ଜିଓର ସବୁଠୁ ଶସ୍ତା ରିଚାର୍ଜ ପ୍ଲାନ

ଜିଓ ପୋର୍ଟପୋଲିଓରେ ଅନେକ ପ୍ରକାର ରିଚାର୍ଜ ପ୍ଲାନ ଉପଲବ୍ଧ ରହିଥାଏ। ସେହି ସବୁ ପ୍ଲାନ ମାଧ୍ୟମରେ ଆପଣ ନିଜର ସିମକୁ ରିଚାର୍ଜ କରିପାରିବେ।

ଡି ଆକ୍ଟିଭେଟ ହୋଇଯାଏ ସିମ

ଆପଣଙ୍କ ରିଜାର୍ଜ ପ୍ଲାନ ସରିବା ପରେ ଆପଣଙ୍କ ସିମ ଆଉ ସେବା ଯୋଗାଏ ନାହିଁ। ଯଦି ଆପଣ ୩ ମାସରୁ ଅଧିକ ରିଚାର୍ଜ ନ କରୁଛନ୍ତି ତେବେ ଆପଣଙ୍କ ସିମ ଡି ଆକ୍ଟିଭେଟ ହୋଇଯାଇଥାଏ।

ସର୍ବନିମ୍ନ ପ୍ଲାନ କରନ୍ତୁ ରିଚାର୍ଜ

ଏଭଳି ପରିସ୍ଥିତିରେ ସିମ ଡିଆକ୍ଟିଭେଟରୁ ବଞ୍ଚିବାକୁ ଚାହୁଁଥିଲେ ଆପଣ ଜିଓର ସର୍ବନିମ୍ନ ପ୍ଲାନ ରିଚାର୍ଜ କରିପାରିବେ।

ମାତ୍ର ୧୮୯ ଟଙ୍କାରେ ଉପଲବ୍ଧ ପ୍ଲାନ

ଜିଓର ଏହି ପ୍ଲାନ ମାତ୍ର ୧୮୯ ଟଙ୍କା ରେ ଉପଲବ୍ଧ ହୋଇଥାଏ । ଏହି ପ୍ଲାନ ର ଅବଧି ୨୯ ଦିନ ପର୍ଯ୍ୟନ୍ତ ରହିବ ।

ଅନଲିମିଟେଡ କଲିଙ୍ଗର ସୁବିଧା ପାଇବେ

ଏଥିରେ କମ୍ପାନୀ ପକ୍ଷରୁ ଆପଣ ଅନଲିମିଟେଡ କଲିଙ୍ଗର ସୁବିଧା ପାଇପାରିବେ। ଏହା ସହ ମାସ ସାରା ୨ ଜିବି ଡାଟା ପ୍ୟାକର ସୁବିଧା ମଧ୍ୟ ଉପଲବ୍ଧ ରହିବ।

ଏକାବେଳେ ୩ ଟି ସେବା ପାଇପାରିବେ

କଲିଂ ଏବଂ ଡାଟା ସହିତ ଏହି ରିଚାର୍ଜ ପ୍ଲାନରେ ଆପଣ ପ୍ରତିଦିନ ୩୦୦ ଏସଏମଏସ ପଠାଇବାର ସୁବିଧା ମଧ୍ୟ ପାଇପାରିବେ। ଏହି ପ୍ଲାନରେ ଆପଣ ଏକାବେଳେ କଲିଙ୍ଗ, ଡାଟା ପ୍ୟାକ ଏବଂ ଏସଏମଏସ କରିବାର ସୁବିଧା ପାଇପାରିବେ ।

ମିଳିବ ଅନେକ ଗୁରୁତ୍ୱପୂର୍ଣ ସେବା

ଡାଟାର ଅବଧି ସରିବା ପରେ ଉପଭୋକ୍ତା ମାନେ ୬୪ କେବିପିଏସର ସ୍ପିଡ ପାଇବେ। ଏହାଛଡା ଜିଓ ଟିଭି ଏବଂ ଜିଓ ଏଆଇ କ୍ଲାଉଡର ଆକ୍ସେସ ମଧ୍ୟ ପାଇପାରିବେ ।

ରହିଛି ଅନେକ ରିଚାର୍ଜ ପ୍ଲାନ

ଜିଓର ଅନେକ ଗୁଡିଏ ଦୀର୍ଘକାଳୀନ ରିଚାର୍ଜ ପ୍ଲାନ ମଧ୍ୟ ଉପଲବ୍ଧ ରହିଛି। ଯାହାଦ୍ବାରା ଆପଣ ଆହୁରି ଅନେକ ଗୁଡିଏ ସୁବିଧା ପାଇପାରିବେ ।