ପୁଣି ଦୁର୍ଘଟଣା: ଯୁବକ ଗୋଡ଼ ହରାଇବା ଆଶଙ୍କା

ଜଗତସିଂହପୁର ଜିଲ୍ଲା କୁଜଙ୍ଗ କୋଠିଆସାହି ଠାରେ ଦୁର୍ଘଟଣାରେ ବାପ, ଝିଅ ମୃତ୍ୟ ହେବା ଗୋଟିଏ ସପ୍ତାହ ଯାଇଛି କି ନାହିଁ ଆଜି ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛିl ଏଥିରେ ବଳରାମପୁର ଗ୍ରାମର ଯୁବକ ଗୁଗୁଲା ଦାସଙ୍କ ଦୁଇଟି ଗୋଡ଼ ସମ୍ପୂର୍ଣ୍ଣରୂେପ କ୍ଷତିଗ୍ରସ୍ଥ ହୋଇଥିବା ଜଣାପଡିଛି।

Kujanga

କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ କୋଠିଆସାହି ଠାରେ ଦୁର୍ଘଟଣାରେ ବାପ, ଝିଅ ମୃତ୍ୟ ହେବା ଗୋଟିଏ ସପ୍ତାହ ଯାଇଛି କି ନାହିଁ ଆଜି ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛିl ଏଥିରେ ବଳରାମପୁର ଗ୍ରାମର ଯୁବକ ଗୁଗୁଲା ଦାସଙ୍କ ଦୁଇଟି ଗୋଡ଼ ସମ୍ପୂର୍ଣ୍ଣରୂେପ କ୍ଷତିଗ୍ରସ୍ଥ ହୋଇଥିବା ଜଣାପଡିଛି। ଯୁବକଙ୍କର ଦୁଇଗୋଡ଼ ଉପରେ ଭାରୀଯାନ ଚଢ଼ିଯାଇଥିବାରୁ ତାଙ୍କୁ ଅତ୍ୟନ୍ତ ଗୁରୁତର ଯୁବକଙ୍କ୍ କଟକସ୍ଥାନାନ୍ତର ହେଇଯାଇଥିବା ଜଣାପଡ଼ିଛିl ସମ୍ଭବତଃ ତାଙ୍କର ଗୋଡ଼ କଟାଯାଇପାରେ। ତେବେ ଡାକ୍ତରଙ୍କ ଚିକିତ୍ସା ପରେ ସ୍ଥିତି କ’ଣ ହେବ କୁହାଯାଇ ପାରିବ। 

ବଳରାମପୁର ଗ୍ରାମର ଗୁଗୁଲା ଦାସ(୨୪) ନିଜ ବାଇକ (ଓଡି-୨୧ଏସ-୧୮୫୪) ଯୋଗେ କଟକ-ପାରାଦୀପ ରାଜ୍ୟ ରାଜପଥର ପାର୍ଶ୍ବସ୍ଥ ବଳରାମପୁର(ପଡା)ରୁ କୁଜଙ୍ଗ ବଜାର ଆଡକୁ ଯାଉଥିଲେl ସେ ସମ୍ପୂର୍ଣ୍ଣରୂପେ ରାସ୍ତାର ବାମପାର୍ଶ୍ଵରେ ଯାଉଥିବା ବେଳେ ବିପରୀତ ପଟରୁ ଏକ ଭାରିଯାନ (ଓଡି-୨୧ ଏଫ-୨୧୭୭)କଟକରୁ ପାରାଦୀପ ଆଡକୁ ଯାଉଥିଲାl ମାତ୍ର ଏହି ଗାଡ଼ି ରାସ୍ତାର ଡାହାଣ ପାର୍ଶ୍ଵରେ ବାଇକ୍‌ ଉପରକୁ ମାଡ଼ିଯଇ ପୁଣି ବାମପାର୍ଶ୍ବକୁ ଯାଇ ସେଠାରେ ଅଟକି ଯାଇଥିଲା

ଏହି ଘଟଣାରେ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଥିବା ଜଣାପଡ଼ିଛି। ଶହଶହ ସଂଖ୍ୟାରେ ଲୋକମାନେ ରାସ୍ତା ଉପରେ ଧାରଣା ଦେଇଥିବା ଯୋଗୁ ଯାନବାହନ ଚଳାଚଳ ମଧ୍ଯ ପ୍ରଭାବିତ ହୋଇଥିବା ଜଣାପଡ଼ିଛିl ରାସ୍ତାରେ ପ୍ରାୟ ୩ ଘଂଟାହେବ ଗାଡ଼ି ଚଳାଚଳ ବନ୍ଦ ରହିଥିବା ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ରହି ସ୍ଥିତି ଉପରେ ନଜର ରଖିଥିବା ଜଣାପଡ଼ିଛିl

ଦିନ ବେଳା ଭାରିଯାନ ଚଳାଚଳ ଉପରେ କଟକଣା ରହିଥିବା ବେଳେ ଚାଳକମାନେ ଏହାକୁ ମାନୁ ନାହାନ୍ତି। ସଡକ ଦୁର୍ଘଟଣାରେ ମୃତାହତ ସଂଖ୍ୟା ବଢୁଛିl ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଢ଼ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି। 

 Accident | Jagatsinghpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe