ଭୁବନେଶ୍ବର: ହରିଶ୍ଚନ୍ଦ୍ର ସହାୟତା ଓ ମହାପ୍ରୟାଣ ଯୋଜନା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଓଡ଼ିଶା ଖଣି ନିଗମ (ଓଏମ୍ସି) ୧୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରିଛି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏବାବଦ ଚେକ୍ ପ୍ରଦାନ କରିଛନ୍ତି। ଏହି ଅବସରରେ ୫-ଟି ସଚିବ ଭି କେ ପାଣ୍ଠିଆନ୍, ଓଏମ୍ସି ଅଧ୍ୟକ୍ଷ ଦେଓରଞ୍ଜନ କୁମାର ସିଂହ, ପରିଚାଳନା ନିର୍ଦେଶକ ବଲୱନ୍ତ ସିଂହ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ହରିଶ୍ଚନ୍ଦ୍ର ଯୋଜନାରେ ଗରିବ ଓ ନିଃସହାୟ ଲୋକଙ୍କୁ ପରିବାର ସଦସ୍ୟଙ୍କ ଶେଷକୃତ୍ୟ ସମ୍ପନ୍ନ କରିବା ଲାଗି ଆର୍ଥିକ ସହାୟତା ଦିଆଯାଉଛି। ମହାପ୍ରୟାଣ ଯୋଜନାରେ ମୃତଦେହକୁ ମୃତକଙ୍କ ସମ୍ପର୍କୀୟଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ଲାଗି ସହୟତା ଦିଆଯାଉଛି।
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଓଏମ୍ସି ଦେଲା ୧୦୦ କୋଟି
Advertisment
Follow Us