ଦୁର୍ବଳ ହେଲା ଟଙ୍କା: ୧ ଡଲାର ମୂଲ୍ୟ ୭୨ ଟଙ୍କା ୩୯ ପଇସା

Advertisment
ଦୁର୍ବଳ ହେଲା ଟଙ୍କା: ୧ ଡଲାର ମୂଲ୍ୟ ୭୨ ଟଙ୍କା ୩୯ ପଇସା

ନୂଆଦିଲ୍ଲୀ: ଆମେରିକୀୟ ଡଲାର ମୂଲ୍ୟ ବହୁତ ବଢ଼ିଯାଇଛି। ଗୋଟିଏ ଡଲାର କିଣିବା ଲାଗି ଭାରତୀୟ ମୁଦ୍ରାରେ ୭୨ ଟଙ୍କା ୩୯ ପଇସା ବ୍ୟୟ କରିବାକୁ ପଡ଼ୁଛି। ଆଜି ଡଲାର ଦାମ୍ ୯୯ ପଇସା ବଢ଼ିଛି। ଅର୍ଥନୈତିକ ଅଭିବୃଦ୍ଧି ହାର କମ୍ ରହିବା ଏବଂ ବିଦେଶୀ ନିବେଶକମାନେ ବିପୁଳ ପରିମାଣର ପୁଞ୍ଜି ଭାରତରୁ ପ୍ରତ୍ୟାହାର କରିନେଉଥିବାରୁ ଡଲାର ଦାମ୍ ବଢ଼ୁଥିବା କୁହାଯାଉଛି। ଆମେରିକା ଓ ଚୀନ୍ ମଧ୍ୟରେ ଚାଲିଥିବା ବାଣିଜ୍ୟ ଲଢ଼େଇ ମଧ୍ୟ ଡଲାର୍ ଦାମ୍ ବୃଦ୍ଧିର ଅନ୍ୟତମ କାରଣ ଅଟେ।

ଗତ ଅଗଷ୍ଟରେ ବିଦେଶୀ ନିବେଶକମାନେ ଭାରତରୁ ୫୯୨୦ କୋଟି ଟଙ୍କା ପ୍ରତ୍ୟାହାର କରିନେଇଛନ୍ତି। ଗତ ଜୁଲାଇରେ ସେମା‌ନେ ୨୯୮୫ କୋଟି ଟଙ୍କା ନେଇଯାଇଥିଲେ।ଡଲାର ମହଙ୍ଗା ହେଲେ ଦେଶରେ ଅନେକ ସାମଗ୍ରୀ ମହଙ୍ଗା ହୋଇଯିବ। ତେବେ ସବୁ ସାମଗ୍ରୀ ଆମଦାନି କରାଯାଉଛି ତାହାର ଦର ବଢ଼ିବ। ଏହା ବ୍ୟତୀତ ଯନ୍ତ୍ରପାତି ଆମଦାନି କରି ବିଭିନ୍ନ ସାମଗ୍ରୀ ଉତ୍ପାଦନ କରୁଥିବା କଂପାନିଗୁଡ଼ିକର ଖର୍ଚ ବଢ଼ିବ। ଏହା ହେଲେ ସେମାନଙ୍କ କାରବାର ପ୍ରଭାବିତ ହେବ। ବିଦେଶରେ ପିଲାଙ୍କୁ ପାଠପଢ଼ାଉଥିବା‌ ଲୋକମାନଙ୍କୁ ସମାନ କାମ ପାଇଁ ଅଧିକ ଟଙ୍କା ପଠାଇବାକୁ ପଡ଼ିବ। ଉଲ୍ଲେଖଯୋଗ୍ୟ, କେବଳ ଭାରତ ନୁହେଁ ଏସିଆର ପ୍ରାୟ ସମସ୍ତ ପ୍ରମୁଖ ଦେଶରେ ଡଲାର୍ ମହଙ୍ଗା ହୋଇଛି। ଏହାର ପ୍ରଭାବରେ ଭାରତରେ ଡଲାର୍ ଦାମ୍ ବଢ଼ୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe