Journalist Dead: ସାମ୍ବାଦିକା ଶୀଲା ପଟ୍ଟନାୟକଙ୍କ ଅକାଳ ମୃତ୍ୟୁ ନେଇ ବିଜେଡି କହିଲା...

Advertisment

ଭୁବନେଶ୍ବରରୁ ପୁରୀ ଯିବାବେଳେ ପିପିଲି ମଙ୍ଗଳପୁର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସାମ୍ବାଦିକା ଶୀଲା ପଟ୍ଟନାୟକ ଏବଂ ତାଙ୍କ ସହଯୋଗୀଙ୍କ ଅକାଳ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛି ବିଜୁ ଜନତା ଦଳ। ଏଥି ସହିତ ବିଜେଡି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି।

Updated On

ଭୁବନେଶ୍ବରରୁ ପୁରୀ ଯିବାବେଳେ ପିପିଲି ମଙ୍ଗଳପୁର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସାମ୍ବାଦିକା ଶୀଲା ପଟ୍ଟନାୟକ ଏବଂ ତାଙ୍କ ସହଯୋଗୀଙ୍କ ଅକାଳ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛି ବିଜୁ ଜନତା ଦଳ। ଏଥି ସହିତ ବିଜେଡି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି।

ଅଦ୍ୟତନ ହୋଇଛି
Jorunalist Sheela

Woman journalist Sheela Pattanayak. Photograph: (file)

ଭୁବନେଶ୍ୱର: ଭୁବନେଶ୍ବରରୁ ପୁରୀ ଯିବାବେଳେ ପିପିଲି ମଙ୍ଗଳପୁର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସାମ୍ବାଦିକା ଶୀଲା ପଟ୍ଟନାୟକ ଏବଂ ତାଙ୍କ ସହଯୋଗୀଙ୍କ ଅକାଳ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛି ବିଜୁ ଜନତା ଦଳ। ଏଥି ସହିତ ବିଜେଡି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ଼ ଲେନିନ୍ ମହାନ୍ତି ଏବଂ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍‌ସିତା ସାହୁ କହିଥିଲେ ଯେ, ସାମ୍ବାଦିକା ଶୀଲା ପଟ୍ଟନାୟକ ତାଙ୍କ ମହିଳା ବନ୍ଧୁଙ୍କ ସହିତ ଭୁବନେଶ୍ବରରୁ ପୁରୀ ଯାଉଥିଲେ। ପିପିଲିର ମଙ୍ଗଳପୁର ଛକରେ ବେଆଇନ ଭାବରେ ପଡ଼ିଥିବା ବାଲିରେ ତାଙ୍କ ସ୍କୁଟି ଖସି ଯାଇଥିଲା। ଦ୍ରୁତଗତିରେ ପୁରୀ ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ ତାଙ୍କ ସ୍କୁଟିକୁ ଧକ୍କା ଦେବା ଫଳରେ ବସ୍ ଚକା ତଳେ ଚାପି ହୋଇ ଘଟଣାସ୍ଥଳରେ ସାମ୍ବାଦିକା ଶୀଲା ପଟ୍ଟନାୟକଙ୍କ ମୃତ୍ୟୁ ହୋଇଥିବା ବେଳେ, ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ସହଯୋଗୀଙ୍କ ମୃତ୍ୟୁ ହୋଇଥିଲା।

ମଙ୍ଗଳପୁର ଛକ ନିକଟରେ ଜାତୀୟ ରାଜପଥ–୩୧୬ରେ ଗଚ୍ଛିତ ହୋଇଥିବା ବେଆଇନ ବାଲି ହିଁ ଦୁର୍ଘଟଣାର ମୁଖ୍ୟ କାରଣ। ରାଜ୍ୟରେ ବାଲି ମାଫିଆମାନେ ବ୍ୟାପକ ବାଲି ଲୁଟ୍ କରୁଥିବା ସମ୍ପର୍କରେ ବିଜେଡି ବାରମ୍ବାର ସୂଚାଉଥିବା ବେଳେ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି। ରାଜ୍ୟ ସରକାରଙ୍କ ଛତ୍ରଛାୟା ତଳେ ବାଲି ମାଫିଆ ମାନେ ବେଆଇନ ବାଲି ଚୋରି କରୁଥିବା ସ୍ପଷ୍ଟ ବାରି ହେଉଛି।

ଆହୁରି ପଢ଼ନ୍ତୁ: Dharmendra Pradhan: ଆମ ଶାସ୍ତ୍ରୀୟ ଭାଷା ଓ ସଂସ୍କୃତି ହେଉଛି ଆମର ଅମୂଲ୍ୟ ସମ୍ପତ୍ତି: ଧର୍ମେନ୍ଦ୍ର

ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ବିଜେଡି ଏହି ଘଟଣାର ଶୀଘ୍ର ତଦନ୍ତ ଏବଂ ସାମ୍ବାଦିକାଙ୍କ ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି। ଯଦି ଏହି ଦୁଃଖଦ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ, ତେବେ ସାମ୍ବାଦିକଙ୍କ ନ୍ୟାୟ ପାଇଁ ବିଜେଡି ରାଜ୍ୟବ୍ୟାପୀ ପ୍ରତିବାଦ କରିବ। ଏହି ଅବସରରେ ସାମ୍ବାଦିକା ଶୀଲା ପଟ୍ଟନାୟକ ଏବଂ ତାଙ୍କ ସହଯୋଗୀଙ୍କ ଅକାଳ ବିୟୋଗରେ ଦଳର ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ଼ ଲେନିନ୍ ମହାନ୍ତି, ମିଡିଆ ସଂଯୋଜକ ଡ଼ ପ୍ରିୟବ୍ରତ ମାଝୀ, ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍‌ସୀତା ସାହୁ, ମୁଖପାତ୍ର ମିହିର ରାୟ ଏବଂ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ସମସ୍ତ ସାମ୍ବାଦିକ ଓ ସାମ୍ବାଦିକା ମାନେ ଗୋଟିଏ ମିନିଟ୍ ପାଇଁ ନୀରବ ପ୍ରାର୍ଥନା କରିବା ସହିତ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ।

ଆହୁରି ପଢ଼ନ୍ତୁ: ସ୍କୁଟିକୁ ଧକ୍କା ଦେଲା ବସ୍ , ମହିଳା ସାମ୍ବାଦିକଙ୍କ ସମେତ ଦୁଇ ମୃତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe