ଶ୍ରୀମନ୍ଦିରରେ ଅଘଟଣ: ଗରମ ଡାଲି ସଂସ୍ପର୍ଶରେ ଆସି ୭ ଜଣ ଶ୍ରଦ୍ଧାଳୁ ଆହତ

Advertisment

ଶ୍ରୀମନ୍ଦିର ପରିସରରେ ରବିବାର ଅଘଟଣ ଘଟିଛି। ଗରମ ଡାଲି ପଡ଼ି ୭ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଗୁରୁତରମାନଙ୍କର ପରିଚୟ ମିଳିପାରି ନାହିଁ। 

ଶ୍ରୀମନ୍ଦିର ପରିସରରେ ରବିବାର ଅଘଟଣ ଘଟିଛି। ଗରମ ଡାଲି ପଡ଼ି ୭ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଗୁରୁତରମାନଙ୍କର ପରିଚୟ ମିଳିପାରି ନାହିଁ। 

Puri Jagannath temple

Puri Jagannath temple Photograph: (sambad.in)

ପୁରୀ: ଶ୍ରୀମନ୍ଦିର ପରିସରରେ ରବିବାର ଅଘଟଣ ଘଟିଛି। ଗରମ ଡାଲି ପଡ଼ି ୭ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଗୁରୁତରମାନଙ୍କର ପରିଚୟ ମିଳିପାରି ନାହିଁ। 

ସୂଚନା ଅନୁସାରେ ଆଜି ରବିବାର ଥିବାରୁ ଶ୍ରୀମନ୍ଦିରରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ଥିଲା। ଭୋଗ ମଣ୍ଡପ ଉଠିବା ପରେ ଅପରାହ୍‌ଣ ସମୟରେ ବୋଝିଆ ସେବାୟତମାନେ ଗରମ ଡାଲି ନେଇ ଯାଉଥିଲେ। ସେମାନଙ୍କର ଅବସାବଧାନତା ‌କାରଣରୁ ଗରମ ଡାଲି ପଡ଼ି ଯାଇଥିଲା। ଏହି ସମୟରେ ସେଠାରେ ଥିବା ଭକ୍ତମାନେ ଗରମ ଡାଲିର ସଂସ୍ପର୍ଶରେ ଆସିଥିଲେ। ଏହି ଘଟଣାରେ ୭ ଜଣ ଶ୍ରଦ୍ଧାଳୁ ଆହତ ହୋଇଥିବା ଜଣାପଡ଼ିଛି। 

ଗରମ ଡାଲିର ସଂସ୍ପର୍ଶରେ ଆସି ଆହତ ହୋଇଥିବା ଭକ୍ତମାନେ ନୟାଗଡ଼ ନିବାସୀ ବୋଲି କୁହାଯାଉଛି। ସେମାନଙ୍କୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପୁଲିସ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି। ଭକ୍ତମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। 

ମହାପ୍ରଭୁଙ୍କ ବାର୍ଷିକ ପର୍ବ ‘ଦେବସ୍ନାନ ପୂର୍ଣ୍ଣିମା’ ପାଖେଇ ଆସୁଛି। ଶ୍ରୀମନ୍ଦିରରେ ଭକ୍ତମାନେ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିବାର ଅପୂର୍ବ ସୁଯୋଗ ପାଇପାରିବେ। ଆସନ୍ତା ୧୧ ତାରିଖ ଠାରୁ ମହାପ୍ରଭୁ ଅଣସର ଘରେ ରହିବେ। ଏହା ପରେ ଜୁନ୍‌ ୨୭ରେ ଶ୍ରୀଗୁଣ୍ଡିଚା ରଥଯାତ୍ରା ଅନୁଷ୍ଠିତ ହେବ। ତେଣୁ ଶ୍ରୀମନ୍ଦିରରେ ଭକ୍ତମାନଙ୍କର କିଛିଦିନ ହେଲା ଭିଡ଼ ପରଲକ୍ଷିତ ହେଉଛି। ଚଳିତ ବର୍ଷ ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ଆଜି ଶେଷ ରବିବାର ଥିବାରୁ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ଏବେ ଗ୍ରୀଷ୍ମକାଳନୀ ଅବକାଶ ଥିବାରୁ ପୁରୀକୁ ଚାରିଆ‌ଡୁ ଭକ୍ତଙ୍କର ସୁଅ ଛୁଟୁଛି। 

ପୁରୀ ଶ୍ରୀମନ୍ଦିରରେ ବିଭିନ୍ନ ସମୟରେ ଅଘଟଣ ଘଟୁଛି। ବୋଝିଆ ସେବାୟତମାନଙ୍କର ଅବହେଳା କାରଣରୁ ଆଜି ଗରମ ଡାଲି ପଡ଼ି ଯାଇଥିବା ଚର୍ଚ୍ଚା ହେଉଛି। ବୋଝିଆ ସେବାୟତମାନଙ୍କର ଦ୍ବାରା ଅସାବଧାନତା ଯୋଗୁଁ ଡାଲି ପଡ଼ିବା ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଏହିଭଳି ଅଘଟା ଘଟିଥିବା ନଜିର ରହିଛି। 

Puri Jagannath temple 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe