ତେଲରୁ ୧.୮ ଲକ୍ଷ କୋଟି ଅଧିକ ଆୟ

Advertisment
ତେଲ ୧୦୦ ଡଲାର ତଳକୁ ଖସିବ: ଗହମ, ଓଟ୍‌ସ ରପ୍ତାନି ବନ୍ଦ କଲା ୟୁକ୍ରେନ

Indian Market View

ନୂଆଦିଲ୍ଲୀ: ଗତବର୍ଷ କେନ୍ଦ୍ର ସରକାର ତେଲର ଉତ୍ପାଦନ ଶୁଳ୍କରେ ଯେଉଁ ବୃଦ୍ଧି କରିଥିଲେ ତାହା ରାଜକୋଷ ଭଣ୍ଡାରର ଭରିବାରେ ବିଶେଷ ସହାୟକ ହୋଇଛି। ତେଲ ଟିକସରୁ ସରକାର ଅତିରିକ୍ତ ୧.୮ ଲକ୍ଷ କୋଟି ଟଙ୍କାର ଆୟ କରିଛନ୍ତି। ପେଟ୍ରୋଲିୟମ୍ ମନ୍ତ୍ରଣାଳୟରୁ ଜାରି କରାଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ୨୦୨୦-୨୧‌ରେ ପେଟ୍ରୋଲ୍ ଓ ଡିଜେଲ୍‌ରୁ ଉତ୍ପାଦନ ଟିକସ ଆୟ ୩.୯ ଲକ୍ଷ କୋଟି ଟଙ୍କା ହୋଇଥିବା ଆକଳନ କରାଯାଇଛି। ୨୦୧୯-୨୦ରେ ହୋଇଥିବା ୨.୨ ଲକ୍ଷ କୋଟି ଟଙ୍କା ଆୟ ତୁଳନାରେ ଏହା ୭୭% ଅଧିକ। ୨୦୨୦-୨୧ ଆର୍ଥିକ ବର୍ଷରେ କରୋନା ମହାମାରୀ ପ୍ରଭାବ ଯୋଗୁଁ ତେଲ ବିକ୍ରି ୧୦.୬% ହ୍ରାସ ପାଇବା ସତ୍ତ୍ବେ ଟିକସରେ ଏଭଳି ବୃଦ୍ଧି ହୋଇଛି। ଗତବର୍ଷ ଲକ୍‌ଡାଉନ୍ ସମୟରେ ତେଲ ବିକ୍ରି ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ପେଟ୍ରୋଲ୍‌ରେ ଲିଟର ପିଛା ଏକକାଳୀନ ୧୩ ଟଙ୍କା ଓ ଡିଜେଲ୍‌ରେ ୧୬ ଟଙ୍କାର ଟିକସ ବୃଦ୍ଧି କରାଯାଇଥିଲା।

ବର୍ତ୍ତମାନ ଲିଟର ପିଛା ପେଟ୍ରୋଲ୍‌ରେ ଟିକସ ପରିମାଣ ୩୨ ଟଙ୍କା ୯୦ ପଇସା ଓ ଡିଜେଲ୍‌ରେ ୩୧ ଟଙ୍କା ୮୦ ପଇସା ରହିିଛି। ଏହା ବ୍ୟତୀତ ରାଜ୍ୟଗୁଡ଼ିକ ଭାଟ୍‌ ଆକାରରେ ମଧ୍ୟ ଟିକସ ଲାଗୁ କରିଛନ୍ତି। ଫଳରେ ତେଲ ଉପରେ ସର୍ବାଧିକ ଟିକସ ଲଗାଇଥିବା ଦେଶରେ ପରିଣତ ହୋଇଛି ଭାରତ। ବିଭିନ୍ନ ରାଜ୍ୟ ଭିନ୍ନ ଭିନ୍ନ ହାରରେ ଭାଟ୍ ଲାଗୁ କରିଛନ୍ତି। ଗତକାଲି ମୁମ୍ବାଇରେ ପେଟ୍ରୋଲ୍‌ର ଲିଟର ପିଛା ଦାମ୍ ୧୦୦ ଟଙ୍କାରୁ ଅଧିକ ହୋଇଛି। ଚେନ୍ନାଇରେ ପେଟ୍ରୋଲ୍ ଦାମ୍ ୯୫ ଟଙ୍କା ୫୧ ପଇସା ରହିଛି। ସେଥିରେ କେନ୍ଦ୍ର ସରକାରଙ୍କ ଟିକସ ଭାଗ ୩୪ ପ୍ରତିଶତ ଓ ରାଜ୍ୟ ସରକାରଙ୍କ ଭାଟ୍ ଭାଗ ୨୪ ପ୍ରତିଶତ ରହିଛି।୨୦୨୦ ମାର୍ଚ୍ଚ ୧୬ ପରଠାରୁ ‌ପେଟ୍ରୋଲ୍‌ ଓ ଡିଜେଲ୍‌ର ଖୁଚୁରା ଦାମ୍ ଯଥାକ୍ରମେ ୩୨% ଓ ୩୬% ବଢ଼ିଛି। ୨୦୨୦ ଜାନୁଆରିରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୬୮ ଡଲାର ଥିଲା। ଏପ୍ରିଲ୍ ସୁଦ୍ଧା ତାହା ୨୦ ଡଲାର ଭଳି ନିମ୍ନ ସ୍ତରକୁ ଖସିବା ପରେ ପୁଣି ସେଥିରେ ପର୍ଯ୍ୟାୟକ୍ରମେ ବୃଦ୍ଧି ହୋଇଛି। ବର୍ତ୍ତମାନ ଅଶୋଧିତ ତେଲ ଦାମ୍ ୬୮-୭୦ ଡଲାର ଭିତରେ ରହିଛି।

ଗତ କିଛି ବର୍ଷ ଭିତରେ ଦେଶର ମୋଟ ଟିକସ ଆୟରେ ତେଲ ଟିକସର ଭାଗ ବଢ଼ିବାରେ ଲାଗିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ହୋଇଥିବା ୨୦ ଲକ୍ଷ କୋଟି ଟଙ୍କାର ଟିକସ ଆୟରେ ତେଲ ଟିକସର ଭାଗ ଏକ ପଞ୍ଚମାଂଶ ରହିଛି। ୨୦୧୪-୧୫ ଆର୍ଥିକ ବର୍ଷରେ ଏହି ହାର ମାତ୍ର ୮% ଥିବା ବେଳେ ୨୦୧୯-୨୦ ସୁଦ୍ଧା ତାହା ୧୧%କୁ ବୃଦ୍ଧି ପାଇଥିଲା। ଏବେ ୨୦%ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe