ମା ହେବାକୁ ଯାଉଛନ୍ତି ସାୟେଲି
ମା ହେବାକୁ ଯାଉଛନ୍ତି ଇଣ୍ଡିଆନ୍ ଆଇଡଲ ର ସିଙ୍ଗର ସାୟେଲି କାମ୍ବଲେ। ବିବାହର ୩ ବର୍ଷ ପରେ ସେ ମା ହେବାକୁ ଯାଉଛନ୍ତି
ମା ହେବାକୁ ଯାଉଛନ୍ତି ଇଣ୍ଡିଆନ୍ ଆଇଡଲ ର ସିଙ୍ଗର ସାୟେଲି କାମ୍ବଲେ। ବିବାହର ୩ ବର୍ଷ ପରେ ସେ ମା ହେବାକୁ ଯାଉଛନ୍ତି
ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୧୨ ରେ ସାୟେଲି ତାଙ୍କ ସୁନ୍ଦର କଣ୍ଠ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଥିଲେ। ଏହିଠାରୁ ତାଙ୍କ ସଙ୍ଗୀତ ଜଗତର ଯାତ୍ରା ଆରମ୍ଭ ହୋଇଥିଲା।
ସାୟଲି କାମ୍ବଲେ ଏପ୍ରିଲ ୨୦୨୨ ରେ ଧାୱଲ ପାଟିଲଙ୍କୁ ବିବାହ କରିଥିଲେ। ତାଙ୍କ ସ୍ବାମୀ ଧାୱଲ ତାଙ୍କ କ୍ୟାରିୟର ର ଜଣେ ପ୍ରମୁଖ ସମର୍ଥକ ଥିଲେ।
ସାୟଲି ନିଜ ପ୍ରଥମ ସନ୍ତାନ କୁ ଜନ୍ମ ଦେବାକୁ ଯାଉଛନ୍ତି। ସାୟଲି ଏନେଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବେବି ସାଓ୍ବାର ଫଟୋ ପୋଷ୍ଟ କରିଛନ୍ତି ।
ଏହି ଫଟୋରେ ସାୟଲି ଏକ ବାଇଗଣି ରଙ୍ଗର ସୁନ୍ଦର ଶାଢୀ ପିନ୍ଧିଛନ୍ତି । ସେ ଶାଢୀ ପିନ୍ଧିବା ସହ ହାଲୁକା ମେକଅପ୍ କରିଥିଲେ ।
କେବଳ ଶାଢୀ ଏବଂ ମେକଅପ୍ ନୁହେଁ, ସେ ଏହାସହ କିଛି ହାଲୁକା ଅଳଙ୍କାର କୁ ମଧ୍ୟ ଯୋଡିଛନ୍ତି । ଯାହା ତାଙ୍କ ଲୁକକୁ ଆହୁରି ସୁନ୍ଦର କରିଛି ।
ସାୟଲି ନିଜର ଗୋଟିଏ ହାତରେ ମୟୂର ପରକୁ ଧରିବା ସହ ଅନ୍ୟ ହାତରେ ନିଜ ପେଟକୁ ଧରିଛନ୍ତି । ଏହାସହ ସେ ନିଜ ପେଟକୁ ଧରି ବିଭିନ୍ନ ପୋଜ ଦେଇ ଫଟୋ ଉଠାଇ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।
ସାୟଲି ନିଜ ସ୍ବାମୀ ଧାୱଲଙ୍କ ସହ ରୋମାଣ୍ଟିକ ଅନ୍ଦାଜରେ ଫଟୋ ଉଠାଇଛନ୍ତି । ଯେଉଁଥିରେ ତାଙ୍କ ସ୍ବାମୀ ସ୍ତ୍ରୀଙ୍କ ପେଟକୁ ଧରିଛନ୍ତି । ଉଭୟ ନିଜର ସନ୍ତାନ ପାଇଁ ବେଶ ଖୁସି ଥିବା ଜଣାପଡିଛି ।
ସାୟଲିଙ୍କ ଏହି ଫଟୋ ଇନଷ୍ଟାଗ୍ରାମରେ ଟ୍ରେଣ୍ଡ କରୁଛି। ଫ୍ୟାନ୍ସ ମାନେ ଏଥିପାଇଁ ତାଙ୍କୁ ଭରପୁର ଅଭିନନ୍ଦନ ଜଣାଇଛନ୍ତି ।