ଦୁନିଆର କିଛି ଦୁର୍ଲଭ ପ୍ରାଣୀମାନଙ୍କ ବିଷୟରେ ଆସନ୍ତୁ ଜାଣିବା..

ହିସ୍ପାନିଓଲାନ୍ ସୋଲୋନୋଡନ୍ ଏକ ବିରଳ ସ୍ତନ୍ୟପାୟୀ ପ୍ରାଣୀ ଅଟେ। ଯାହା କେବଳ ହାଉତି ଏବଂ ଡୋମିନିକାନ୍ ରିପବ୍ଲିକର କିଛି ଅଞ୍ଚଳରେ ଦେଖାଯାଇଥାଏ ।

ହାଇନାନ୍ ଗିବନ୍

ହାଇନାନ୍ ଗିବନ୍ ଦୁନିଆର ସବୁଠାରୁ ବିରଳ ମାଙ୍କଡ଼ ଭାବରେ ବିବେଚନା କରାଯାଏ। ଚୀନ୍‌ର ହାଇନାନ୍ ଦ୍ୱୀପରେ ଏପର୍ଯ୍ୟନ୍ତ କେବଳ ୩୦ଟି ଜୀବ ବଞ୍ଚିଥିବାର ଦେଖିବାକୁ ମିଳିଛି।

ସେନେକା ୱାଇଟ୍ ଡିଅର୍

ସେନେକା ୱାଇଟ୍ ଡିଅର୍ ପ୍ରାୟତଃ ଆମେରିକାରେ ଦେଖିବାକୁ ମିଳିଥାଆନ୍ତି। ଏହି ହରିଣଗୁଡ଼ିକ ରଙ୍ଗ ସମ୍ପୂର୍ଣ୍ଣ ଧଳା ହୋଇଥାଏ।

ଭାକ୍ବିଟା

ଭାକ୍ବିଟା ଦୁନିଆର ସବୁଠୁ ଛୋଟ ଡଲଫିନ୍ ଭଳି ଦେଖାଯାଉଥିବା ସାମୁଦ୍ରିକ ଜୀବ ଅଟେ। ଏହା କାଲିଫର୍ନିଆ ଉପସାଗରରେ ଦେଖାଯାଇଥାଆନ୍ତି।

ଓକାପି

ଓକାପି- ଜେବ୍ରା ପରି ଦେଖାଯାଉଥିଲେ ବି ଏହା ଜିରାଫର ସଂପ୍ରଦାୟର ପ୍ରାଣୀ ହୋଇଥାଏ। ଏହା ଆଫ୍ରିକାର କାଙ୍ଗୋର ଘଞ୍ଚ ଜଙ୍ଗଲରେ ଦେଖିବାକୁ ମିଲିଥାଆନ୍ତି ।

ସୁମାତ୍ରା ଗଣ୍ଡା

ଦୁନିଆର ସବୁଠୁ ଛୋଟ ଏବଂ ସବୁଠୁ ବିରଳ ଗଣ୍ଡା ଭାବରେ ସୁମାତ୍ରା ଗଣ୍ଡାକୁ ବିବେଚନା କରାଯାଇଥାଏ । ଶିକାର ଏବଂ ଜଙ୍ଗଲ ନଷ୍ଟ ହେବା ଯୋଗୁଁ ଏହାର ସଂଖ୍ୟା ୮୦ରୁ ବି କମ୍ ହୋଇଯାଇଛି।

ଏସୀୟ ୟୁନିକର୍ଣ୍ଣ

ଭିଏତନାମ ଏବଂ ଲାଓସର ପାହାଡ଼ରେ ଏସୀୟ ୟୁନିକର୍ଣ୍ଣଙ୍କୁ ଦେଖିବାକୁ ମିଳିଥାଏ। ଏହି ପ୍ରଜାତିର ପ୍ରାଣୀ ଏବେ ବିଲୁପ୍ତ ହେବାରେ ଲାଗିଛନ୍ତି ।

ବାଇଜି ଡଲଫିନ୍

ଚୀନର ୟାଙ୍ଗ୍‌ଜେ ନଦୀରେ ମିଳୁଥିବା ବାଇଜି ଡଲଫିନର ପ୍ରଜାତି ବୋଧହୁଏ ବିଲୁପ୍ତ ହୋଇସାରିଛି। ୨୦୦୨ ପରଠାରୁ ଏହି ପ୍ରଜାତିର ଡଲଫିନଙ୍କୁ ଆଉ ଦେଖାଯାଇନାହିଁ।