍ତୁ।

ସପ୍ତାହକୁ ଥରେ ସାବୁନ ଲଗାନ୍ତୁ ନାହିଁ

ସପ୍ତାହକୁ ଥରେ ସାବୁନ ନ ଲଗାଇ ଗାଧାନ୍ତୁ। ସାବୁନ ପରିବର୍ତ୍ତେ ବେସନ ବା ନଡିଆ ତେଲକୁ ବ୍ଯବହାର କରନ୍ତୁ। ନଡ଼ିଆ ତେଲ ଗଭୀର ଆର୍ଦ୍ରତା ଏବଂ ସୁରକ୍ଷା ପ୍ରଦାନ କରେ, ବେସନ ଚର୍ମକୁ ଉଜ୍ଜ୍ୱଳ କରିଥାଏ।

ମଶ୍ଚରାଇଜର ଲଗେଇବାକୁ ଭୁଲନ୍ତୁ ନାହିଁ

ଦିନକୁ ଅତି କମରେ ଦୁଇଥର ମଇଶ୍ଚରାଇଜର ଲଗାନ୍ତୁ। ବିଶେଷକରି ଗାଧୋଇବା ପରେ ଏବଂ ଶୋଇବା ବେଳେ ଏହାକୁ ବ୍ୟବହାର କରନ୍ତୁ । ମଶ୍ଚରାଇଜର ଲଗାଇବା ଦ୍ବାରା ଚର୍ମ ଶୁଖିଲା ହୁଏନାହିଁ।

ସବୁପ୍ରକାର ପନିପରିବା ଖାଆନ୍ତୁ

ଶୀତଦିନେ ସବୁ ପ୍ରକାର ପନିପରିବା ଖାଇବା ନିହାତି ଦରକାର। ପନିପରିବା ଖାଇବା ଫଳରେ ଏହା ହାଇଡ୍ରେଟେଡ୍ ରଖିବାରେ ସାହାଯ୍ୟ କରିଥାଏ।