ଯାହା ଶ୍ୱାସନଳୀରେ ପ୍ରଦାହ ସୃଷ୍ଟି କରି ତାହାକୁ ସଂକୁଚିତ କରିଦେଇଥାଏ । ଯାହାଦ୍ୱାରା କାଶ ଓ ଶ୍ୱାସକ୍ରିୟାରେ କଷ୍ଟ ଭଳି ଲକ୍ଷଣ ଦେଖାଯାଏ । ଔଷଧ ଦ୍ୱାରା ଏହାର ପରିଚାଳନା ସମ୍ଭବ ହୋଇଥାଏ ।
ଭାରତରେ ୩୪ ନିୟୁତରୁ ଅଧିକ ଲୋକ ଆଜ୍ମାରେ ପୀଡ଼ିତ । ଆଜ୍ମା ବାବଦରେ ରହିଥିବା ସେଭଳି କିଛି ଭ୍ରାନ୍ତି ବିଷୟରେ ଜାଣନ୍ତୁ...
ଆଜ୍ମା କେବଳ ଛୋଟ ପିଲାଙ୍କୁ ହୁଏ ବୋଲି ରହିଥିବା ଧାରଣା ଭୁଲ୍ । ଏହା ଯେକୌଣସି ବୟସରେ ବିକଶିତ ହୋଇପାରେ । ତେବେ ବିଭିନ୍ନ ମିଥ୍ୟା ଓ ଭୁଲ୍ ଧାରଣା ରୋଗ ନିରୂପଣ ଓ ଚିକିତ୍ସାରେ ବାଧା ସୃଷ୍ଟି କରେ ।
ଆଜ୍ମା ନିବାରକ ଇନ୍ହେଲରଗୁଡ଼ିକ କ୍ଷତିକାରକ କିମ୍ବା ନିଶା ସୃଷ୍ଟିକାରୀ ବୋଲି ରହିଥିବା ଧାରଣାକୁ ବିଶେଷଜ୍ଞ ଡାକ୍ତରମାନେ ଭୁଲ୍ ବୋଲି କହନ୍ତି ।
ଏହା ଏକ ମାନସିକ ଅବସ୍ଥା ବୋଲି ଭାବିବା ମଧ୍ୟ ଠିକ୍ ନୁହେଁ । ଏହା ଫୁସ୍ଫୁସ୍ର ଏକ ଦୀର୍ଘକାଳୀନ ପ୍ରଦାହ ରୋଗ । ଆଜ୍ମା ପୀଡ଼ିତମାନେ ଶାରୀରିକ କାର୍ଯ୍ୟକଳାପ କରିବା ଅନୁଚିତ ବୋଲି ରହିଥିବା ଧାରଣା ମଧ୍ୟ ଭୁଲ୍ ।
ଆଜ୍ମା ପରିଚାଳନା ଯୋଜନା ଅନୁଯାୟୀ ବ୍ୟାୟାମ କରିବା ଲାଭଦାୟକ। ଆଜ୍ମା ସଂକ୍ରାମକ ରୋଗ ବୋଲି ଭାବିବା ଠିକ୍ ନୁହେଁ । ଏହା ବ୍ୟକ୍ତିଠାରୁ ବ୍ୟକ୍ତିକୁ ସଂକ୍ରମିତ ହୁଏନାହିଁ ।