ବୀମାରେ ୧୦୦% ଏଫ୍‌ଡିଆଇକୁ ମିଳିବ ଅନୁମତି: ରାଜନୈତିକ ସହମତି ଦରକାର ପଡ଼ିବ

Advertisment
ବୀମାରେ ୧୦୦% ଏଫ୍‌ଡିଆଇକୁ ମିଳିବ ଅନୁମତି: ରାଜନୈତିକ ସହମତି ଦରକାର ପଡ଼ିବ

ନୂଆଦିଲ୍ଲୀ: ବୀମା କ୍ଷେତ୍ରରେ ୧୦୦ ପ୍ରତିଶତ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ) ଅନୁମତି ଦେବା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଏଥିପାଇଁ ରାଜନୈତିକ ସହମତି ହାସଲ କରିବାକୁ ଉଦ୍ୟମ କରାଯାଉଛି। ପ୍ରଚଳନରେ ଥିବା ନିୟମ ଅନୁସାରେ ବୀମାରେ ୭୪ ପ୍ରତିଶତ ଏଫ୍‌ଡିଆଇ ଅନୁମତି ରହିଛି। ଏହାର ଅର୍ଥ‌ ହେଉଛି କୌଣସି ଭାରତୀୟ ବୀମା କମ୍ପାନିରେ ବିଦେଶୀ ସଂସ୍ଥା ଏକାକୀ କିମ୍ବା ମିଳିତ ଭାବେ ସର୍ବାଧିକ ୭୪ ପ୍ରତିଶତ ଅଂଶଧନ ହାସଲ କରିପାରିବେ। ଏହି ହାରକୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କଲେ ବିଦେଶୀ ବୀମା କମ୍ପାନିଗୁଡ଼ିକ ଭାରତରେ‌ ନିଜସ୍ବ ଉଦ୍ୟମରେ ସେମାନଙ୍କ କାରବାର ଆରମ୍ଭ କରିପାରିବେ।

ବୀମାରେ ୧୦୦ ପ୍ରତିଶତ ଏଫ୍‌ଡିଆଇ ଅନୁମତି ଦେବା ଲାଗି ବୀମା ନିୟମରେ ସଂଶୋଧନ କରିବାକୁ ପଡ଼ିବ। ସେଥିପାଇଁ ଏକ ବିଲ୍‌ ଉପସ୍ଥାପନ କରିବାକୁ ହେବ ଏବଂ ତାହା ଉପରେ ଗୃହରେ ରାଜନୈତିକ ସହମତି ଦରକାର ପଡ଼ିବ। କେଉଁ ସମୟରେ ଏହି ବିଲ୍ ଉପସ୍ଥାପନ କରାଯିବ ତାହା ସ୍ପଷ୍ଟ ହୋଇନାହିଁ। ନିୟମରେ ହେବାକୁ ଥିବା ପରିବର୍ତ୍ତନ ସମ୍ପର୍କରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆରଡିଏଆଇ) ସହ ଆଲୋଚନା କରାଯାଉଛି। ବର୍ତ୍ତମାନ ଲୋକସଭାରେ ବିଜେପିର ସଂଖ୍ୟା ଗରି‌ଷ୍ଠତା ନାହିଁ। କିନ୍ତୁ ଏନ୍‌ଡିଏ ମେଣ୍ଟ ସହଯୋଗୀମାନେ ବୀମା ସଂଶୋଧନ ବିଲ୍‌କୁ ବିରୋଧ କରିବେ ନାହିଁ ବୋଲି ସରକାର ଭାବୁଛନ୍ତି। ଅଧିକ ବିଦେଶୀ ପୁଞ୍ଜିନିବେଶ ଆଣିବା ଲାଗି ବୀମାକୁ ଏକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ଭାବେ ବିଚାର କରାଯାଉଛି। ବର୍ତ୍ତମାନ ସୁଦ୍ଧା ଏହି କ୍ଷେତ୍ରରେ କେବଳ ଭାରତୀୟ କମ୍ପାନିଗୁଡ଼ିକର ଆଧିପତ୍ୟ ରହିଛି। ବୀମା ହେଉଛି ଏଭଳି ଏକ କ୍ଷେତ୍ରରେ ଯେଉଁଥିରେ ନିୟମିତ ବ୍ୟବଧାନରେ ବିପୁଳ ନିବେଶ କରିବାକୁ ପଡ଼ିଥାଏ। ୧୦୦ ପ୍ରତିଶତ ଏଫ୍‌ଡିଆଇ ଅନୁମତି ଦେଲେ ଭାରତରେ ପ୍ରବେଶ କରିବାକୁ ବିଦେଶୀ ବୀମା କମ୍ପାନିଗୁଡ଼ିକ ସାହସ ଜୁଟାଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe