୫୩ ବର୍ଷରେ ବାହା ହେବ ଧୁରନ୍ଧର ଭିଲିୟାନ
ଧୁରନ୍ଧର ଚଳଚିତ୍ରରେ ଖଳନାୟକ ଭୂମିକାରେ ଅଭିନୟ କରିଥିବା ଅର୍ଜୁନ ରାମପାଲ ଏବେ ଚର୍ଚ୍ଚାରେ ରହିଛନ୍ତି । ସେ ୫୩ ବର୍ଷ ବୟସରେ ପୁଣି ଥରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଧୁରନ୍ଧର ଚଳଚିତ୍ରରେ ଖଳନାୟକ ଭୂମିକାରେ ଅଭିନୟ କରିଥିବା ଅର୍ଜୁନ ରାମପାଲ ଏବେ ଚର୍ଚ୍ଚାରେ ରହିଛନ୍ତି । ସେ ୫୩ ବର୍ଷ ବୟସରେ ପୁଣି ଥରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଆଦିତ୍ୟ ଧରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଧୁରନ୍ଧର ଡିସେମ୍ବର ୫, ୨୦୨୫ରେ ସିନେମା ହଲରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରରେ ରଣବୀର ସିଂହ, ଅର୍ଜୁନ ରାମପାଲ, ଆର. ମାଧବନ, ସଞ୍ଜୟ ଦତ୍ତ ଏବଂ ଅକ୍ଷୟ ଖନ୍ନାଙ୍କ ସମେତ ଅନେକ ଅଭିନେତା ଅଭିନୟ କରିଥିଲେ।
ଚଳଚିତ୍ରରେ ଅର୍ଜୁନ ରାମପାଲଙ୍କ ଅଭିନୟର ଝଲକ ମଧ୍ୟ ଦେଖିବାକୁ ମିଳିଛି। ଯେଉଁଠାରେ ସେ ମେଜର ଇକବାଲ ଭୂମିକାରେ ଅଭିନୟ କରିଛନ୍ତି। ଚଳଚିତ୍ରରେ ତାଙ୍କ ଅଭିନୟକୁ ସମସ୍ତେ ବେଶ ପ୍ରଶଂସା କରିଛନ୍ତି ।
କେବଳ ଚଳଚିତ୍ର ନୁହେଁ ନିଜ ବ୍ୟକ୍ତିଗତ କଥାକୁ ନେଇ ଅର୍ଜୁନ ଏବେ ଚର୍ଚ୍ଚାରେ ରହିଛନ୍ତି । ସେ ୩୮ ବର୍ଷିୟ ଗ୍ରାବିଏଲା ଡେମୋଟ୍ରିଏସଙ୍କୁ ବିବାହ କରିବା କଥା କହିଛନ୍ତି।
ଅର୍ଜୁନ ରାମପାଲ ଦୀର୍ଘ ୬ ବର୍ଷ ଧରି ଗ୍ରାବିଏଲାଙ୍କ ସହ ରିଲେସନସିପରେ ରହିଥିଲେ। ଏହି ରିଲେସନସିପକୁ ଦୁହେଁ ଏବେ ବିବାହରେ ପରିଣତ କରିବାକୁ ଚାହୁଁଛନ୍ତି ।
ଗ୍ରାବିଏଲା ଡେମୋଟ୍ରିଏସ ଦକ୍ଷିଣ ଆଫିକ୍ରାରେ ଜନ୍ମଲାଭ କରିଥିଲେ । ସେ ୧୬ ବର୍ଷ ବୟସରେ ମଡେଲିଙ୍ଗ କରିବା ଆରମ୍ଭ କରିଥିଲେ ।
ଡିସେମ୍ବର ୧୪ରେ ରିଆ ଚକ୍ରବର୍ତ୍ତି ସହ ହେଉଥିବା ଏକ ପୋଡକାଷ୍ଟରେ ଅର୍ଜୁନ ଗ୍ରାବିଏଲାଙ୍କ ସହ ନିର୍ବନ୍ଧ କରିବା ନେଇ ଘୋଷଣା କରିଛନ୍ତି ।
ଅର୍ଜୁନ ଏବଂ ଗ୍ରାବିଏଲା ଏକାଠି ୬ ବର୍ଷ ଧରି ରିଲେସନସିପରେ ରହୁଥିଲେ । ତାଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛନ୍ତି।