ସିଡନି: ଅଷ୍ଟ୍ରେଲିଆର ମହାନ ମହିଳା କ୍ରିକେଟର୍ ତଥା ଅଧିନାୟିକା ଆଲିସା ହିଲିଙ୍କୁ ଆଉ ଦେଖିବାକୁ ମିଳିବନି ଆକ୍ସନ୍ରେ। ଦୀର୍ଘ ୧୫ ବର୍ଷର କ୍ରିକେଟ୍ ଯାତ୍ରାରେ ଖୁବ ଶୀଘ୍ର ସେ ଶେଷ ରେଖା ଟାଣିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ କ୍ରିକେଟର୍ ଭାବେ ଜଣାଯାଉଥିବା ଆଲିସା ଆଗାମୀ ଭାରତ ବିପକ୍ଷ ବିବିଧ ଫର୍ମାଟ୍ ଶୃଙ୍ଖଳା ପରେ ଅବସର ନେଇଯିବେ।
୮ ଥର ବିଶ୍ବକପ୍ ଜିତିବାର ସୌଭାଗ୍ୟ ପାଇଥିଲେ
ନିଜ ଖେଳ ଜୀବନରେ ୩୫ ବର୍ଷୀୟା ୱିକେଟକିପର୍ ବ୍ୟାଟର୍ ଆଲିସା ୮ ଥର ବିଶ୍ବକପ୍ ଜିତିବାର ସୌଭାଗ୍ୟ ପାଇଥିଲେ। ଯେଉଁଥିରେ ୨ ଥର ଆଇସିସି ଦିନିକିଆ ବିଶ୍ବକପ୍ ଏବଂ ୬ ଥର ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ ସାମିଲ ରହିଛି। ‘ଆସନ୍ତା ଭାରତ ବିପକ୍ଷ ଘରୋଇ ଶୃଙ୍ଖଳା ମୋ କ୍ରିକେଟ୍ ଜୀବନର ଶେଷ ଯାତ୍ରା ହେବ। ଏଥି ପାଇଁ ମିଶ୍ରିତ ଅନୁଭବ ରହିଛି। ଅଷ୍ଟ୍ରେଲିଆ ପାଇଁ ଖେଳିବାକୁ ଏବେ ବି ମୁଁ ପାଗଳପ୍ରାୟ। କିନ୍ତୁ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ସ୍ତରରେ ଅବନତି ଘଟିଛି। ସେହି ଦୃଷ୍ଟିରୁ ଅବସର ନେବା ପାଇଁ ଏହା ପ୍ରକୃଷ୍ଟ ସମୟ’ ବୋଲି ଭାବପ୍ରବଣ ଆଲିସା ପ୍ରକାଶ କରିଛନ୍ତି।୨୦୨୩ ମସିହାରେ ମେଗ୍ ଲାନିଙ୍ଗ୍ ଅବସର ନେବା ପରଠାରୁ ଆଲିସା ହିଲି ଦଳର ନେତୃତ୍ବ ନେଉଥିଲେ। ଗତବର୍ଷ ଭାରତରେ କିନ୍ତୁ ଦିନିକିଆ ବିଶ୍ବକପ୍ ସେମିଫାଇନାଲ୍ରେ ଅଷ୍ଟ୍ରେଲିଆକୁ ଭାରତ ବିଦାୟ ରାସ୍ତା ଦେଖାଇଥିଲା। ଜେମିମା ରଡ୍ରିଗ୍ବେଜ୍ଙ୍କ ଶତକୀୟ ପାଳି (୧୨୭*) ବଳରେ ଭାରତ ଏହି ପର୍ଯ୍ୟାୟ ଅତିକ୍ରମ କରିବା ପରେ ଦକ୍ଷିଣ ଆଫ୍ରିକାକୁ ହରାଇ ପ୍ରଥମ ଥର ବିଜେତା ହୋଇଥିଲା। ‘‘ମୁଁ ଏବେ ଦଳୀୟ ସାଥିଙ୍କ ସଂଗତ, ଅଷ୍ଟ୍ରେଲିଆ ଜାତୀୟ ସଂଗୀତ ଓ ଅଷ୍ଟ୍ରେଲିଆ ପାଇଁ ଓପନିଂ କରିବାର ମୁହୂର୍ତ ସବୁ ମିସ୍ କରିବି’ ବୋଲି କହିଛନ୍ତି ଆଲିସା।
ଆହୁରି ପଢ଼ନ୍ତୁ: ସଇଁତଲାରେ ନୂତନ ଅଟଳ ବସଷ୍ଟାଣ୍ଡ ଉଦଘାଟନ ଫଳକ ଭାଙ୍ଗିବା ପଡ଼ିଲା ମହଙ୍ଗା, ବନ୍ଧା ହେଲେ ଡୁଙ୍ଗୁରିପାଲି ସରପଞ୍ଚ
୨୦୧୦ ମସିହାରେ ଭାରତ ବିପକ୍ଷରେ ଖେଳି ଅନ୍ତର୍ଜାତୀୟ କ୍ରିକେଟ୍କୁ ଆସିଥିଲେ ହିଲିି। ଦିନିକିଆରେ ୭ ଶତକ ସହିତ ୩,୫୬୩ ରନ୍ ଏବଂ ଟ୍ବେଣ୍ଟି-୨୦ରେ ଏକମାତ୍ର ଶତକ ସହିତ ୩,୦୫୪ ରନ୍ ସଂଗ୍ରହ କରିଛନ୍ତି। ୱିକେଟ୍ପଛପଟେ ୨୭୫ ଡିସ୍ମିସାଲ୍ ବି କରିଛନ୍ତି। ପଡ଼ିଆ ଭିତରେ ଓ ବାହାରେ ଆଲିସାଙ୍କ ଅବଦାନ ଅନସ୍ବୀକାର୍ଯ୍ୟ ବୋଲି କହିଛି କ୍ରିକେଟ୍ ଅଷ୍ଟ୍ରେଲିଆ। ସୂଚନାଯୋଗ୍ୟ, ଆଲିସା ହିଲି ହେଉଛନ୍ତି ଅଷ୍ଟ୍ରେଲିଆ ପେସ୍ ବୋଲର୍ ମିଚେଲ୍ ଷ୍ଟାର୍କଙ୍କ ପତ୍ନୀ। ଫେବ୍ରୁଆରି ଓ ମାର୍ଚ୍ଚ ମାସରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ୩ଟି ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି-୨୦ ସହିତ ଗୋଟିଏ ଟେଷ୍ଟ୍ ଖେଳାଯିବାକୁ ଥିବାବେଳେ ଏହା ଆଲିସାଙ୍କ ଶେଷ କ୍ରିକେଟ୍ ପଡ଼ିଆ ଯାତ୍ରା ହେବ। ଏହି ଶୃଙ୍ଖଳା ଅଷ୍ଟ୍ରେଲିଆରେ ଖେଳାଯିବ।
ଆହୁରି ପଢ଼ନ୍ତୁ:Alonso Left Post ଆଲୋଁସୋ ହେଲେ ଆଲୋଡ଼ା, ମାତ୍ର ୭ ମାସରେ ରିୟଲ୍ ମାଡ୍ରିଡ୍ ଛାଡ଼ିଲେ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/01/13/ued-2026-01-13-10-52-31.png)