ଶହେ ବର୍ଷ ତଳେ ଜାରି ହୋଇଥିଲା ଅଢ଼େଇ ଟଙ୍କିଆ ନୋଟ୍‌

Advertisment
ଶହେ ବର୍ଷ ତଳେ ଜାରି ହୋଇଥିଲା ଅଢ଼େଇ ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ,: ଶହେ ବର୍ଷ ପୂର୍ବେ ଦେଶରେ ଅଢ଼େଇ ଟଙ୍କିଆ ନୋଟ୍‌ ପ୍ରଚଳନ କରାଯାଇଥିଲା। ୧୯୧୮ ମସିହା ଜାନୁଆରି ୨ ତାରିଖରେ ବ୍ରିଟିସ୍‌ ସରକାର ଏହି ନୋଟ୍‌ ଜାରି କରିଥିଲେ। ନୋଟ୍‌ରେ ଦୁଇ ଟଙ୍କା ଆଠ ଅଣା ଛପା ଯାଇଥିଲା। ବ୍ରିଟିସ୍‌ ଶାସନ ଅମଳରେ ଗୋଟିଏ ଟଙ୍କାକୁ ଆଠ ଅଣାରେ ଭାଗ କରାଯାଇଥିଲା। ଆଜି ସେହି ନୋଟ୍‌କୁ ଶହେ ବର୍ଷ ପୂରିଛି। ଇଂଲଣ୍ଡରେ ନୋଟ୍‌କୁ ଛପାଯାଇଥିଲା। ଧଳା ଏବଂ ହାତ ତିଆରି କାଗଜରେ ନୋଟ୍‌୍‌କୁ ପ୍ରସ୍ତୁତ କରାଯାଇଥିଲା। ସେଥିରେ ତତ୍କାଳୀନ ବ୍ରିଟିଶ ସମ୍ରାଟ ଜର୍ଜ ପଞ୍ଚମଙ୍କ ପ୍ରତୀକ ଏବଂ ତତ୍କାଳୀନ ବ୍ରିଟେନ୍‌ ଅର୍ଥ ସଚିବ ଏମ୍‌ ଏମ୍‌ ଏସ୍‌ ଗୁବେଙ୍କ ସ୍ୱାକ୍ଷର ରହିଥିଲା। ସେହି ନୋଟ୍‌ କେବଳ କାନପୁର, ବମ୍ବେ, କୋଲକାତା, କରାଚି, ଲାହୋର, ମାଡ୍ରାସ ଏବଂ ରଙ୍ଗୁନ୍‌ରେ ପ୍ରଚଳନ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିଲା। ସେହି ସମୟରେ ବ୍ୟାଙ୍କ ନୋଟ୍‌ଗୁଡ଼ିକୁ କେବଳ ନିର୍ଦିଷ୍ଟ କେତେକ ଅଞ୍ଚଳରେ ହିଁ ବ୍ୟବହାର କରାଯାଉଥିଲା। ସେହି ସମୟରେ ଅଢ଼େଇ ଟଙ୍କାର ମୂଲ୍ୟ ଏକ ଡଲାର ସହିତ ସମାନ ଥିଲା। ଅଢ଼େଇ ଟଙ୍କିଆ ନୋଟ୍‌ର ପଛ ପାର୍ଶ୍ୱରେ ଆଠଟି ଭାରତୀୟ ଭାଷାରେ ଅଢ଼େଇ ଟଙ୍କା ଲେଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe