Archana Nag Photograph: (sambad.in)
କଟକ: ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ତରଫରୁ ଅର୍ଚ୍ଚନା ନାଗଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ୨୦୨୫, ମେ ୧୦ରେ ରାଜ୍ୟ ଆଇନଜୀବୀ ପରିଷଦ ତରଫରୁ ଅର୍ଚ୍ଚନା ଓକିଲାତି ପାଇଁ ଲାଇସେନ୍ସ ପାଇଥିଲେ। ଓକିଲାତି ଲାଇସେନ୍ସ ପାଇଁ ଅର୍ଚ୍ଚନା ଦାଖଲ କରିଥିବା ଫର୍ମରେ ତାଙ୍କ ବିରୋଧରେ ବିଚାରାଧୀନ ଥିବା ଫୌଜଦାରୀ ମାମଲା ସଂକ୍ରାନ୍ତରେ ତଥ୍ୟ ଉଲ୍ଲେଖ କରି ନଥିଲେ। ତାଙ୍କ ବିରୋଧରେ କୌଣସି ଫୌଜଦାରୀ ମାମଲା ନାହିଁ ବୋଲି ଅର୍ଚ୍ଚନାଙ୍କ ଫର୍ମରେ ଉଲ୍ଲେଖ କରାଯାଇଥିଲା। ଯାଞ୍ଚରୁ ଅର୍ଚ୍ଚନା ଫର୍ମରେ ବିଚାରାଧୀନ ଫୌଜଦାରୀ ମାମଲା ସଂପର୍କିତ ତଥ୍ୟ ଜାଣିଶୁଣି ଦର୍ଶାଇ ନଥିବା ଓ ଲୁଚାଇଥିବା ଜଣା ପଡ଼ିଛି।
ଅର୍ଚ୍ଚନା ନାଗଙ୍କୁ ରାଜ୍ୟ ଆଇନଜୀବୀ ପରିଷଦ ସଚିବ ଯଯାତି କେଶରୀ ସାମନ୍ତସିଂହାରଙ୍କ ତରଫରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇ ୭ ଦିନ ଭିତରେ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଇନ ଅନୁସାରେ କାହିଁକି ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ସେ ନେଇ କାରଣ ଦର୍ଶାଇବାକୁ ଅର୍ଚ୍ଚନାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏଭଳି ସ୍ଥିତିରେ ଅର୍ଚ୍ଚନାଙ୍କୁ ରାଜ୍ୟ ଆଇନଜୀବୀ ପରିଷଦ ସଚିବ ଯଯାତି କେଶରୀ ସାମନ୍ତସିଂହାରଙ୍କ ତରଫରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇ ୭ ଦିନ ଭିତରେ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଇନ ଅନୁସାରେ କାହିଁକି ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ସେ ନେଇ କାରଣ ଦର୍ଶାଇବାକୁ ଅର୍ଚ୍ଚନାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ନୋଟିସ ପାଇବାର ସାତ ଦିନ ମଧ୍ୟରେ ଜବାବ ଦାଖଲ ନକଲେ ପରିଷଦ ତରଫରୁ ଏହି ପ୍ରସଂଗରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ଅର୍ଚ୍ଚନା ଏଲଏଲ.ବି. ପାସ କରିଥିବା ବେଳେ ଗତ ବର୍ଷ ଓକିଲାତି ଲାଇସେନ୍ସ ପାଇଁ ରାଜ୍ୟ ଆଇନଜୀବୀ ପରିଷଦ ନିକଟରେ ଆବେଦନ କରିଥିଲେ। ଗତ ମେ ୧୦ରେ ତାଙ୍କୁ ଓକିଲାତି ଲାଇସେନ୍ସ ପ୍ରଦାନ କରାଯାଇଥିଲା।
Orissa High Court | Cuttack
Follow Us