କ୍ରିପ୍ଟୋକରେନ୍ସି କ୍ଷେତ୍ରରେ ୧୦ ହଜାର ନିଯୁକ୍ତି ସୃଷ୍ଟି

Advertisment
୯ ବିଦେଶୀ କ୍ରିପ୍ଟୋ ପ୍ଲାଟଫର୍ମକୁ ନୋଟିସ୍‌

Pearson International Schools

ନୂଆଦିଲ୍ଲୀ: ଇଣ୍ଟରନେଟ୍ ଦୁନିଆରେ ପ୍ରଚଳନରେ ଥିବା ଡିଜିଟାଲ୍ ମୁଦ୍ରା ବା କ୍ରିପ୍ଟୋକରେନ୍ସିର ଗ୍ରହଣୀୟତା ବଢ଼ୁଥିବାରୁ ଏହି କ୍ଷେତ୍ରରେ ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ମାନବ ସମ୍ବଳ ପରିଚାଳନା କରୁଥିବା ସଂସ୍ଥା ଏକ୍ସଫେନୋର ରିପୋର୍ଟ ଅନୁଯାୟୀ, ଗୁରୁଗାଓଁ, ମୁମ୍ବାଇ ଓ ବେଙ୍ଗାଲୁରୁରେ କ୍ରିପ୍‌ଟୋକରେନ୍ସି କ୍ଷେତ୍ରର ୬୦% ନିଯୁକ୍ତି ସୃଷ୍ଟି ହୋଇଛି। ବ୍ଲକ୍‌ଚେନ୍‌, ମେସିନ୍ ଲର୍ଣ୍ଣିଂ, ସିକ୍ୟୁରିଟି ଇଞ୍ଜିନିୟରିଂ, ରିପଲ୍‌ଏକ୍ସ ଡେଭେଲପ୍‌ମେଣ୍ଟ୍‌ ଆଦି କ୍ଷେତ୍ରରେ ଦକ୍ଷତା ହାସଲ କରିଥିବା ପ୍ରାର୍ଥୀମାନଙ୍କ ବହୁତ ଚାହିଦା ରହିଛି। ରିପଲ୍‌ଏକ୍ସ ହେଉଛି ଏକ ପେମେଣ୍ଟ୍‌ ପ୍ଲାଟଫର୍ମ ଯାହା ଜରିଆରେ ସାରା ବିଶ୍ବରେ ‌ଯେକୌଣସି ପ୍ରକାର ମୁଦ୍ରାରେ ପେମେଣ୍ଟ୍ କରିହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe