ଏଣିକି ଏହି କମ୍ପାନିଗୁଡ଼ିକରେ କର୍ମଚାରୀଙ୍କୁ ମିଳିବ ୪ଦିନ କାମ, ୩ଦିନ ଛୁଟି!

Advertisment
ଏଣିକି ଏହି କମ୍ପାନିଗୁଡ଼ିକରେ କର୍ମଚାରୀଙ୍କୁ ମିଳିବ ୪ଦିନ କାମ, ୩ଦିନ ଛୁଟି!

ନୂଆଦିଲ୍ଲୀ: ବ୍ରିଟେନରେ କମ୍ପାନିଗୁଡ଼ିକ ଚାରିଦିନ କାମ ତିନିଦିନ ଛୁଟିର ସୂତ୍ର ଆପଣାଇବାକୁ ଲାଗିଛନ୍ତି। ସପ୍ତାହକୁ ଚାରିଦିନ କାମ କରିବା ପରେ ବି କର୍ମଚାରୀଙ୍କ ଦରମାକୁ କୌଣସି ପ୍ରକାର କଟାଯିବ ନାହିଁ। ତେବେ କମ୍ପାନିରେ ଚାରିଦିନ କାମକୁ ନେଇ ସମର୍ଥକ କହିଛନ୍ତି , ଏହାଦ୍ବାରା କମ୍ପାନିର ଉତ୍ପାଦନରେ ସୁଧାର ଆସିବ।

ବ୍ରିଟେନରେ ୧୦୦କମ୍ପାନିର କର୍ମଚାରୀଙ୍କୁ ସପ୍ତାହକୁ ତିନଦିନ ଛୁଟି ଓ ଚାରିଦିନ କାମ କରିବା ପଲିସିକୁ ମଞ୍ଜୁରୀ ମିଳିଯାଇଛି। ଏହାଦ୍ବାରା କମ୍ପାନି ଆଶା ରଖିଛି କି, ତିନିଦିନ ଛୁଟି ଓ ଚାରିଦିନ କାମ ଅଭିଯାନ ଦ୍ବାରା ଦେଶରେ ପରିବର୍ତ୍ତନ ଆଣିବାରେ ସକ୍ଷମ ହେବ। ବ୍ରିଟେନର ଏହି ୧୦୦ କମ୍ପାନି ମିଶି ପାଖାପାଖି ୨୬୦୦ କର୍ମଚାରୀଙ୍କୁ ରୋଜଗାର ଦେଇଛନ୍ତି।

ପ୍ରକାଶିତ ରିପୋର୍ଟ ମୁତାବକ, ସପ୍ତାହରେ କର୍ମଚାରୀଙ୍କ ଚାରିଦିନ କାମ କମ୍ପାନିର ଉତ୍ପାଦନରେ ସୁଧାର ଓ ସମାନ କାମକୁ କମ ସମୟରେ ପୂରା କରିବାକୁ ପ୍ରେରିତ କରିବ। ଏହି ପଲିସିକୁ ଶୀଘ୍ର ଆପଣାଇଥିବା କମ୍ପାନି କର୍ମଚାରୀଙ୍କୁ ଆକର୍ଷିତ କରିବା ପାଇଁ ଭଲ ଉପାୟ ପାଇଛନ୍ତି। ୧୦୦ କମ୍ପାନି ମଧ୍ୟରୁ ୟୁକେର ଦୁଇଟି ବଡ଼ ଫର୍ମ ଏଟମ ବ୍ୟାଙ୍କ ଓ ଗ୍ଲୋବଲ ମାର୍କେଟିଂ କମ୍ପାନି ଏବିନ ଚାରିଦିନର କାମକୁ ଆପଣାଇବା ପାଇଁ ସାଇନ କରି ଦେଇଛି। ଏହି ଦୁଇ କମ୍ପାନିରେ ବ୍ରିଟେନର ୪୫୦ରୁ ଅଧିକ କର୍ମଚାରୀ ରହିଛନ୍ତି।

ନିକଟରେ ହୋଇଥିବା ଫୋର ଡେ ୱାର୍କ ଉଇକ କ୍ୟାମ୍ପେନରେ ୩,୩୦୦ରୁ ଅଧିକ କର୍ମଚାରୀ ଭାଗ ନେଇଥିଲେ। ଏଥିରେ ବ୍ୟାଙ୍କିଂ, ମାର୍କେଟିଂ, ରିଟେଲ, ଫାଇନେନସ ସମେତ ଅନ୍ୟ ସେକ୍ଟରର କର୍ମଚାରୀ ସାମିଲ ଥିଲେ। ଏଥିସହିତ ବ୍ରିଟେନରେ ଅନେକ କମ୍ପାନି ଫୋର ଡେ ଫର୍ମୁଲା ଲାଗୁ କରିବା ଉପରେ କାମ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe