ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି: ବିଜେଡି

କୌଣସି ମହିଳା ଅଧ୍ୟାପିକା ଓ ଛାତ୍ରୀ ସଂଧ୍ୟା ସାଢ଼େ ୫ଟା ପରେ କ୍ୟାମ୍ପସରେ ରହିପାରିବେ ନାହିଁ। ରାଜ୍ୟ ସରକାରଙ୍କ ଏଭଳି ନିର୍ଦ୍ଦେଶ ଭାରତରେ ପ୍ରଥମ ଘଟଣା। ଏହା ତାଲିବାନି ନିର୍ଦ୍ଦେଶ ବୋଲି ବିଜୁ ଜନତା ଦଳ ଅଭିଯୋଗ ଆଣିଛି।

New Project (26)

ଭୁବନେଶ୍ବର: କୌଣସି ମହିଳା ଅଧ୍ୟାପିକା ଓ ଛାତ୍ରୀ ସଂଧ୍ୟା ସାଢ଼େ ୫ଟା ପରେ କ୍ୟାମ୍ପସରେ ରହିପାରିବେ ନାହିଁ। ରାଜ୍ୟ ସରକାରଙ୍କ ଏଭଳି ନିର୍ଦ୍ଦେଶ ଭାରତରେ ପ୍ରଥମ ଘଟଣା। ଏହା ତାଲିବାନି ନିର୍ଦ୍ଦେଶ ବୋଲି ବିଜୁ ଜନତା ଦଳ (ବିଜେଡି) କହିଛି। ବିଜେଡି ମୁଖପାତ୍ର ଲେଲିନ ମହାନ୍ତି କହିଛନ୍ତି ଯେ, ନିର୍ଦ୍ଦେଶ ଦେବାର ଘଣ୍ଟେ ପରେ ସରକାର ପୁଣିଥରେ ନିଷ୍ପତ୍ତି ପରିବର୍ତ୍ତନ କରିଛନ୍ତି। ଏହା ସୂଚାଉଛି ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି। ଯଦି ସମ୍ଭାଳି ପାରୁନ ଗାଦି ଛାଡ଼ନ୍ତୁ। ରେଜିଷ୍ଟାରଙ୍କୁ ତୁରନ୍ତ ସସପେଣ୍ଡ କରିବାକୁ ଦାବି କରିଛି ବିଜେଡି। ଅଣଛାତ୍ରକୁ ବାରଣ କରି ପାରୁ ନାହାଁନ୍ତି। ଏ ନିର୍ଦ୍ଦେଶ କାହା ନିର୍ଦ୍ଦେଶରେ ବାହାରିଛି ତାକୁ ନେଇ ବିଜେଡି ପ୍ରଶ୍ନ କରିଛି।

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି। ଯଦି ସମ୍ଭାଳି ପାରୁନ ଗାଦି ଛାଡ଼ନ୍ତୁ। ରେଜିଷ୍ଟାରଙ୍କୁ ତୁରନ୍ତ ସସପେଣ୍ଡ କରିବାକୁ ଦାବି କରିଛି ବିଜେଡି। ଅଣଛାତ୍ରକୁ ବାରଣ କରି ପାରୁ ନାହାଁନ୍ତି।

-ଲେଲିନ୍‌ ମହାନ୍ତି, ବିଜେଡି ମୁଖପାତ୍ର

ବାଲେଶ୍ଵର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଓ ମୃତ୍ୟୁ ପରେ ରାଜ୍ୟରେ ଏକାକୁ ନେଇ ଚର୍ଚ୍ଚା ଲାଗିରହିଛି। ଏମିତିକି ବ୍ୟବସ୍ଥା ହତ୍ୟା କରିଥିବା ଚର୍ଚ୍ଚା ହେଉଛି। ଏବେ କଲେଜ କ୍ୟାମ୍ପସ ଭିତରେ ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ଡିଡିମ୍ବ ପିଟୁଛନ୍ତି। ଦୁଇ ଦିନ ପୂର୍ବରୁ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ରେଭେନ୍ସାରେ ବୈପ୍ଳବିକ ପରିବର୍ତ୍ତନ ହେବ ବୋଲି ଘୋଷଣା କରିଥିଲେ। ଏପରି ସମୟରେ ରେଭେନ୍ସା କଲେଜରେ ଏକ ନିର୍ଦ୍ଦେଶ  ଆସିଛି।  

ଏହି ଖବର ପଢ଼ନ୍ତୁ: ଶିକ୍ଷାନୁଷ୍ଠାନରେ ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ ପାଇଁ କଡ଼ା ନିର୍ଦ୍ଦେଶ

ବିଜେଡିର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ଇତିହାସରେ ଏପରି ଘଟଣା କେବେ ଘଟି ନଥିଲା। ରେଭେନ୍ସା କଲେଜର ଚିଠି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ପଦାରେ ପକାଇଦେଲେ । ସନ୍ଧ୍ୟା ସାଢ଼େ ୫ଟା ପରେ କଲେଜ କ୍ୟାମ୍ପସରେ ଅଧ୍ୟାପିକା ଓ ଛାତ୍ରୀମାନେ ରହିପାରିବେ ନାହିଁ ଅର୍ଥ ଏମରଜେନ୍ସି  ଘୋଷଣା କରିବା। କୌଣସି ଶିକ୍ଷାନୁଷ୍ଠାନ ମହିଳା ସୁରକ୍ଷିତ ନୁଁହେଁ। ଏପରି ଏକ ଭୟର ବାତାବରଣ ସୃଷ୍ଟି କରାଗଲା। ପରେ କୌଣସି ଚାପରେ ଚେପା ହୋଇ ନିଷ୍ପତ୍ତି ପରିବର୍ତ୍ତନ କଲେ। ଯେଉଁମାନେ ଦାୟିତ୍ବରେ ଅଛନ୍ତି, ସେମାନେ ଏହା ଉପରେ ସ୍ପଷ୍ଟୀକରଣ ଦେବା ଆବଶ୍ୟକ।  ଆମେରିକା  ରାଜ୍ୟରେ ନାରୀ ଅସୁରକ୍ଷିତ କଥା କହିଥିଲା। ଏ ଚିଠି ଏହା ସତ ବୋଲି  ପ୍ରମାଣିତ କରିଦେଲା। 

BJD 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe