ପଡ଼ିରହିଛି ୧୦.୪୮ ଲକ୍ଷ ଦୁର୍ଘଟଣା ବୀମା ଦାବି

Advertisment
ପଡ଼ିରହିଛି ୧୦.୪୮ ଲକ୍ଷ ଦୁର୍ଘଟଣା ବୀମା ଦାବି

Asianet News Telugu

ନୋଏଡ଼ା: ଦେଶରେ ୧୦ ଲକ୍ଷ ୪୬ ହଜାରରୁ ଅଧିକ ଗାଡ଼ି ଦୁର୍ଘଟଣା ବୀମା ଦାବି ପଡ଼ିରହିଛି ଯେଉଁଥିରେ ୮୦,୪୫୫ କୋଟି ଟଙ୍କାର ବୀମା ରାଶି ଫସିରହିଛି। ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଫଇସଲା ହୋଇପାରୁନଥିବା ଗାଡ଼ି ଦୁର୍ଘଟଣା ବୀମା ଦାବିଗୁଡ଼ିକର ସଂଖ୍ୟା ୨୦୧୮-୧୯ରୁ ୨୦୨୨-୨୩ ମଧ୍ୟରେ ବୃଦ୍ଧି ପାଇଛି। ଗତ ଏପ୍ରିଲ୍‌ରେ ସୁପ୍ରିମକୋର୍ଟ ଆଇନଜୀବୀ କେ ସି ଜୈନ ଦାଖଲ କରିଥିବା ଆର୍‌ଟିଆଇ ଆବେଦନ ଉପରେ ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆର୍‌ଡିଏଆଇ) ଏହି ତଥ୍ୟ ଦେଇଛି।

ଆଇଆର୍‌ଡିଏଆଇର ସୂଚନା‌ ଅନୁସାରେ ୨୦୧୮-୧୯ରେ ଫଇସଲା ହୋଇପାରିନଥିବା ଗାଡ଼ି ଦୁର୍ଘଟଣା ବୀମା ଦାବି ସଂଖ୍ୟା ୯,୦୯,୧୬୬ ଥିଲା। ୨୦୧୯-୨୦ରେ ‌ସେହି ସଂଖ୍ୟା ୯,୩୯,୧୬୦, ୨୦୨୦-୨୧ରେ ୧୦,୦୮,୩୩୨, ୨୦୨୧-୨୨ରେ ୧୦,୩୯,୩୨୩ ଏବଂ ୨୦୨୨-୨୩ରେ ସେହି ସଂଖ୍ୟା ୧୦,୪୬,୧୬୩ ରହିଛି। ୨୦୧୮-୧୯ରେ ଫସି ରହିଥିବା ବୀମା ରାଶି ପରିମାଣ ୫୨,୭୧୩ କୋଟି ଟଙ୍କା ଥିଲା। ୨୦୨୨-୨୩ ସୁଦ୍ଧା ତାହା ୮୦,୪୫୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି। କେଉଁ ରାଜ୍ୟ କିମ୍ବା ଜିଲ୍ଲାରେ ଅଧିକ ଫଇସଲା ହୋଇନଥିବା ତୃତୀୟ ପକ୍ଷ ମୋଟର ଗାଡ଼ି ଦୁର୍ଘଟଣା ବୀମା ଦାବି ରହିଛି ତାହାର ତଥ୍ୟ ଆଇଆର୍‌ଡିଏଆଇ ରଖୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe