ବୈଶିଙ୍ଗା: ଦ୍ରୁତଗତିରେ ବାଇକ ଚଲେଇବା ହେଲା କାଳ। ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱରେ ଥିବା ଏକ ଚିକେନ କଟିଂ ଘରେ ପଶି ଦୁଇ ଜଣ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏଥିରେ ଜଣଙ୍କର ମୃତ୍ୟୁ ଘଟିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି ହେଲେ ସମୀର ମଢୁଆଳ (୧୯)। ଗୁରୁତରଙ୍କ ନାମ ଶରତ ଜେନା (୨୫)। ମୟୂରଭଂଜ ଜିଲ୍ଲା ବୈଶିଙ୍ଗା-ମାଣତ୍ରୀ ରାସ୍ତାର ବେଲାଣପୁରା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।
ସୂଚନା ଅନୁଯାଇ ସମୀର ଓ ଶରତ ବୈଶିଙ୍ଗାରେ ତାଙ୍କର ଜଣେ ବନ୍ଧୁଙ୍କୁ ସାକ୍ଷାତ କରି ନିଜ ଘର ଖୁଣ୍ଟାକୁ ଫେରୁଥିବାବେଳେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣାl ବାଇକ ଚାଳକ ସମୀର ଅତ୍ୟନ୍ତ ଦ୍ରୁତଗତିରେ ଯାଉଥିବାବେଳେ ବାଇକ ଉପରୁ ନିଜର ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଚିକେନ କଟିଙ୍ଗ ଦୋକାନ ଉପରେ ଚଢିଯାଇଥିଲା ଓ ଘର ଭାଙ୍ଗି ଓପର ପଟେ ଚାଷଜମିରେ ପଡିଥିବା ପଥରରେ ମାଡ଼ ହୋଇଥିଲାl
/filters:format(webp)/sambad/media/media_files/2025/08/07/baisinga-2025-08-07-16-43-56.jpg)
ତେବେ ସଙ୍ଗେସଙ୍ଗେ ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରିଥିଲେବି ସମୀରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲାl ଖବର ପାଇ ଘଟଣାସ୍ଥଳରେ ବୈଶିଙ୍ଗା ପୁଲିସ ପହଞ୍ଚି ବାଇକକୁ ଜବତ କରିବା ସହିତ ମୃତକ ଓ ଗୁରୁତର ଆହତ ଯୁବକଙ୍କୁ ବୈଶିଙ୍ଗା ଡାକ୍ତରଖାନାକୁ ନେଇ ଯାଇଛନ୍ତି l
Accident | Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/07/baisinga1-2025-08-07-16-47-45.jpg)