ଏପ୍ରିଲ୍‌ରେ ୧.୫୧ ଲକ୍ଷ କୋଟିର ୟୁପିଆଇ କାରବାର

Advertisment
ଏପ୍ରିଲ୍‌ରେ ୧.୫୧ ଲକ୍ଷ କୋଟିର ୟୁପିଆଇ କାରବାର

ଭୁବନେଶ୍ବର: କରୋନା ସଙ୍କଟ ଆରମ୍ଭ ହେବା ପରେ ଦେଶରେ କ୍ୟାସ୍‌ଲେସ୍‌ କାରବାରରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଗତ ଏପ୍ରିଲ୍‌ରେ ୧,୫୧,୧୪୦ କୋଟି ଟଙ୍କାର କାରବାର ୟୁପିଆଇ ଜରିଆରେ ହୋଇଛି। ଉଭୟ ସାଧାରଣ ଜନତା ଓ ବ୍ୟବସାୟୀଙ୍କ ଦ୍ବାରା ୟୁପିଆଇ ଅଧିକ ମାତ୍ରାରେ ଗ୍ରହରୀୟ ହୋଇଛି ବୋଲି ନ୍ୟାସନାଲ୍‌ ପେମେଣ୍ଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ)ର ସିଓଓ ପ୍ରବୀଣା ରାଏ କହିଛନ୍ତି। ଭିଡିଓ କନଫରେନ୍ସି ଜରିଆରେ ଦେଶର ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଶ୍ରୀମତୀ ରାଏ କହିଛନ୍ତି ଯେ, ୟୁପିଆଇକୁ ବ୍ୟବହାର କରିବା ବହୁତ ସହଜ।

ଯେଉଁମାନଙ୍କ ପାଖରେ ବ୍ୟାଙ୍କ ଖାତା ଏବଂ ସ୍ମାର୍ଟଫୋନ୍ ଥିବ ସେମାନେ ୟୁପିଆଇକୁ ବ୍ୟବହାର କରିପାରିବେ। ପେମେଣ୍ଟ୍ କରିବା ଲାଗି ଏହା ହେଉଛି ଅନ୍ୟତମ ସୁରକ୍ଷିତ ମାଧ୍ୟମ। କିଛି ମିନିଟ୍ ଭିତରେ ‌ଯେକୌଣସି ବ୍ୟାଙ୍କର ୟୁପିଆଇ ଆପ୍‌ରେ ପଞ୍ଜୀକରଣ କରି ଡିଜିଟାଲ୍‌ ପେମେଣ୍ଟ୍‌ କରିହେବ। ବର୍ତ୍ତମାନ ସୁଦ୍ଧା ଦେଶର ୧୫୩ଟି ବ୍ୟାଙ୍କ ୟୁପିଆଇ ସେବା ପ୍ରଦାନ କରୁଛନ୍ତି। ଚଳିତ ବର୍ଷ ଜାନୁଆରି ପରେ ଏହି ପ୍ଲାଟଫର୍ମରେ ଅଧିକ ବ୍ୟାଙ୍କ ଯୋଡ଼ି ହୋଇଛନ୍ତି। ଗତ ଜାନୁଆରି ୧୪୪ଟି ବ୍ୟାଙ୍କ ୟୁପିଆଇ ପ୍ଲାଟଫର୍ମ ସହ ‌ଯୋଡ଼ିହୋଇଥିଲେ। ଗତ ଏପ୍ରିଲ୍‌ ସୁଦ୍ଧା ଏଭଳି ବ୍ୟାଙ୍କ ସଂଖ୍ୟା ବୃଦ୍ଧି ପାଇ ୧୫୩ରେ ପହଞ୍ଚିଛି। କେବଳ ଏପ୍ରିଲ୍ ମାସରେ ୫ଟି ନୂଆ ବ୍ୟାଙ୍କ ୟୁପିଆଇ ପ୍ଲାଟଫର୍ମରେ ଯୋଡ଼ିହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe