ଏକ ଓ ପାଞ୍ଚ ଟଙ୍କିଆ କଏନ୍‌ ଅଚଳ ନା ଅଚଳ ନୁହେଁ, ତାହା ସ୍ପଷ୍ଟ କଲା ଆରବିଆଇ

ଏକ ଓ ପାଞ୍ଚ ଟଙ୍କିଆ କଏନ୍‌ ଅଚଳ ନା ଅଚଳ ନୁହେଁ, ତାହା ସ୍ପଷ୍ଟ କଲା ଆରବିଆଇ

ନୂଆଦିଲ୍ଲୀ: ବଜାରେ ୧୦ ଟଙ୍କିଆ କଏନ ପରେ ଏବେ ୫ ଓ ଏକ ଟଙ୍କିଆ କଏନ ବନ୍ଦ ହେବା ନେଇ ଚର୍ଚ୍ଚା ଜୋର ଧରିଛି। କିଛି ଦିନ ହେଲା ଏହି ୫ଟଙ୍କିଆ କଏନକୁ ଗ୍ରହଣ କରିବାକୁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଡବଡ ଦୋକାନୀ ପର୍ଯ୍ୟନ୍ତ ସମସ୍ତେ ରୋକଠୋକ୍‌ ମନା କରିଦେଉଥିବା ଅଭିଯୋଗ ହେଉଛି।

ଏହାର ମୁଖ୍ୟ କାରଣ ହେଲା, ଲୋକେ ୫ ଟଙ୍କିଆ ନୂଆ କଏନକୁ ନକଲି ବୋଲି ଭାବୁଛନ୍ତି । କିଛି ଲୋକଙ୍କ କହିବାନୁସାରେ, ତାଙ୍କଠାରୁ ଏହି କଏନ କେହି ନେଉ ନଥିବାରୁ ସେ ମଧ୍ୟ କାହାଠାରୁ ଏହାକୁ ଗ୍ରହଣ କରୁନାହାଁନ୍ତି।
ଏଭଳି ପରିସ୍ଥିତିରେ ସତରେ କ’ଣ ୫ ଟଙ୍କାର ଏହି ନୂଆ କଏନ ବନ୍ଦ ହୋଇଯାଇଛି ନା ଏହା କୌଣସି ଗୁଜବ ବୋଲି ପ୍ରଶ୍ନ ଉଠିଛି।

publive-image

ଏହି ପ୍ରଶ୍ନର ଉତ୍ତରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ସ୍ପଷ୍ଟ କରି କହିଛନ୍ତି, ଆରବିଆଇ ତରଫରୁ ଚଳିତ ବର୍ଷ ୧୫ ଫେବ୍ରୁୟାରିରେ ବିଭିନ୍ନ ବ୍ୟାଙ୍କଗୁଡିକୁ ଜାରି କରାଯାଇଥିବା ଏକ ସର୍କୁଲାରରେ ଏହା ସ୍ପଷ୍ଟ ଭାବରେ କୁହାଯାଇଛି କି, ୧,୨,୫ ଏବଂ ୧୦ ଟଙ୍କିଆ କଏନ ସଂପୂର୍ଣ୍ଣ ଭାବରେ ଗ୍ରହଣଯୋଗ୍ୟ । ଏହି କଏନକୁ କୌଣସି ବ୍ୟକ୍ତି ଗ୍ରହଣ କରିବାକୁ ମନା କରିପାରିବେ ନାହିଁ । କିମ୍ବା କୌଣସି ବ୍ୟାଙ୍କ ମଧ୍ୟ ନେବାକୁ ମନା କରିପାରିବେ ନାହିଁ ।

ଆରବିଆଇ ଆହୁରି ମଧ୍ୟ କହିଛି କି, ୨୦୦୯ ମାର୍ଚ୍ଚ ପରେ ଯେତେସବୁ କଏନ ଜାରି କରାଯାଇଥିଲା, ସେସବୁ ଆଇନସମ୍ମତ ଅଟେ । ଏହି ଅବସରରେ ଆରବିଆଇ ଲୋକଙ୍କ ମନରେ ଥିବା ସମସ୍ତ ଦ୍ୱନ୍ଦ୍ୱକୁ ମଧ୍ୟ ଦୂର କରିବାକୁ ପ୍ରୟାସ ଜାରି ରଖିଛି । ଖାଲି ଏତିକି ନୁହେଁ ଭାରତୀୟ ରିଜର୍ଭ ବ୍ୟାଙ୍କର ୱେବସାଇଟରେ ମଧ୍ୟ ୫ ଟଙ୍କିଆ ନୂଆ କଏନ ଜାରି କରାଯାଇଛି । ଅନ୍ୟ ପଟରେ ଆରବିଆଇ ତରଫରୁ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁଠି ବି କୁହାଯାଇ ନାହିଁ କି, ଏହି କଏନଗୁଡିକ ଅଚଳ ନୁହେଁ ବୋଲି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe