ପୁତୁରା ଭୁଲିଗଲା ସଂପର୍କ: ଗୋଲାମୁଣ୍ଡାରେ ବଡ଼ବାପା-ବଡ଼ ମା’ଙ୍କୁ କଲା ହତ୍ୟା

ପାରିବାରିକ ସଂପର୍କରେ ତିକ୍ତତା ଦେଖାଯାଇଛି। ପୁତୁରା ଭୁଲି ଯାଇଛି ରକ୍ତର ସଂପର୍କ। ବଡ଼ବାପା-ବଡ଼ ମା’ଙ୍କୁ ଟାଙ୍ଗିଆରେ ନିର୍ମମ ଭାବେ ହାଣି ହତ୍ୟା କରିଛି। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଦଶପୁର ଥାନା କାର୍ଲି ଗାଁରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି।

ଅଦ୍ୟତନ ହୋଇଛି
Murder in Kalahandi

Murder in Kalahandi Photograph: (sambad.in)

ଗୋଲାମୁଣ୍ଡା: କ୍ରୋଧ ହେଉଛି ମଣିଷର ବଡ଼ ଶତ୍ରୁ। କ୍ରୋଧ ଯୋଗୁଁ ନିଜର ଓ ଅନ୍ୟର ବଡ଼ କ୍ଷତି ହୋଇଥାଏ। ଏହାକୁ ଜାଣି ମଧ୍ୟ ଅନେକ ନିୟନ୍ତ୍ରଣ କରିପାରନ୍ତି ନାହିଁ, ଯେଉଁଥି କାରଣରୁ ବଡ଼ କ୍ଷତି ହୋଇଥାଏ। ପାରିବାରିକ ସଂପର୍କରେ ତିକ୍ତତା ଦେଖାଯିବାରୁ ପୁତୁରା ଭୁଲି ଯାଇଛି ରକ୍ତର ସଂପର୍କ। ବଡ଼ବାପା-ମା’ଙ୍କୁ କୁରାଢ଼ୀରେ ନିର୍ମମ ଭାବେ ହାଣି ହତ୍ୟା କରିଛି। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଦଶପୁର ଫାଣ୍ଡି କାର୍ଲି ଗାଁରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପୁଲିସ ଅଭିଯୁକ୍ତ ପୁତୁରାକୁ ଅଟକ ରଖି ଛାନଭିନ୍‌ ଚଲାଇଛି। ମୃତ ବ୍ୟକ୍ତି ହେଲେ ବୁଡୁ ବାଗ ଓ ତାଙ୍କର ସ୍ତ୍ରୀ ସଜନେ ବାଗ। ଅଭିଯୁକ୍ତ ବସନ୍ତଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। 

ଏହି ଖବର ପଢ଼ନ୍ତୁ: କିଛି ଲୋକଙ୍କ ଭୁଲ ପାଇଁ ବିଜେଡିକୁ ବହୁମତ ମିଳିନଥିଲା

ସୂଚନା‌ ଅନୁସାରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ କାର୍ଲି ଗ୍ରାମରେ ବୁଡ଼ୁ ବାଗଙ୍କ ଘର। ବୁଡ଼ୁ ଓ ତାଙ୍କର ସାନଭାଇ ପରିବାର ଭିତରେ କିଛି ଦିନ ହେଲା ପାରିବାରିକ ସଂପର୍କ ଭଲ ନଥିଲା। ଆଜି ଏହି କଳହ ଭୟଙ୍କର ରୂପ ନେଇଥିଲା। କୌଣସି କଥାକୁ ନେଇ ବୁଡ଼ୁ ନିଜ ପୁତୁରା ବସନ୍ତଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ବସନ୍ତ ଉତ୍‌କ୍ଷିପ୍ତ ଦେଖାଯାଇଥିଲା। ସେ ଘର ଭିତରୁ ଏକ କୁରାଢ଼ୀ ଆଣି ଅତର୍କିତ ଭାବେ ବୁଡୁ ବାଗ ଓ ତାଙ୍କ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲା।

ଏହି ଖବର ପଢ଼ନ୍ତୁ: ସରୋଜ ସାବତ ଗଞ୍ଜାମ ଜିଲ୍ଲାର ନୂତନ ବିଜେପି ସଭାପତି ନିର୍ବାଚିତ

କକା ଓ ଖୁଡ଼ୀଙ୍କୁ ଟାଙ୍ଗିଆରେ ନିର୍ମମ ଭାବେ ହାଣି ହତ୍ୟା କରିଛି। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା କାର୍ଲି ଗାଁରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପୁଲିସ ଅଭିଯୁକ୍ତ ପୁତୁରାକୁ ଅଟକ ରଖି ଛାନଭିନ୍‌ ଚଲାଇଛି। ମୃତ ବ୍ୟକ୍ତି ହେଲେ ବୁଡୁ ବାଗ ଓ ତାଙ୍କର ସ୍ତ୍ରୀ। ଅଭିଯୁକ୍ତ ବସନ୍ତଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। 

ଏହି ଖବର ପଢ଼ନ୍ତୁ: ଐତିହାସିକ ହେବ ଉତ୍କର୍ଷ ଓଡିଶା-ମେକ୍ ଇନ୍ ଓଡିଶା କନକ୍ଲେଭ୍-୨୦୨୫: ମୁଖ୍ୟମନ୍ତ୍ରୀ

ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ବାମୀ-ସ୍ତ୍ରୀଙ୍କର ମୃତଦେହ ଜବତ କରିଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ରକ୍ତ ଜୁଡୁବୁଡୁ କୁରାଢ଼ୀ ଜବତ କରିଛି। ଅଭିଯୁକ୍ତ ବସନ୍ତକୁ ଅଟକ ରଖି ପଚରାଉଚରା କରୁଛି। ହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। 

ଏହି ଖବର ପଢ଼ନ୍ତୁ: ୪ ମହିଳା ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କଲା ହମାସ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe