ପାର୍ସଲ ଜରିଆରେ ହୋମ୍‌ ଡେଲିଭରି ହେଉଥିଲା ୯୭ଟି ତଲୱାର୍‌

Advertisment
ପାର୍ସଲ ଜରିଆରେ ହୋମ୍‌ ଡେଲିଭରି ହେଉଥିଲା ୯୭ଟି ତଲୱାର୍‌

ମୁମ୍ବାଇ: ଲୋକ ନିଜର ସୁବିଧା ପାଇଁ ଘରେ ବସି ଅନ୍‌ଲାଇନ୍‌ରୁ ନିଜର ଆବଶ୍ୟକୀୟ ସାମଗ୍ରୀ ମଗାଇଥାନ୍ତି। ରହିଥିବା କୋରିୟର୍‌ ସଂସ୍ଥା ପାଇଁ ଅନେକ ଜିନିଷ ସୁରକ୍ଷିତ ଭାବେ ଆମ ପାଖରେ ପହଞ୍ଚିଥାଏ। ମାତ୍ର ଜଣେ ବ୍ୟକ୍ତିଙ୍କ ନିକଟକୁ ଯେଉଁ ଜିନିଷ ହୋମ୍‌ ଡେଲିଭରି ହୋଇଥାନ୍ତା ତାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ମହାରାଷ୍ଟ୍ରର ଏକ କୋରିୟର୍‌ କମ୍ପାନି ହୋମ୍‌ ଡେଲିଭରି ହେବାକୁ ଥିବା ୩ଟି ଭିନ୍ନ ଭିନ୍ନ ପ୍ୟାକେଟ୍‌ରୁ ପାଇଥିଲା ୯୭ଟି ତଲୱାର, ୨ଟି କୁକରୀ ଓ ୯ଟି ମୟାନ। ଏହି ପ୍ୟାକେଟ୍‌ ସଂପର୍କରେ ଖବର ପାଇବା ପରେ ପିମ୍ପରି ଚିଞ୍ଚୱଡ ପୁଲିସ୍‌ ୪ ଜଣଙ୍କ ନାମରେ ଏଫ୍‌ଆଇଆର୍‌ ଦର୍ଜ କରିଛି।

ସୂଚନାରୁ ଜାଣିବାକୁ ମିଳିଛି ଯେ ଡିଟିଡିସି ନାମକ କୋରିୟର ସଂସ୍ଥାର କର୍ମଚାରୀଙ୍କୁ ହୋମ୍‌ ଡେଲିଭରି ହେବାକୁ ଥିବା ଏହି ବକ୍ସ ଉପରେ ସନ୍ଦେହ ଆସିଲା। ସେମାନେ ଏ ସଂପର୍କରେ କମ୍ପାନିର ରିଜିଓନାଲ୍‌ ମ୍ୟାନେଜ ରଞ୍ଜିତ କୁୁମାରଙ୍କୁ କହିଲେ। ତା’ପରେ ମ୍ୟାନେଜର୍‌ ଜଣକ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ପରେ ବକ୍ସକୁ ଖୋଲିବା ନିଷ୍ପତ୍ତି ନିଆଗଲା।

ବକ୍ସ ଖୋଲିବା ପରେ ସମେସ୍ତ ଚକିତ ହୋଇଗଲେ। କାରଣ ସେଥିରୁ ମିଳିଲା ୯୭ଟି ତଲୱାର, ୨ଟି କୁକରୀ ଓ ୯ଟି ମୟାନ। ଏହାପରେ କୋରିୟର୍‌ ପଠାଇଥିବା ଉମେଶ ସୁଦ୍ଧ ଓ ଏହି କୋରିୟର୍‌କୁ ରିସିଭ୍‌ କରିବାକୁ ଥିବା ଅନୀଲଙ୍କ ନାମରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ କରିଦେଲା। ଉମେଶ ମହାରାଷ୍ଟ୍ରର ଔରଙ୍ଗାବାଦ୍‌ର ବୋଲି ଜଣାପଡ଼ିଛି।

ତେବେ ଏପରି ଅସ୍ତ୍ରଶସ୍ତ୍ରକୁ ଅବୈଧ୍ୟ ଭାବେ ବିପୁଳ ପରିମାଣରେ କିଣାବିକା କରୁଥିବା ସର୍ବମୋଟ ୪ ଜଣ ଅଭି‌ଯୁକ୍ତଙ୍କ ନାମରେ ମାମଲା ରୁଜୁ କରି ପୁଲିସ୍‌ ତଦନ୍ତ ଚଳାଇଛି। ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲସ୍‌ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe