ଜାଣନ୍ତୁ 'କୁଲି' ଷ୍ଟାରଙ୍କ ଫିଟନେସ୍ ମନ୍ତ୍ର..
୭୪ ବର୍ଷ ବୟସରେ ବି ଫିଟ୍ ଓ ଏନର୍ଜେଟିକ୍ ଅଛନ୍ତି ସାଉଥ୍ ସୁପରଷ୍ଟାର ରଜନୀକାନ୍ତ । ସେ ତାଙ୍କର ଚମତ୍କାର ଅଭିନୟ ଶୈଳୀ ଏବଂ ପ୍ରତିଭା ସହିତ ପ୍ରଶଂସକମାନଙ୍କ ମନ କିଣିଛନ୍ତି ।
୭୪ ବର୍ଷ ବୟସରେ ବି ଫିଟ୍ ଓ ଏନର୍ଜେଟିକ୍ ଅଛନ୍ତି ସାଉଥ୍ ସୁପରଷ୍ଟାର ରଜନୀକାନ୍ତ । ସେ ତାଙ୍କର ଚମତ୍କାର ଅଭିନୟ ଶୈଳୀ ଏବଂ ପ୍ରତିଭା ସହିତ ପ୍ରଶଂସକମାନଙ୍କ ମନ କିଣିଛନ୍ତି ।
ରଜନୀକାନ୍ତ ତାଙ୍କ କ୍ୟାରିୟରରେ ଅନେକ ସଫଳତା ପାଇଛନ୍ତି। ଏବେ ତାଙ୍କ ଚଳଚ୍ଚିତ୍ର ବକ୍ସ ଅଫିସରେ ସୁପରହିଟ୍ ହେଉଥିବା ଦେଖାଯାଇଛି। ୭୪ ବର୍ଷ ବୟସରେ ମଧ୍ୟ 'କୁଲି' ଓ 'ଜେଲର' ଭଳି ସୁପରହିଟ୍ ଚଳଚ୍ଚିତ୍ର ଦେଇଛନ୍ତି ଅଭିନେତା ।
ସେ ପ୍ରମାଣ କରି ଦେଖାଇଛନ୍ତି ଯେ ଫିଟନେସ୍, ସ୍ୱାସ୍ଥ୍ୟ ଏବଂ ସଫଳତା ପାଇଁ କୌଣସି ପ୍ରତିବନ୍ଧକ ନାହିଁ। ଏଥିସହ ରଜନୀକାନ୍ତଙ୍କ ଜିମ୍ରେ ବ୍ୟାୟାମ କରିବାର ଫୋଟୋ ମଧ୍ୟ ଭାଇରାଲ୍ ହୋଇଛି।
ସୁପରଷ୍ଟାରଙ୍କୁ ବ୍ୟାୟାମ କରୁଥିବା ଦେଖି ପ୍ରଶଂସକମାନେ ବେଶ ଖୁସି ହୋଇଥିଲେ। ଡମ୍ବଲ୍ ଉଠାଇବା ସହିତ ଏକ ବେଞ୍ଚ ସାହାଯ୍ୟରେ ସ୍କ୍ୱାଟ୍ କରୁଥିବା ନଜର ଆସିଛନ୍ତି। ଶେଷରେ ବାଇସେପ୍ସକୁ ଦେଖାଇଛନ୍ତି । ତାଙ୍କ ଟ୍ରେନର ତାଙ୍କ ପାଖରେ ଠିଆ ହୋଇଥିବା ଦେଖାଯାଉଛନ୍ତି ।
ରିପୋର୍ଟ ଅନୁଯାୟୀ, ଯୋଗ ଓ ବ୍ୟାୟାମ ବର୍ଷବର୍ଷ ଧରି ତାଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ ହୋଇଆସିଛି। ତେଣୁ ସେ ସବୁବେଳେ ଫିଟ୍ ଓ ଏନର୍ଜେଟିକ୍ ଥିବାର ଦେଖାଯାଆନ୍ତି । ପ୍ରାୟ ୨୦ ବର୍ଷ ହେବ ଯୋଗ ଅଭ୍ୟାସ କରିଆସୁଛନ୍ତି ସୁପରଷ୍ଟାର।
ରଜନୀକାନ୍ତ ୨୦୧୪ ମସିହାରେ ତାଙ୍କ ଜୀବନଶୈଳୀରେ ଏକ ବଡ଼ ପରିବର୍ତ୍ତନ ଆଣିଥିଲେ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସେ ଏକ ସରଳ ଓ ଶୁଦ୍ଧ ନିରାମିଷ ଖାଇବା ଆରମ୍ଭ କରିଥିଲେ । ସେବେଠାରୁ ଘର ତିଆରି ଖାଦ୍ୟକୁ ବେଶୀ ପସନ୍ଦ କରନ୍ତି।