ତାର ହଟିବ ଏବେ ପବନରେ ସଂଯୋଗ ହେବ ବିଜୁଳି
ତାର ହଟିବ ଏବେ ପବନରେ ସଂଯୋଗ ହେବ ବିଜୁଳି
ତାର ହଟିବ ଏବେ ପବନରେ ସଂଯୋଗ ହେବ ବିଜୁଳି
ଓ୍ବାଇଫାଇ ପରି କୌଣସି ଛୋଟ ଜିନିଷକୁ ଆପଣ ବିନା ଓ୍ବାଇଫାଇରେ ଚାର୍ଜ କରିପାରିବେ। କୌଣସି ଛୋଟ ଜିନିଷ ଚାର୍ଜ ପାଇଁ ଆଉ ଚାର୍ଜର ପ୍ଲଗ ବା ସକେଟର ଆବଶ୍ୟକ ପଡିବ ନାହିଁ।
ପିନଲ୍ୟାଣ୍ତରେ ବାୟୁ ମାଧ୍ୟମରେ ବିଦ୍ୟୁତ ପରିବହନର ପରୀକ୍ଷଣ ସଫଳ ହୋଇଛି। ଏହ ପରୀକ୍ଷଣ ସଫଳ ହେବା ପରେ ସାରା ବିଶ୍ବ ଚକିତ ହୋଇଯାଇଛି। ଏବେ ତାରର ବ୍ୟବହାର କମ ହେବାକୁ ଲାଗିବ, ଯାହା ଦିନେ ଅତୀତର ଏକ ସ୍ମାରକୀ ହୋଇଯିବ।
ବୈଙ୍ଗାନିକ ମାନେ ନରମ ଏବଂ କମ୍ ଆବୃତ୍ତିର ରେଡିଓ ତରଙ୍ଗ ବ୍ୟବହାର କରି କୋଠରୀ ମଧ୍ୟରେ ଶକ୍ତି ସ୍ଥାନାନ୍ତର ପ୍ରଦର୍ଶନ କରିଛନ୍ତି।
ଏହି ପ୍ରଯୁକ୍ତିବିଦ୍ୟା ଏକ ଧାରଣା ନୁହେଁ ଏହା ବାସ୍ତବ ଅଟେ । ବିଦ୍ୟୁତ ଏବେ କୌଣସି ଶାରୀରିକ ସଂପର୍କ ବିନା ବାୟୁ ମାଧ୍ୟମରେ ପ୍ରବାହିତ ହେବ ।
ଏହି ପରୀକ୍ଷଣ ପରେ ଭବିଷ୍ୟତର ଘର ଗୁଡିକରେ ଆଉ ମାଳମାଳ ବୋର୍ଡ ଦେଖାଯିବ ନାହିଁ। ବୋର୍ଡ ବିହୀନ ଘର ଗୁଡିକ ଆଗ ଅପେକ୍ଷା ଅଧିକ ସ୍ମାର୍ଟ ଏବଂ ସୁନ୍ଦର ଦେଖାଯିବ।
ଚାର୍ଜଂ କେବୁଲ ଏବଂ ପ୍ଲଗର ଆବଶ୍ୟକତା ଦୂର ହେବା ଦ୍ବାରା ବିଶ୍ବବ୍ୟାପୀ ଇଲେକ୍ଟ୍ରି ଅପଚୟ ଯଥେଷ୍ଟ ପରିମାଣରେ ହ୍ରାସ ପାଇବ ।
ଏହି ପ୍ରଯୁକ୍ତିବିଦ୍ୟା ଶକ୍ତି ବ୍ୟବହାରକୁ ସ୍ବଚ୍ଛ ,ସରଳ , ଏବଂ ଅଧିକ ନମନୀୟ କରିବ । ଯାହାଫଳରେ ବିଦ୍ୟୁତ ବ୍ୟବହାର ସହଜ ହେବ ।