ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ବ୍ଲାଷ୍ଟ ଫର୍ଣ୍ଣେସ୍‌-୫ ପୁଣି ଅଚଳ

ରାଉରକେଲା : ଭୋର୍‌ ୪ଟା ବେଳେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ (ଆର୍‌ଏସ୍‌ପି)ର ୨୩ ନମ୍ବର ଟ୍ୟୁୟର୍‌ ବ୍ଲୋ ପାଇପ୍‌ ଫାଟିଯିବାରୁ ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌-୫ ‘ଦୁର୍ଗା’କୁ କର୍ତ୍ତୃପକ୍ଷ ୧୨ ଘଣ୍ଟା ଅଚଳ ରଖିବାକୁ ବାଧ୍ୟ ହୋଇଥିଲେ। ଏଥି ସହ ଦୁର୍ଗା ଉପରେ ନିର୍ଭରଶୀଳ ପୁରୁଣା ପ୍ଲେଟ୍‌ ମିଲ୍‌…
ଅଧିକ ଖବର ଦେଖନ୍ତୁ...

ଚିପିଲିମା ପାଓ୍ଵାର ଚେନାଲ୍‌ରୁ ଇଂଜିନିୟରିଂ ଛାତ୍ରଙ୍କ ଶବ ଉଦ୍ଧାର

ଧନକଉଡ଼ା/ବୁର୍ଲା : ସମ୍ବଲପୁର ମହାନଗର ନିଗମ ବୁର୍ଲା ଥାନା ଚିପିଲିମା ଫାଣ୍ଡି ଅନ୍ତର୍ଗତ ପାଓ୍ଵାର୍‌ ଚେନାଲ୍‌ରୁ ରବିବାର ଭିସୁଟ୍‌ର କମ୍ପ୍ୟୁଟର୍‌ ସାଇନ୍‌ସ ତୃତୀୟ ବର୍ଷ ଛାତ୍ର ମାନସ ରଂଜନ ସେଠୀ (୨୨)ଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି। ମାନସ ଗତ ୧୯ ତାରିଖ ସନ୍ଧ୍ୟାରୁ ନିଖୋଜ ଥିବା ବେଳେ ଏ…
ଅଧିକ ଖବର ଦେଖନ୍ତୁ...

ବନ୍ଦ ହେଲା କଲ୍‌ମାର ୬୪ଟି ଗେଟ୍‌

ସମ୍ବଲପୁର : ଛତିଶଗଡ଼ ସରକାର ମହାନଦୀ ଉପରେ ନର୍ମିତ କଲ୍‌ମା ବ୍ୟାରେଜର ୬୪ଟି ଗେଟ୍‌ ବନ୍ଦ କରି ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଗତ ୫ ଅକ୍ଟୋବରରେ ୨୦ଟି ଗେଟ୍‌ ବନ୍ଦ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ବାକି ଗେଟ୍‌ ବନ୍ଦ କରାଯାଇଛି। ଶନିବାର କଲ୍‌ମାର ୬୬ଟି ଗେଟ୍‌ ମଧ୍ୟରୁ ମାତ୍ର ୨ଟି…
ଅଧିକ ଖବର ଦେଖନ୍ତୁ...

ସଂଜୀବ ପ୍ରଧାନଙ୍କ ଜାମିନ ଶୁଣାଣି ୨୫କୁ ଘୁଞ୍ଚିଲା

ସମ୍ବଲପୁର: ରେଙ୍ଗାଲି ନଦୀ ବନ୍ଧ ବିସ୍ଥାପିତଙ୍କ ଟଙ୍କା ହଡ଼ପ ଅଭିଯୋଗରେ ଗିରଫ ହୋଇଥିବା ଦେବଗଡ଼ର ପୂର୍ବତନ ବିଧାୟକ ସଞ୍ଜୀବ ପ୍ରଧାନଙ୍କୁ ଜାମିନ ଆବେଦନର ଶୁଣାଣି ୨୫ ସେପ୍‌ଟେମ୍ବରକୁ ଘୁଞ୍ଚିଯାଇଛି। ଫଳରେ ସଂଜୀବଙ୍କୁ ସମ୍ବଲପୁର ମଣ୍ଡଳ ଜେଲ୍‌ ହାଜତ ମଧ୍ୟରେ ଦୀପାବଳି କାଟିବାକୁ ପଡ଼ିବା…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର: ବାଉଁଶ ବୋଝେଇ ଟ୍ରକ୍‌ ଧକ୍କାରେ ପ୍ରାଣ ହରାଇଲେ ବାଇକ୍‌ ଆରୋହୀ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଜୁଜୁମରା ଥାନା ୫୫ ନମ୍ବର ଜାତୀୟ ରାଜପଥର ଫର୍ଲି ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ଲଲିତ କୁମାର ପ୍ରଧାନ। ତାଙ୍କ ଘର ଲିପିଣ୍ଡା ଗାଁରେ। ସେ ସମ୍ବଲପୁରରୁ ଜୁଜୁମରା ଏକ ବାଇକ୍‌ରେ ଯାଉଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଧନ୍‌ତେରସ୍‌ରେ ୫୦ କେଜି ସୁନା ବିକ୍ରି, ୧୮ କୋଟିରୁ ଅଧିକ କାରବାର

ସମ୍ବଲପୁର : ଧନ୍‌ତେରସ୍‌ ପର୍ବ ପାଇଁ ସମ୍ବଲପୁରବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଅଳଙ୍କାର ଦୋକାନ ଗୁଡ଼ିକରେ ପ୍ରବଳ ଭିଡ଼ ଜମିଛି। ଧନତେରସ୍‌ରେ ସୁନା, ରୂପା ଓ ଧାତବ ସାମଗ୍ରୀ କିଣିଲେ ଲକ୍ଷ୍ମୀ ଘରକୁ ଆସନ୍ତି। ଏହି ବିଶ୍ୱାସ ଲୋକମାନଙ୍କୁ ଟାଣି ଆଣିଛି ଗହଣା ଦୋକାନକୁ।…
ଅଧିକ ଖବର ଦେଖନ୍ତୁ...

କାଲାମଙ୍କ ପ୍ରତିମୂର୍ତ୍ତି ଲାଗିଲା ହେଲେ ଚନ୍ଦ୍ରଶେଖରଙ୍କ ଉଭାନ୍‌

ସମ୍ବଲପୁର: ସମ୍ବଲପୁରର ସର୍ବପୂରାତନ ହାଇସ୍କୁଲ୍‌ ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ୍‌ର ୧୫୦ ବର୍ଷ ପୂର୍ତ୍ତି ପାଇଁ ଡ. ଏପିଜେ ଅବଦୁଲ କାଲାମ ସମ୍ବଲପୁର ଆସିଥିଲେ। ଏହି ସ୍ମୃତିକୁ ମନେ ରଖିବା ପାଇଁ ଜିଲ୍ଲା ସ୍କୁଲ୍‌ ଛକ ଡ. ଏପିଜେ ଅବଦୁଲ କାଲାମ ଛକଭାବେ ନାମିତ ହେଲା। ଜିଲ୍ଲା ସ୍କୁଲ୍‌…
ଅଧିକ ଖବର ଦେଖନ୍ତୁ...

ଡାକ ଲଫାପାରେ ସ୍ଥାନୀତ ହେଲା ହୀରାକୁଦ ବନ୍ଧ

ସମ୍ବଲପୁର: ଶତାଧିକ ବର୍ଷ ଧରି ଡାକସେବା ଭାରତୀୟ ସଂସ୍କୃତିର ଏକ ଅଭିନ୍ନ ଅଂଗ ଭାବେ ରହି ଆସିଛି। ଏକ ପ୍ରକାରେ ଏହା ସଂସ୍କୃତିର ଜୀବନଧାରାରେ ପରିଣତ ହୋଇସାରିଛି। ଦେଶର କୋଣ ଅନୁକୋଣରେ ନିୟୋଜିତ ଥିବା ଡାକ କର୍ମଚାରୀମାନେ ସାଧାରଣ ଜନତାଙ୍କ ସୁଖଦୁଃଖର ସାଥୀ ଭାବେ ରହିଛନ୍ତି ବୋଲି ଡାକ ଟିକଟ…
ଅଧିକ ଖବର ଦେଖନ୍ତୁ...

ହୀରାକୁଦର ୫ ଗେଟ୍‌ ଖୋଲା

ସମ୍ବଲପୁର :ଗୁରୁବାର ଜଳପ୍ରବଶ ବୃଦ୍ଧି ପାଇବା କାରଣରୁ ହୀରାକୁଦ ଜଳଭଣ୍ଡାରର ୫ଟି ସ୍ଲଇସ୍‌ ଗେଟ୍‌ ଖୋଲାଯାଇଛି। ସନ୍ଧ୍ୟା ୬ଟାରେ ଜଳଭଣ୍ଡାରର ଜଳସ୍ତର ୬୩୦.୪୭ ଫୁଟ୍‌ ରହିଥିବା ବେଳେ ଜଳଭଣ୍ଡାରକୁ ୮୯,୮୭୯ କ୍ୟୁସେକ ଜଳ ପ୍ରବେଶ କରୁଥିଲା। ଜଳଭଣ୍ଡାରକୁ ୫ଟି ସ୍ଲୁଇସ୍‌ ଗେଟ୍‌ ଦେଇ ୮୨,୦୦୦…
ଅଧିକ ଖବର ଦେଖନ୍ତୁ...

କାର୍‌ ସହ ୯୫ ଲକ୍ଷ ଟଙ୍କାର ରୁପା ଅଳଙ୍କାର ଜବତ

ସମ୍ବଲପୁର : ଗୁରୁବାର ସକାଳେ ଛତିଶଗଡ଼ର ରାଜଧାନୀ ରାୟପୁରରୁ ସମ୍ବଲପୁରକୁ ଚାଲାଣ ବେଳେ ୯୫ ଲକ୍ଷ ଟଙ୍କାର ରୁପା ଅଳଙ୍କାର ଜବତ କରାଯାଇଛି। ସମ୍ବଲପୁର ପୁଲିସ୍‌ର ସ୍ୱତନ୍ତ୍ର ସ୍କ୍ଵାଡ ଦ୍ୱାରା ଯାଂଚ ବେଳେ ଏହା ଧରାପଡ଼ିଛି। ରାୟପୁରରୁ ଏକ ଡଷ୍ଟର କାର୍‌ (ସିଜି୦୪ଏଲ୍‌ଭି୯୬୫୮)ରେ ରୁପା ଅଳଙ୍କାର…
ଅଧିକ ଖବର ଦେଖନ୍ତୁ...