ନୂଆପଡ଼ା(ଅଶ୍ବିନୀ ପାଣିଗ୍ରାହୀ): ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହୋଇଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ସନ୍ଧ୍ୟା ୫ଟାରେ ଶେଷ ହୋଇଛି। ମତଦାନ ପାଇଁ ନିର୍ଦ୍ଧାରିତ ସମୟ ଶେଷ ହୋଇଥିଲେ ମଧ୍ୟ କିଛି ସ୍ଥାନରେ ବୁଥ୍ ପରିସର ଭିତରେ ଥିବା ମତଦାତା ଭୋଟ୍ ଦେଉଛନ୍ତି। ସନ୍ଧ୍ୟା ୭ଟା ପୂର୍ବରୁ ଶେଷ ହୋଇଯିବାର ଆଶା କରାଯାଉଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ, ନୂଆପଡ଼ା ଉପନିର୍ବାଚନ ମଣ୍ଡଳୀରେ ଥିବା ମାଓ ଅଧ୍ୟୁଷିତ ଅଞ୍ଚଳରେ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ସରିଛି। ଆଜି ନୂଆପଡା ବିଧାନସଭା ଉପନିର୍ବାଚନରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୭୫.୩୭% ମତଦାନ ହୋଇଛିl ରିପୋର୍ଟ ଲେଖାଯିବା ବେଳକୁ ମଧ୍ୟ ଭୋଟିଂ ଚାଲିଛିl କିନ୍ତୁ ସବୁ ବୁଥ୍ର ଗେଟ୍ ବନ୍ଦ କରାଯାଇଛି। ଅର୍ଥାତ ମତଦାନ କେନ୍ଦ୍ର ପରିସରରେ ଥିବା ମତଦାତା ମତଦାନ କରିପାରିବେ।
ଦୁର୍ଗମ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ମତଦାନ ଶେଷ
ନୂଆପଡ଼ା ଜିଲ୍ଲାର ଦୁର୍ଗମ ଓ ମାଓ ଅଧ୍ୟୁଷିତ ଅଞ୍ଚଳ ‘ସୁନାବେଡ଼ା’ ଅଭୟାରଣ୍ୟ ଭିତରେ ୮ଟି ବୁଥ୍ କରାଯାଇଥିଲା। ମତଦାନ ପାଇଁ ଯେଉଁ ୮ଟି କେନ୍ଦ୍ରର ବ୍ୟବସ୍ଥା କରାଯାଇଥିଲା, ଏଠାରେ ଶାନ୍ତପୂର୍ଣ୍ଣ ଭାବେ ମତଦାନ ଶେଷ କରିବା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। କାରଣ ଏଠାରେ ଯେକୌଣସି ମୁହୂର୍ତ୍ତରେ ମାଓବାଦୀମାନଙ୍କର ଆକ୍ରମଣ ହୋଇପାରେ ବୋଲି ଡର ଥିଲା। ମାଓବାଦୀଙ୍କୁ ମୁକାବିଲା କରିବା ପାଇଁ ପୋଲିଂ କର୍ମଚାରୀଙ୍କୁ ସ୍ଥଳପଥ ବଦଳରେ ଆକାଶପଥରେ ନିଆଯାଇଥିଲା। ଗତକାଲି ପୋଲିଂ କର୍ମଚାରୀମାନେ ଅପରାହ୍ଣରେ ଦାୟିତ୍ବରେ ଥିବା ନିଜନିଜ ବୁଥ୍ରେ ପହଞ୍ଚି ଥିଲେ। ଆଜି ସକାଳୁ ପୋଲିଂ କାର୍ଯ୍ୟ ଆରମ୍ଭ କରି ଅପରାହ୍ଣ ୪ଟା ସୁଦ୍ଧା ଶେଷ କରିଥିଲେ। ଏହା ପରେ ବାୟୁସେନା ଦ୍ବାରା ବ୍ୟବସ୍ଥିତ ସ୍ବତନ୍ତ୍ର ବିମାନରେ ନୂଆପଡ଼ାକୁ ଫେରି ଆସିଛନ୍ତି। ଇଭିଏମ୍ଗୁଡ଼ିକ ଷ୍ଟ୍ରଙ୍ଗ୍ରୁମ୍ରେ ଦାଖଲ କରିଛନ୍ତି।
ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ
-ଅପରାହ୍ଣ ୫ଟା ସୁଦ୍ଧା: ୭୨.୩୧ ପ୍ରତିଶତ
-ଅପରାହ୍ଣ ୩ଟା ସୁଦ୍ଧା: ୬୫.୨୦ ପ୍ରତିଶତ
-ଅପରାହ୍ଣ ୧ଟା ସୁଦ୍ଧା: ୫୧.୨୬ ପ୍ରତିଶତ
-ପୂର୍ବାହ୍ଣ ୧୧ଟା ସୁଦ୍ଧା: ୩୧.୨୫ ପ୍ରତିଶତ
-ପୂର୍ବାହ୍ଣ ୯ଟା ସୁଦ୍ଧା: ୧୪.୯୯ ପ୍ରତିଶତ
ଆହୁରି ପଢ଼ନ୍ତୁ: Delhi RedFort Blast and Mumbai Attack: ୨୬/୧୧ ପରେ ୧୦/୧୧: ଭାରତ ପାଇଁ କଳାଦିନ, ଦେଶର ଛାତିରେ ଦରଜର ଦୁଇଟି କ୍ଷତଚିହ୍ନ...
ସଂକ୍ଷେପରେ ନୂଆପଡ଼ା ଆସନ
ନୂଆପଡ଼ା ଉପନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ସରିଥିବା ବେଳେ ଏହି ରଣାଙ୍ଗନରେ ଶାସକ ବିଜେପି, ବିଜେଡି, କଂଗ୍ରେସ ସମେତ ମୋଟ ୧୧ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। କିନ୍ତୁ ଏଠାରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ଶାସକ ଦଳ ‘ବିଜେପି’ରୁ ର୍ସ୍ବଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ, ମୁଖ୍ୟ ବିରୋଧୀ ଦଳ ‘ବିଜେଡ଼ି’ରୁ ସ୍ନେହାଙ୍ଗୀନୀ ଛୁରିଆ ଏବଂ କଂଗ୍ରେସରୁ ଘାସିରାମ ମାଝୀ ମଇଦାନକୁ ଓହ୍ଲାଇଛନ୍ତି। ଏହି ୩ଟି ଦଳର ନେତାମାନେ ନୂଆପଡ଼ା, କୋମନା ଏବଂ ଖରିଆର ରୋଡ୍ରେ ବିଗତ ଦିନରେ ଜୋରଦାର ପ୍ରଚାର କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ନୂଆପଡ଼ା ନିର୍ବାଚନ ପାଇଁ ମୋଟ ୩୫୮ଟି ମତ ଦାନ କେନ୍ଦ୍ର ରହିଛି। ଏଥି ମଧ୍ୟରୁ ୪୭ଟି ବୁଥ୍ ସମ୍ବେଦନଶୀଳ ଏବଂ ୮ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି। ଅତି ସମ୍ବେଦନଶୀଳ ବୁଥକୁ ପୁଲିଂ ପାର୍ଟିର ସଦସ୍ୟମାନେ ବାୟୁସେନା ପକ୍ଷରୁ ବ୍ୟବସ୍ଥିତ ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇଛନ୍ତି। ନୂଆପଡ଼ାରେ ମୋଟ୍ ୨ ଲକ୍ଷ ୫୩ ହଜାର ୬୨୪ ଜଣ ମତଦାତା ନିଜର ନେତା ବାଛିବେ। ସେମାନଙ୍କ ମଧ୍ୟରୁ ପୁରୁଷ ୧ ଲକ୍ଷ ୨୪ ହଜାର ୧୦୮ ଜଣ, ମହିଳା ୧ ଲକ୍ଷ ୨୯ ହଜାର ୪୯୫, ବରିଷ୍ଠ ନାଗରିକ ୧୭୮୬ ଜଣ, ଯୁବ ଭୋଟର ୯୪୨୯ ଏବଂ ଭିନ୍ନକ୍ଷମ ମତଦାତା ୩୯୮୮ ରହିଛନ୍ତି।
ଆହୁରି ପଢ଼ନ୍ତୁ: Delhi Red Fort Blast: ବିସ୍ଫୋରଣରେ ବ୍ୟବହୃତ କାର୍ ୧୦ ଦିନ ପୂର୍ବେ ପ୍ରଦୂଷଣ ଯାଞ୍ଚ ପାଇଁ ଯାଇଥିଲା: ସିସିଟିଭିରେ ୩ ଜଣ ଯାତ୍ରୀ ଥିବାର ପ୍ରମାଣ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/11/nuapada-2025-11-11-17-38-47.jpg)