ଜୀବନ ହାରିଥିବା ଆଇପିଏସ୍‌ ପୁରଣଙ୍କୁ ଦୁର୍ନୀତିଗ୍ରସ୍ତ କହି ନିଜ ଜୀବନ ନେଇଗଲେ ଏଏସ୍ଆଇ

Advertisment

ବରିଷ୍ଠ ଆଇପିଏସ ଅଧିକାରୀ ୱାଇ ପୁରନ କୁମାରଙ୍କ ମୃତ୍ୟୁ ମାମଲାରେ ଆଉ ଏକ ଆଶ୍ଚର୍ଯ୍ୟଜନକ ମୋଡ଼ ଆସିଛି। ରୋହତକର ସାଇବର ସେଲରେ ନିୟୋଜିତ ହରିୟାଣାର ଜଣେ ପୁଲିସ କର୍ମଚାରୀ ମଙ୍ଗଳବାର ଦିନ ଆତ୍ମହତ୍ୟା କରିଛନ୍ତି।

ବରିଷ୍ଠ ଆଇପିଏସ ଅଧିକାରୀ ୱାଇ ପୁରନ କୁମାରଙ୍କ ମୃତ୍ୟୁ ମାମଲାରେ ଆଉ ଏକ ଆଶ୍ଚର୍ଯ୍ୟଜନକ ମୋଡ଼ ଆସିଛି। ରୋହତକର ସାଇବର ସେଲରେ ନିୟୋଜିତ ହରିୟାଣାର ଜଣେ ପୁଲିସ କର୍ମଚାରୀ ମଙ୍ଗଳବାର ଦିନ ଆତ୍ମହତ୍ୟା କରିଛନ୍ତି।

Untitled-27

ରୋହତକ୍: ବରିଷ୍ଠ ଆଇପିଏସ ଅଧିକାରୀ ୱାଇ ପୁରନ କୁମାରଙ୍କ ମୃତ୍ୟୁ ମାମଲାରେ ଆଉ ଏକ ଆଶ୍ଚର୍ଯ୍ୟଜନକ ମୋଡ଼ ଆସିଛି। ରୋହତକର ସାଇବର ସେଲରେ ନିୟୋଜିତ ହରିୟାଣାର ଜଣେ ପୁଲିସ କର୍ମଚାରୀ ମଙ୍ଗଳବାର ଦିନ ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଛି। ଜୀବନ ହାରିବା ପୂର୍ବରୁ ସେ ଏକ ତିନି ପୃଷ୍ଠାର ସୁଇସ‌ାଇଡ୍ ନୋଟ୍ ଏବଂ ଏକ ଭିଡିଓ ଛାଡିଯାଇଛନ୍ତି ଯେଉଁଥିରେ ସେ ଦିବଂଗତ ଆଇପିଏସ ଅଧିକାରୀ ୱାଇ ପୁରନ କୁମାର ଦୁର୍ନୀତିଗ୍ରସ୍ତ ଥିଲେ ବୋଲି କହିଛନ୍ତି।

ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର (ଏଏସଆଇ) ସନ୍ଦୀପ କୁମାରଙ୍କ ମୃତଦେହ ରୋହତକ-ପାନିପତ ରାସ୍ତାରେ ଏକ ଟ୍ୟୁବୱେଲ ପାଖରୁ ମିଳିଛି। ପୁଲିସ ଏକ ସୁଇସାଇଡ ନୋଟ୍ ଜବତ କରିଛି ଏବଂ ଆତ୍ମହତ୍ୟା କରିବା ପୂର୍ବରୁ ଅଧିକାରୀ ରେକର୍ଡ କରିଥିବା ଭିଡିଓର ଯାଞ୍ଚ କରୁଛି।

ତାଙ୍କ ନୋଟରେ ସନ୍ଦୀପ କୁମାର, ଆଇପିଏସ ଅଧିକାରୀ ୱାଇ ପୁରନ କୁମାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି, ଯିଏ ନିଜେ ଅକ୍ଟୋବର ୭ତାରିଖରେ ଚଣ୍ଡିଗଡ଼ରେ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥିଲେ। ସୁଇସାଇଡ୍ ନୋଟ୍‌ରେ ସେ ଳେଖିଛନ୍ତି ଯେ, "ୱାଇ ପୁରନ କୁମାର ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଥିଲେ। ତାଙ୍କ ବିରୋଧରେ ଅନେକ ପ୍ରମାଣ ଅଛି। ପୁରନ କୁମାରଙ୍କ ମୃତ୍ୟୁକୁ ନେଇ ଚାଲିଥିବା ତଦନ୍ତରେ ମୋତେ ଗିରଫ କରାଯିବ ବୋଲି ମୋ ମନରେ ଡର ଥିଲା। ତେଣୁ ମୁଁ ଏଭଳି ପଦକ୍ଷେପ ନେଉଛି। ହେଲେ ମରିବା ପୂର୍ବରୁ ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥାର ପର୍ଦ୍ଦାଫାସ କରିବାକୁ ଚାହୁଁଛି। ନିରପେକ୍ଷ ତଦନ୍ତ ଦାବି କରି ମୁଁ ମୋ ଜୀବନର ବଳିଦାନ ଦେଉଛି। ଏହି ଦୁର୍ନୀତିଗ୍ରସ୍ତ ପରିବାରକୁ ଛଡ଼ାଯିବା ଉଚିତ୍ ନୁହେଁ। ପୁରଣ କୁମାର ଦୁର୍ନୀତିରେ ଜଡିତ ଥିଲେ ଏବଂ ଜାତିବାଦର ଆଶ୍ରୟ ନେଇ ବ୍ୟବସ୍ଥାକୁ ହାଇଜାକ୍ କରୁଥିଲେ।

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୭ତାରିଖରେ ଅଧିକାରୀଙ୍କ ମୃତଦେହ ତାଙ୍କ ଘରେ ଥିବା ଶବ୍ଦ ପ୍ରତିରୋଧୀ କୋଠରୀ ଭିତରୁ ମିଳିଥିଲା। ଏକ ସୋଫାରେ ତାଙ୍କ ମୃତଦେହ ପଡ଼ିଥିବା ବେଳେ ତାଙ୍କ ମୁଣ୍ଡର ଡାହାଣ ପାର୍ଶ୍ୱରେ ଗୁଳି ବାଜିଥିବା ଦେଖିବାକୁ ମିଳିଥିଲା। ଅତି ନିକଟରୁ ସେ ନିଜକୁ ଗୁଳି କରିଥିଲେ। ସ୍ବାମୀଙ୍କ ମୃତ୍ୟୁର ଖବର ପାଇବା ପରେ ଆଇଏଏସ୍ ପତ୍ନୀ ଘରେ ପହଞ୍ଚିଥିଲେ ଏବଂ ତାଙ୍କ ହାତରେ ସୁଇସାଇଡ୍ ନୋଟ୍ ଲାଗିଥିଲା। ସେ ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଡ୍ ନୋଟ୍ ଲେଖିଥିଲେ, ଯେଉଁଥିରେ ସେ ବିଜ୍‌ରାନିଆ ଏବଂ ୮ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପରେ "ଜାତି-ଭିତ୍ତିକ ଭେଦଭାବ, ମାନସିକ ନିର୍ଯାତନା, ସାର୍ବଜନୀନ ଅପମାନ ଏବଂ ଅତ୍ୟାଚାର"ର ଅଭିଯୋଗ ଆଣିଥିଲେ।

 ସୁଇସାଇଡ୍haryana | IPS | ASI 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe