ମାର୍ଚ୍ଚ ସୁଦ୍ଧା ନିଲାମ ହେବ ୧୦୨ ଖଣି

Advertisment
ରାଜ୍ୟର ୫ କ୍ବାର୍ଜ, କ୍ବାର୍ଜାଇଟ୍ ଖଣି ନିଲାମ ହେବ, ବିଡ୍‌ ଦାଖଲର ଶେଷ ତାରିଖ ଅକ୍ଟୋବର ୧୭

ନୂଆଦିଲ୍ଲୀ: ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ସରକାର ଦେଶରେ ୧୦୨ଟି ଖଣି ବ୍ଲକ୍‌ର ନିଲାମ କରିବେ। ଏହି ଖଣି ଗୁଡ଼ିକ ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ଗୁଜରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତେଲେଙ୍ଗାନା ଓ ଆସାମରେ ରହିଛି। ଖଣି ନିଲାମ ସଂକ୍ରାନ୍ତ ଅଗ୍ରଗତି ନେଇ ଖଣି ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରୁ ଏହା ଜଣାଯାଇଛି। ନିଲାମ ହେବାକୁ ଥିବା ଏହି ଖଣି ମଧ୍ୟରେ ୪୨ଟି ଚୂନପଥର, ୧୯ଟି ବକ୍ସାଇଟ, ୧୧ ମାଙ୍ଗାନିଜ, ୮ଟି ତମ୍ବା, ୬ଟି ଲୁହାପଥର, ୬ଟି ଗ୍ରାଫାଇଟ, ୩ଟି ସୀସା, ୨ଟି ମୂଲ୍ୟବାନ ରତ୍ନପଥର, ୨ଟି ସୁନା, ଗୋଟିଏ ମାଙ୍ଗାନିଜ ଏବଂ ଗୋଟିଏ ଡୋଲୋମାଇଟ୍ ଖଣି ରହିଛି। ରିପୋର୍ଟ ଅନୁଯାୟୀ, ଝାଡ଼ଖଣ୍ଡରେ ସର୍ବାଧିକ ୨୦ଟି ଖଣିର ନିଲାମ ହେବାକୁ ଥିବାବେଳେ ରାଜସ୍ଥାନରେ ୧୬ଟି ଏବଂ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ୧୩ଟି ଲେଖାଏଁ ଖଣି ନିଲାମ ହେବ। ଏହି ୧୦୨ଟି ଖଣି ମଧ୍ୟରୁ ସରକାର ଚଳିତମାସରେ ୨ଟି ଚୂନପଥର ଖଣି ନିଲାମ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe