ଇଣ୍ଡିଗୋରେ ୧୦% କର୍ମଚାରୀ ଛଟେଇ

Advertisment
ଅଧା ଆକାଶରେ ଚାଲିଗଲା ଜୀବନ, ହୃଦ୍‌ଘାତରେ ଇଣ୍ଡିଗୋ ବିମାନରେ ଯାତ୍ରୀଙ୍କ ମୃତ୍ୟୁ

NDTV

ମୁମ୍ବାଇ: କରୋନା ମହାମାରୀ ପ୍ରଭାବରେ ଦେଶର ସବୁଠୁ ବଡ଼ ବିମାନ କଂପାନି ଇଣ୍ଡିଗୋ ଏହାର ୧୦% କର୍ମଚାରୀଙ୍କୁ ଛଟେଇ କରିଛି। କଂପାନିର ସିଇଓ ରଣଜୟ ଦତ୍ତ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସ୍ଥିତି ଯେଉଁଭଳି ଅଛି ସେଠାରୁ ଆଗୁ ବଢ଼ିବାକୁ ହେଲେ ବଳିଦାନ ଦେବାକୁ ପଡ଼ିବ। ବିନା ବଳିଦାନରେ ଆକାଶରେ ଉଡ଼ିବା ସମ୍ଭବପର ହେବ ନୁହେଁ। ସବୁ ବିଷୟକୁ ବିଚାରକୁ ନେବା ଓ ଅନୁଧ୍ୟାନ କରିବା ପରେ ଆମକୁ ୧୦% କର୍ମଚାରୀଙ୍କୁ ଦୁଃଖଦାୟକ ବିଦାୟ ଦେବାକୁ ପଡ଼ିଛି। ଇଣ୍ଡିଗୋ ପାଇଁ ୨୩,୫୩୧ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଅନ୍ୟପକ୍ଷ‌େର ସରକାରୀ ବିମାନ କଂପାନି ଏୟାର ଇଣ୍ଡିଆ ପକ୍ଷରୁ ବେତନ କାଟ କରାଯାଇଥିବାରୁ ପାଇଲଟ୍‌ ଓ କ୍ୟାବିନ୍ କ୍ରୁମାନେ ତାହାର ପ୍ରତିବାଦ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe