ପୋଲରେ ପିଟିହେଲେ ୪ ସ୍କୁଟି ଆରୋହୀ; ୨ ଜଣଙ୍କର ମୃତ୍ୟୁ, ଶିଶୁ ସମତେ ୨ ଆହତ

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗରି ଥାନା ଅଧୀନ କଳିଙ୍ଗା-ଘୁ.ଉଦୟଗିରି ରାଜ୍ୟ ରାଜପଥର ରାଇପଦା ନିକଟ ଏକ ପୋଲରେ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା କାରଣରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
Two dead in G Udaygiri

Two dead in G Udaygiri Photograph: (sambad.in)

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗରି ଥାନା ଅଧୀନ କଳିଙ୍ଗା-ଘୁ.ଉଦୟଗିରି ରାଜ୍ୟ ରାଜପଥର ରାଇପଦା ନିକଟ ଏକ ପୋଲରେ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା କାରଣରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶିଶୁ ସମେତ ଅନ୍ୟ ଜଣେ ଆହତ ହୋଇଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ଗୋଟିଏ ସ୍କୁଟିରେ ୪ ଜଣ ଯଥା ଡୁଗୁଡ଼ିପାରି ଗ୍ରାମର ସଞ୍ଜିତ ପ୍ରଧାନ(୬୦), ମନିଷ ସାହୁ (୧୦), ବାପି ଚନ୍ଦ୍ର ସାହୁ (୩୨) ଓ  ବଳଦଗୁଡା ଅଞ୍ଚଳର ସୁବାସ ନାୟକ (୬୨) ଘୁ ଉଦୟଗିରି ଠାରୁ କଳିଙ୍ଗା ଅଭିମୁଖେ ଯାଉଥିଲେ। କଳିଙ୍ଗା ରାଇପଦା ନିକଟ ଏକ ପୋଲରେ କୌଣସି କାରଣ ବଶତଃ ସେମାନେ ଦୁର୍ଘଟଣାର ସାମ୍ନା କରିଥିଲେ। ଦୁର୍ଘଟଣାରେ ସ୍କୁଟି ଚୁରମାର ହୋଇଥିବା ବେଳେ ଛୋଟ ଶିଶୁ ପୋଲ ତଳେ ପଡି କାନ୍ଦୁଥିବା ସମୟରେ ୩ ଜଣ ଯୁବକ ଜେଡୁ, ଲୁଲା ଓ ପୂପୁ କଳିଙ୍ଗା ଯାଉଥିବା ବେଳେ ସେହି କାନ୍ଦ ଶୁଣି ଦୁର୍ଘଟଣାରେ ଆହତ ହୋଇ ପଡ଼ିଥିବା  ଦେଖିବାକୁ ପାଇଥିଲେ। ଆହତମାନଙ୍କୁ ଉଦ୍ଧାର କରି ଏକ ଅଟୋ ସାହାଯ୍ୟରେ ଘୁ ଉଦୟଗିରି ମେଡ଼ିକାଲ ଆଣିଥିଲେ।

ସ୍କୁଟିରେ ୪ ଜଣ ଯଥା କଳିଙ୍ଗା ଡୁଗୁଡ଼ିପାରି ଗ୍ରାମର ସଞ୍ଜିତ ପ୍ରଧାନ, ମନିଷ ସାହୁ, ବାପି ଚନ୍ଦ୍ର ସାହୁ ଓ  ବଳଦଗୁଡା ଅଞ୍ଚଳର ସୁବାସ ନାୟକ ଘୁ ଉଦୟଗିରି ଠାରୁ କଳିଙ୍ଗା ଅଭିମୁଖେ ଯାଉଥିଲେ। କଳିଙ୍ଗା ରାଇପଦା ନିକଟ ଏକ ପୋଲରେ କୌଣସି କାରଣ ବଶତଃ ସେମାନେ ଦୁର୍ଘଟଣାର ସାମ୍ନା କରିଥିଲେ।

ତେବେ ଘୁ ଉଦୟଗିରି ସ୍ବାସ୍ଥ୍ୟ କେନ୍ଦ୍ରରେ ବଳଦଗୁଡା ଗ୍ରାମର ସୁବାସ ନାୟକ ଓ କଳିଙ୍ଗା ଡୁଗୁଡିପାରି ଗ୍ରାମର ବାପି ଚନ୍ଦ୍ର ସାହୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପ୍ରଥମେ ସୁବାସ ନାୟକ ମୃତ ହୋଇଥିବା ବେଳେ ପରେ ପ୍ରାଥମିକ ଚିକିତ୍ସା ଚାଲିଥିବା ବେଳେ ବୁଚୁ ସାହୁଙ୍କ ମୃତ ହୋଇଥିଲା। କଳିଙ୍ଗା ପଞ୍ଚାୟତ ଡୁଗୁଡିପାରି ଗ୍ରାମର ୩ ଜଣ ରହିଥିବା ବେଳେ ମାଲିକାପଡ଼ି ପଞ୍ଚାୟତ ଅନ୍ତର୍ଗତ ବଳଦଗୁଡା ଗ୍ରାମର ଜଣେ।

ଏହି ଖବର ପ୍ରଚାର ହେବା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଗତ ୧୯ ତାରିଖରେ ଶ୍ରିକଲା ଘାଟିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଣି ଆଜି ଏକ ଅଭାବନୀୟ ଘଟଣାର ସାରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।

Accident | G. Udayagiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe