Amar Ujala
ବେଙ୍ଗାଲୁରୁ: ବଜାରକୁ ଆସିବା ପୂର୍ବରୁ ଓଲା ଇଲେକ୍ଟ୍ରିକ୍ ସ୍କୁଟର ପ୍ରତି ପ୍ରବଳ ଆଗ୍ରହ ଦେଖାଦେଇଛି। ପ୍ରାକ୍ ଲଞ୍ଚ୍ ବୁକିଂର ପ୍ରଥମ ଦିନରେ ଲକ୍ଷେ ସ୍କୁଟର ବୁକ୍ ହୋଇଛି। ଫଳରେ ଓଲା ଇ-ସ୍କୁଟର ବିଶ୍ବର ସର୍ବାଧିକ ପ୍ରାକ୍-ବୁକ୍ ସ୍କୁଟର ହେବାର ମାଇଲଖୁଣ୍ଟ ସ୍ଥାପନ କରିଛି। କମ୍ପାନିର ୱେବସାଇଟ୍ରେ ଉକ୍ତ ସ୍କୁଟରର ବୁକିଂ ଜୁଲାଇ ୧୫ରେ ଘୋଷଣା କରାଯାଇଥିଲା। ୪୯୯ ଟଙ୍କାର ଫେରସ୍ତଯୋଗ୍ୟ ରାଶି ଦେଇ ଏହାକୁ ଆଶାୟୀ ଗ୍ରାହକମାନେ ବୁକ୍ କରିଛନ୍ତି। ଭାରତରେ ବିଦ୍ୟୁତ୍ ଯାନ ବିପ୍ଳବରେ ବିସ୍ଫୋରକ ଆରମ୍ଭ ହୋଇଛି। ଏଥିପାଇଁ ଆମ ସହିତ ଯେଉଁ ୧ ଲକ୍ଷରୁ ଅଧିକ ଲୋକ ଯୋଡ଼ି ହୋଇ ସେମାନଙ୍କ ସ୍କୁଟର ରିଜର୍ଭ କରିଛନ୍ତି ସେମାନଙ୍କୁ ଧନ୍ୟବାଦ।
ଗ୍ରାହକମାନେ କମ୍ପାନିର ପ୍ରଥମ ସ୍କୁଟର ପାଇଁ ଯେଉଁଭଳି ଭାବେ ଆଗ୍ରହ ଦେଖାଇଛନ୍ତି ତାହା ଆମକୁ ଚକିତ କରିଛି। ଏହାଦ୍ବାରା ଗ୍ରାହକଙ୍କ ପସନ୍ଦ ବଦଳିଥିବା ବିଷୟ ସ୍ପଷ୍ଟ ହୋଇଛି ବୋଲି କମ୍ପାନିର ସିଇଓ ଭବୀଶ ଅଗ୍ରୱାଲ କହିଛନ୍ତି। ଚଳିତମାସରେ ଏହି ସ୍କୁଟର ବଜାରକୁ ଆସିବାର ସମ୍ଭାବନା ରହିଛି। ଏହି ବର୍ଗର ସ୍କୁଟର କ୍ଷେତ୍ରରେ ସିଟ୍ ତଳେ ସର୍ବାଧିକ ଖାଲି ସ୍ଥାନ ଓଲା ସ୍କୁଟରରେ ଉପଲବ୍ଧ ହେବ। ଏଥିସହିତ ବିନା ଚାବିର ଅଭିଜ୍ଞତା ଦେବା ପାଇଁ ଆପ୍ ଭିତ୍ତିକ ଚାବି ରହିବ। ଥରେ ଚାର୍ଜ କରିଲେ ଉକ୍ତ ସ୍କୁଟରଟି ୧୫୦ କିମି ପର୍ଯ୍ୟନ୍ତ ଯାତ୍ରା କରିପାରିବ। ଏହାର ମୂଲ୍ୟ ୧ ଲକ୍ଷ ଟଙ୍କା ପାଖାପାଖି ରହିବ ବୋଲି ଅନୁମାନ କରାଯାଉଛି।
Follow Us