କୁକୁରଙ୍କ କାନରେ ଲାଗିବ ଟ୍ୟାଗ୍‌, ସବୁ ତଥ୍ୟ ରଖିବ ବିଏମ୍‌ସି!

ରାଜରାସ୍ତାରେ ବୁଲାକୁକୁରକୁ ନେଇ ଏବେ ଦେଶରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। କୁକୁରଙ୍କୁ ନେଇ ପଶୁପ୍ରେମୀ, ପ୍ରଶାସନ, ସରକାର ଚିନ୍ତିତ ଥିବା ବେଳେ ମାମଲା ସୁପ୍ରିମ୍‌କୋର୍ଟରେ ପହଞ୍ଚି ସାରିଛି। ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ କୁକୁର ଗଣାଯିବ।

New Project (13)

ଭୁବନେଶ୍ବର: ରାଜରାସ୍ତାରେ ବୁଲାକୁକୁରକୁ ନେଇ ଏବେ ଦେଶରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। କୁକୁରଙ୍କୁ ନେଇ ପଶୁପ୍ରେମୀ, ପ୍ରଶାସନ, ସରକାର ଚିନ୍ତିତ ଥିବା ବେଳେ ମାମଲା ସୁପ୍ରିମ୍‌କୋର୍ଟରେ ପହଞ୍ଚି ସାରିଛି। ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ କୁକୁର ଗଣାଯିବ। ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଏହି କାମ କରିବ। ବିଏମ୍‌ସି ମେୟର ସୁଲୋଚନା ଦାସ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। 

ବିଏମ୍‌ସି ମେୟର କହିଛନ୍ତି, ରାଜଧାନୀରେ ବିଏମସି କୁକୁର ଗଣନା କରିବ। ଉଭୟ ବୁଲା କୁକୁର ଓ ପୋଷା କୁକୁରଙ୍କର ଗଣନା ହେବ। କୁକୁରମାନଙ୍କର କାନରେ  ଟ୍ୟାଗ୍‌ ଲାଗିବ। ବିଏମ୍‌ସି ପାଖରେ କୁକୁରଙ୍କ ସମସ୍ତ ତଥ୍ଯ ରହିବ। ଏନେଇ ରାଜଧାନୀର ସେନ୍ସେସ ପ୍ରୋଗ୍ରାମ କରାଯିବ। ପୋଷା କୁକୁର ମାଲିକ କିଏ ଓ ବୁଲା କୁକୁର କାଉଠୁ ଯାଇଛନ୍ତି ଟ୍ୟାଗାରେ ତଥ୍ୟ ରହିବ। ବନ୍ଧ୍ୟାକରଣ ଓ ଭେକସିନ ହେଇଛି କି ନାହିଁ ସମସ୍ତ ତଥ୍ୟ ଚିପ୍‌ରେ ରହିବ। ଏହା ଦ୍ବାରା କୁକୁରାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଜାଣିହେବ। ରାଜଧାନୀରେ କେତେ କୁକୁର ଅଛନ୍ତି ଜଣା ପଡ଼ିବ। ବନ୍ଧ୍ୟାକରଣ ପରେ କୁକୁର ସଂଖ୍ୟା ବଢୁଛି କି କମିଛି ନଜର ରହିବ। ୮୦ ହାଜରରୁ ଊର୍ଦ୍ଧ୍ବ କୁକୁର ଭୁବନେଶ୍ବର ବିଭିନ୍ନ ଅଞ୍ଚଳରେ ଅଛନ୍ତି। ବିଏମ୍‌ସି  ପାଖରେ ଘରେ ରଖୁଥିବା ପୋଷା କୁକୁରଙ୍କ ତଥ୍ୟ ରହିପାରିବ। ଟ୍ୟାଗ୍ ଲାଗିଲେ ସହର ସୁନ୍ଦର ରହିବ।କୁକୁର ସୁରକ୍ଷିତ ରହିବେ। 

ରାଜଧାନୀରେ ବିଏମସି କୁକୁର ଗଣନା କରିବ। ଉଭୟ ବୁଲା କୁକୁର ଓ ପୋଷା କୁକୁରଙ୍କର ଗଣନା ହେବ। କୁକୁରମାନଙ୍କର କାନରେ  ଟ୍ୟାଗ୍‌ ଲାଗିବ। ବିଏମ୍‌ସି ପାଖରେ କୁକୁରଙ୍କ ସମସ୍ତ ତଥ୍ଯ ରହିବ। ଏନେଇ ରାଜଧାନୀର ସେନ୍ସେସ ପ୍ରୋଗ୍ରାମ କରାଯିବ। ପୋଷା କୁକୁର ମାଲିକ କିଏ ଓ ବୁଲା କୁକୁର କାଉଠୁ ଯାଇଛନ୍ତି ଟ୍ୟାଗାରେ ତଥ୍ୟ ରହିବ।

-ସୁଲୋଚନା ଦାସ, ମେୟର, ବିଏମ୍‌ସି

ସୂଚନାଯୋଗ୍ୟ, ଆଜି ସୁପ୍ରିମ୍‌କୋର୍ଟ କୁକୁର ପ୍ରେମୀଙ୍କ ସପକ୍ଷରେ ବଡ଼ ରାୟ ଶୁଣାଇଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଆଶ୍ରୟ ଗୃହକୁ ପଠା ଯାଇଥିବା ବୁଲା କୁକରମାନଙ୍କୁ ଏବେ ଛାଡ଼ି ଦିଆଯିବ। ଦିଲ୍ଲୀ ଏନସିଆରରେ ବୁଲା କୁକୁରଙ୍କ ପ୍ରସଙ୍ଗରେ ଆଜିର ଶୁଣାଣିରେ, ସୁପ୍ରିମକୋର୍ଟ ଆଶ୍ରୟସ୍ଥଳରେ ରଖାଯାଇଥିବା ବୁଲା କୁକୁରମାନଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ଦେଇଛନ୍ତି। ତଥାପି, ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ଏବେ ସାଧାରଣ ସ୍ଥାନରେ ବୁଲା କୁକୁରମାନଙ୍କୁ ଖାଇବାକୁ ଦିଆଯିବ ନାହିଁ। 

Bhubaneswar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe