ପ୍ରାକ୍ ବଜେଟ୍ ବୈଠକ ବର୍ଜନ କରିବେ ୧୦ ଶ୍ରମିକ ସଂଗଠନ

ଅଦାନୀ ପ୍ରସଙ୍ଗରେ କ’ଣ କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ?

Jagran Josh

ନୂଆଦିଲ୍ଲୀ : ଆଜି ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହେବାକୁ ଥିବା ପ୍ରାକ୍ ବଜେଟ୍‌ ବୈଠକକୁ ବର୍ଜନ କରିବା ଲାଗି ୧୦ ଶ୍ରମିକ ସଂଗଠନ ନିଷ୍ପତ୍ତି ନେଇଛନ୍ତି। ପ୍ରତ୍ୟକ୍ଷ ଭାବେ ଏହି ବୈଠକ ଆୟୋଜନ କରିବା ଲାଗି ଏବଂ ଆଲୋଚନା ପାଇଁ ଯଥେଷ୍ଟ ସମୟ ଦେବାକୁ ସେମାନେ ଦାବି କରିଛନ୍ତି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ହେବାକୁ ଥିବା ଏହି ବୈଠକ ପାଇଁ ଶ୍ରମିକ ସଂଗଠନଗୁଡ଼ିକ ପାଖକୁ ଚଳିତ ମାସ ୨୫ରେ ଯେଉଁ ଚିଠି ପହଞ୍ଚିଥିଲା ସେଥିରେ ପ୍ରତି ସଂଗଠନକୁ ତିନି ମିନିଟ୍‌ ଲେଖାଏଁ କହିବା ଲାଗି ଅନୁମତି ଦିଆଯାଇଛି। ଏଭଳି ଏକ ବୈଠକରେ ଆମେ ଅଂଶଗ୍ରହଣ କରିବୁ ନାହିଁ ବୋଲି ଶ୍ରମିକ ସଂଗଠନଗୁଡ଼ିକ କହିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ ଆୟୋଜନକୁ ମଧ୍ୟ ସେମାନେ ବିରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe