ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ: ଚବିଶ ପ୍ରହରୀ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ଭାଲୁଡୁଙ୍ଗୁରୀ ଗ୍ରାମର ଶୃଙ୍ଗଦର୍‌ହସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଶୁକ୍ରବାର ଦିନ ପୂର୍ବାହ୍ନରେ ଏକ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଅଦ୍ୟତନ ହୋଇଛି

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ଭାଲୁଡୁଙ୍ଗୁରୀ ଗ୍ରାମର ଶୃଙ୍ଗଦର୍‌ହସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଶୁକ୍ରବାର ଦିନ ପୂର୍ବାହ୍ନରେ ଏକ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଠାରେ ଥିବା ରାଧାବହ୍ଲଭ ମଠର ମଠାଧୀଶ ସନତ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଭବ୍ୟ କଳସ ଶୋଭାଯାତ୍ରାରେ ଅଞ୍ଚଳର ଶତାଧିକ ମହିଳା ସାମିଲ ହୋଇ କଳସ ବୋହି ଥିଲେ। ନିକଟସ୍ଥ ଜଳାଶୟ ରେ ଗଙ୍ଗା ମାତା ଆବାହନ ପରେ ପୂଜାର୍ଚ୍ଚନା କରାଯାଇ ଜଳପୂର୍ଣ୍ଣ କଳସକୁ ଏକ ଭବ୍ୟ ଶୋଭାଯାତ୍ରା କରି ନାମ ମଣ୍ଡପ, ଯଜ୍ଞ ମଣ୍ଡପ, ହୋମ ମଣ୍ଡପ ଓ ସୁନ୍ଦରାକାଣ୍ଡ ମଣ୍ଡପରେ ସ୍ଥାପନ କରାଯାଇଥିଲା। ଏଥିର ପୂଜକ ଭାବେ ଘନଶ୍ୟାମ ପଣ୍ଡା ଓ ସୁଦାମ ପଣ୍ଡା ପୂଜକ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ।

ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଶୁକ୍ରବାର ଦିନ ପୂର୍ବାହ୍ନରେ ଏକ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଠାରେ ଥିବା ରାଧାବହ୍ଲଭ ମଠର ମଠାଧୀଶ ସନତ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଭବ୍ୟ କଳସ ଶୋଭାଯାତ୍ରାରେ ଅଞ୍ଚଳର ଶତାଧିକ ମହିଳା ସାମିଲ ହୋଇଥିଲେ।

publive-image

ଏହି ଅବସରରେ ଶୁକ୍ରବାର ଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସୁନ୍ଦରାକାଣ୍ଡ ପାରାୟଣ କରାଯାଇଥିଲା। ଏଥିରେ ବୀରମହାରାଜପୁର ବ୍ଲକ ବଡ଼ବର୍ଡାକଟା ଗ୍ରାମର ଅଟଳ ମିଶ୍ର ବ୍ୟାସ ଭାବେ ଯୋଗଦେଇ ସୁନ୍ଦରାକାଣ୍ଡ ପାଠ କରିଥିଲେ। ପାରାୟଣ ମଣ୍ଡପ ସହିତ ନାମ ମଣ୍ଡପ ଓ ଅନ୍ୟ ସବୁ ମଣ୍ଡପରେ କର୍ତ୍ତା ଭାବେ ଗଜାନନ ସାହୁ ଓ ଉଦିଆଁ ସାହୁ, ପଙ୍କଜ ଧଳ ଓ ପ୍ରମୋଦିନି ଧଳ, ଚୈତନ୍ୟ ସାହୁ ଓ କୁମାରୀ ସାହୁ ଏବଂ ଷଡ଼ାନନ ସାହୁ ସାପତ୍ନିକ ଏବଂ ପ୍ରଦୀପ କୁମାର ଖେତି ସପତ୍ନିକ କର୍ତ୍ତା ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ।

ଶୁକ୍ରବାର ଦିନ ସୁନ୍ଦରାକାଣ୍ଡ ଦେଖିବାକୁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଶନିବାର ସକାଳୁ ଚବିଶ ପ୍ରହରୀ ନାମଯଜ୍ଞର ଅଧିବାସ ହୋଇଛି। ଏହା ସହିତ ସୋମବାର ଦିନ ନବନିର୍ମିତ ରାଧାବହ୍ଲଭ ମଠର ପ୍ରତିଷ୍ଠା ହେବ ବୋଲି ମଠାଧୀଶ ସନତ କୁମାର ଦାସ ପ୍ରକାଶ କରିଛନ୍ତି। ମଙ୍ଗଳବାର ଦିନ ଏହାର ପୂର୍ଣ୍ଣାହୁତି ହେବ। ଏହା ପରେ ସାଧୁସେବାର ଆୟୋଜନ କରାଯିବ। ପ୍ରତ୍ୟହ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe